Health tips; – ମହିଳାଙ୍କଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ (Leukorrhea) ସମସ୍ୟା କ’ଣ ? Dr Alakta Das

ଲ୍ୟୁକୋରିଆ ଅର୍ଥାତ ଧଳାସ୍ରାବ ମହିଳାଙ୍କ ଠାରେ ଏକ ସାଧାରଣ ସମସ୍ଯା ହୋଇଥାଏ । ଏହା ସବୁ ଝିଅଙ୍କ ଠାରେ ଦେଖାଯାଇଥାଏ । ତେବେ ଏଥିପାଇଁ ଅଧିକ ଭୟଭୀତ ହେବାର କିଛି କଥା ନଥାଏ । ହେଲେ ଯଦି ଏହି ଡିଶ୍ଚାର୍ଜରେ ରଙ୍ଗ ବଦଳିଯାଇଥାଏ । କି ଅଧିକ ଦୁର୍ଗନ୍ଧ ସେଥିରୁ ହେଉଥାଏ । ତେବେ ସେପରି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେଇଯିବା ଜରୁରୀ ହୋଇଥାଏ । ତେବେ ଏହି ଲ୍ୟୁକୋରିଆ ବା ହ୍ଵାଇଟ୍ ଡିଶ୍ଚାର୍ଜ ସମ୍ପର୍କରେ ବିଶିଷ୍ଠ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ କଣ କହୁଛନ୍ତି ଆସନ୍ତୁ ଜାଣିବା ।

ତେବେ ଡାକ୍ତରଙ୍କ କହିବା ଅନୁସାରେ ଯେତେବେଳେ ଝିଅ ମାନଙ୍କର ପିରିୟଡ୍ସ ସମୟ ରହିଥାଏ । ସେତେବେଳେ ବଡିରେ ଅନେକ ପ୍ରକାର ହର୍ମୋନାଲ ପରିବର୍ତ୍ତନ ହୋଇଥାଏ । ଧଳାସ୍ରାବ ବା ହ୍ଵାଇଟ୍ ଡିଶ୍ଚାର୍ଜ ଝିଅଙ୍କ ଠାରେ ଦେଖାଯିବା କିଛି ଖରାପ କଥା ନୁହେଁ । ଯଦି ପିରିୟଡ୍ ହେବାର କିଛି ପୂର୍ବରୁ ଏହି ହ୍ଵାଇଟ୍ ଡିଶ୍ଚାର୍ଜ ହେଉଥାଏ । ତେବେ ସାଧାରଣ କଥା ଅଟେ । ଯଦି ପିରିୟଡ୍ ସରିବାର କିଛି ଦିନ ଭିତରେ ହ୍ଵାଇଟ୍ ଡିଶ୍ଚାର୍ଜ ହେଉଥାଏ । ତେବେ ଏହା ମଧ୍ୟ ନର୍ମାଲ କଥା ଅଟେ ।

ମହିଳାଙ୍କର ଓଭୁଲେସନ ଅର୍ଥାତ ଏଗ୍ ରିଲିଜ ହେବା ସମୟରେ ମଧ୍ୟ ମହିଳାଙ୍କର ହ୍ଵାଇଟ୍ ଡିଶ୍ଚାର୍ଜ ହୋଇଥାଏ । ସେଇଟା ଗୋଟେ ପ୍ରକାର ଭଲ ଲକ୍ଷଣ ହୋଇଥାଏ । ନୂଆ ନୂଆ ପିରିଅଡ ହେଉଥିବା ଝିଅଙ୍କ ମଧ୍ୟ ଅନେକ ସମୟରେ ହ୍ଵାଇଟ୍ ଡିଶ୍ଚାର୍ଜ ହୋଇଥାଏ । ମହିଳା ଗର୍ଭବତୀ ଥିବା ସମୟରେ ଏହି ହ୍ଵାଇଟ୍ ଡିଶ୍ଚାର୍ଜ ହୋଇଥାଏ । ତେଣୁ ଏହି ସବୁ ସମୟରେ ଯଦି ହ୍ଵାଇଟ୍ ଡିଶ୍ଚାର୍ଜ ହେଉଥାଏ । ତେବେ ଏହା ସାଧାରଣ ଅଟେ ।

ସେଥିରେ ଭୟଭୀତ ହେବାର କୌଣସି କଥା ନାହିଁ । ହେଲେ ଯଦି ଏହି ହ୍ଵାଇଟ୍ ଡିଶ୍ଚାର୍ଜର ପରିମାଣ ବହୁତ ଅଧିକ ହେଉଥାଏ । ସେଥିରୁ ବହୁତ ଖରାପ ଦୁର୍ଗନ୍ଧ ବାହାରୁଥାଏ । ଡିଶ୍ଚାର୍ଜ ହେଉଥିବା ରଙ୍ଗ ମଧ୍ୟ ବଦଳିଯାଇଥାଏ । ଧଳା ରଙ୍ଗ ପରିବର୍ତ୍ତେ ଗାଢ ହଳଦିଆ, ଗ୍ରୀନ ବା ଗ୍ରେ ରଙ୍ଗର ଡିଶ୍ଚାର୍ଜ ହେଉଥାଏ । ତାହା ସହ ବାରମ୍ବାର ଇଚିଙ୍ଗ ହେଉଥିବ ।

ତେବେ ଏହା ସାଧାରଣ କଥା ନୁହେଁ । କାରଣ ଅନେକ ସମୟରେ ଅଧିକ ପରିମାଣରେ ହ୍ଵାଇଟ୍ ଡିଶ୍ଚାର୍ଜ ଯଦି ହେଉଥାଏ । ତେବେ ଏହା ଗୋଟେ ପ୍ରକାରର ମହିଳାଙ୍କ ଠାରେ ହେଉଥିବା ସର୍ଭାଇକାଲ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ ମଧ୍ୟ ହୋଇଥାଏ ।

ଏ ସବୁ କ୍ଷେତ୍ରରେ ଡାକ୍ତରଙ୍କର ପରାମର୍ଶ ନେଇଯିବା ଜରୁରୀ ଅଟେ । ତେବେ ହ୍ଵାଇଟ୍ ଡିଶ୍ଚାର୍ଜ ଅଧିକ ମାତ୍ରାରେ ନହେବା ପାଇଁ ପ୍ରାଇଭେଟ ପାର୍ଟରେ ହାଇଜିନ ରକ୍ଷା କରନ୍ତୁ । ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *