ଏହି 3 ଟି ସ୍ଥାନରେ ଜଣେ ସ୍ଵାମୀ କେବେବି ସ୍ତ୍ରୀ ର ହାତ ଛାଡିବା ଉଚିତ ନୁହେଁ, Chanaky Niti

ବନ୍ଧୁଗଣ ପତ୍ନୀ, କନ୍ୟା ବା ମାଆ ଏମାନଙ୍କ ନିରାପତ୍ତା କଥା ପୁରୁଷ ମାନେ ନିହାତି ଭାବେ ଭାବିବା ଉଚିତ । ଏହା ତାଙ୍କର କର୍ତ୍ତବ୍ୟ ହୋଇଥାଏ । ଜଣେ ପୁରୁଷର ମାଆ, ଭଉଣୀ ହେଉ କିମ୍ବା ସ୍ତ୍ରୀ ଏମାନଙ୍କ କଥା ସେହି ପୁରୁଷଙ୍କୁ ହିଁ ଧ୍ୟାନ ରଖିବାକୁ ପଡିଥାଏ । ତେବେ ବନ୍ଧୁଗଣ ପୁରୁଷର ଏହି ଭାବନା ଚିନ୍ତାକୁ ନେଇ 3 ଟି ବିଶେଷ ଜାଗା କଥା ଆଚାର୍ଯ୍ୟ ଚାଣକ୍ୟ କହି ଅଛନ୍ତି ।

ଯେଉଁ 3 ଟି ସ୍ଥାନରେ ନିଜର ମାତା, ଭଉଣୀ ଓ ସ୍ତ୍ରୀ ଙ୍କୁ ଛାଡିବା ଉଚିତ ନୁହେଁ । କାରଣ ଯଦି ଏହି ଜାଗାରେ ଆପଣ ତାଙ୍କ ମାନଙ୍କୁ ଛାଡି ଦେଇ ସେଠାରୁ ଚାଲି ଆସନ୍ତି । ତେବେ ତାହେଲେ ସେଥିପାଇଁ ହୁଏତ ଆପଣଙ୍କୁ ସାରା ଜୀବନ ଅନୁତାପ କରିବାକୁ ପଡିବ । ତେବେ ବନ୍ଧୁଗଣ ଆସନ୍ତୁ ସେ ସ୍ଥାନ ଗୁଡିକ ବିଷୟରେ ଆଜି ଏଠାରେ ଜାଣିବା ।

1- ଜଣେ ସ୍ଵାମୀ ତା’ ର ସ୍ତ୍ରୀ କୁ କୌଣସି ପୁରୁଷ ପାଖରେ ଏକା ଛାଡି ଆସିବା ଜମାରୁ ମଧ୍ୟ ଉଚିତ ନୁହେଁ । ତେଣିକି ସେ ପୁରୁଷ ଯେତେ ବି ଆତ୍ମୀୟ କି ଘନିଷ୍ଠ ହୋଇଥାଉ । ତା’ ପାଖରେ ଯଦି ପତ୍ନୀ କୁ ଛାଡି ଆସୁଛନ୍ତି । ତେବେ ନିଜ ଗୋଡରେ କୁରାଢି ମାରିବା ଭଳି ହେବ । କାରଣ ଯେତେବେଳେ ଗୋଟେ ନାରୀ ଓ ପୁରୁଷ ଏକାଠି ରହିଥାନ୍ତି । ବିବେକ ମନା କରୁଥିଲେ ମଧ୍ୟ ମନ ଭିତରେ କାମବାସନା ଜାଗ୍ରତ ହୋଇଥାଏ ।

2- ଆପଣଙ୍କ ପତ୍ନୀ ଯଦି ନିର୍ଦ୍ଧୋଶ । କିନ୍ତୁ ପଡୋଶୀ ବା ଆପଣଙ୍କ ଶତ୍ରୁ ମାନେ ତାଙ୍କୁ ଦୋଷାରପ କରୁଥିବେ । ତେବେ ଅନ୍ୟ ସହ କଳି କରିବାକୁ ତାଙ୍କୁ ଏକା ନରଖିବା । ତାଙ୍କୁ ଯେପରି ଆପଣ କୌଣସି ମାନସିକ ପୀଡା ନଦେବେ । କାରଣ ଜଣେ ସ୍ଵାମୀର କର୍ତ୍ତବ୍ୟ ହେଉଛି ନିଜ ସ୍ତ୍ରୀ ଙ୍କୁ ତାହାର ଖରାପ ସମୟରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇବା ।

3- ସ୍ତ୍ରୀ ଯେତେବେଳେ ଅସୁସ୍ଥ, ତାଙ୍କୁ ସ୍ଵାମୀ ଏକା ଛାଡି ଦେବା ଉଚିତ ନୁହେଁ । କାରଣ ଜଣେ ସ୍ଵାମୀ ଯେମିତି ତା’ ସ୍ତ୍ରୀ ପାଖରୁ ଶାନ୍ତି, ମାୟା, ସ୍ନେହ, ସେବା ଆଶା କରିଥାଏ । ସ୍ତ୍ରୀ କ୍ଷେତ୍ରରେ ମଧ୍ୟ ତାହା ପ୍ରଯୁଜ୍ୟ । ତେଣୁ ସ୍ତ୍ରୀ ଅସୁସ୍ଥ ହେଲେ ତାହାର ସେବା କରିବା ସ୍ଵାମୀର ମଧ୍ୟ କର୍ତ୍ତବ୍ୟ ।

ତେବେ ବନ୍ଧୁଗଣ ଏହି 3 ଟି କ୍ଷେତ୍ରରେ ପୁରୁଷ ନିଜ ସ୍ତ୍ରୀ କୁ ଛାଡି ସେଠାରୁ ଚାଲି ଆସିବା ଜମାରୁ ମଧ୍ୟ ଉଚିତ ହୋଇନଥାଏ । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *