ଏହି ୩ ଟି ଘରେ କେବେ ବି ରୁହନ୍ତି ନାହିଁ ମା’ଲକ୍ଷ୍ମୀ, ପରିବାର ଉପରେ ଛାଇ ରହିଥାଏ ଦରିଦ୍ରତାର ବାଦଲ !

ବିଷ୍ଣୁ ପୁରାଣରେ ମାତା ଲକ୍ଷ୍ମୀକୁ ନେଇ କେତେକ ଜିନିଷ ଉଲ୍ଲେଖନୀୟ ଅଛି । ହିନ୍ଦୁ ଧର୍ମରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ଏମତିରେ ମାତା ଲକ୍ଷ୍ମୀ ସମସ୍ତଙ୍କର ଘରକୁ ଯିବା ମାନେ ନିଜ ସହିତ ସୁଖ ସମୃଦ୍ଧି ଓ ଧନର ବର୍ଷା ଆଣିଥାନ୍ତି । ଏମିତିରେ ଦେବୀ ଲକ୍ଷ୍ମୀ ଇନ୍ଦ୍ର ଦେବଙ୍କୁ ଧନ ସମ୍ବନ୍ଧିତ କଣ କଣ ଉପଦେଶ ଦେଇଥିଲେ, ତାହା ସବୁ ବିଷ୍ଣୁ ପୁରାଣର ଧାର୍ମିକ ଗ୍ରନ୍ଥରେ ଲେଖା ହୋଇଛି ।

ଏହି ଗ୍ରନ୍ଥରେ ଏହା ଲେଖା ହୋଇଛି କି ଯେଉଁ ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କୁ ରାଗି ଯାଆନ୍ତି, ସେମାନେ ଯେତେ ଚେଷ୍ଟା କରିଲେ ବି ତାଙ୍କ ଉପରେ କେବେ ବି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରୁହେ ନାହିଁ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଘର ବିଷୟରେ କହିବୁ ଯେଉଁଠି ମାତା ଲକ୍ଷ୍ମୀ କେବେ ବି ଯିବାକୁ ପସନ୍ଦ କରନ୍ତି ନାହିଁ । ଯାହା ଦ୍ଵାରା ସେହି ଘରେ ଦରିଦ୍ରତା ଓ ଝଗଡା ବଢିବାକୁ ଲାଗିଥାଏ ଓ ପରିବାରରେ କେବେ ବି ଶାନ୍ତି ଆସି ନ ଥାଏ । ଆମର ବାଣୀ ଆମର ଭଲ ଓ ଖରାପ ଗୁଣକୁ ଦର୍ଶାଇ ଥାଏ । ଯଦି ଆମେ କାହାକୁ କଡା ଶବ୍ଦ କହିବା ତେବେ ଶୁଣୁଥିବା ଲୋକ ଉପରେ ଆମର ଭଲ ପ୍ରଭାବ ପଡେ ନାହିଁ । ସେମାନେ ନିଜକୁ ଅପମାନିତ ଅନୁଭବ କରନ୍ତି ଓ ତାହା ସହିତ ଆମକୁ ବି ନିଚ୍ଛ ମନେ କରନ୍ତି । ଯଦି ଆମେ କାହାକୁ କଡା ଶବ୍ଦ କହୁଛୁ ତେବେ ସେ ବି ଆମକୁ କଡା ଜବାବ ଦେଇଥାଏ ।

କିନ୍ତୁ ସେହି ଜାଗାରେ ଯଦି ଆମେ ମହୁ ଭଳି ମଧୁର କଥା କହିବା ତେବେ ଶୁଣୁଥିବା ଲୋକ ଉପରେ ଆମର ଭଲ ଛବି ପଡିଥାଏ ଓ ତାର ହୃଦୟରେ ଆମ ପାଇଁ ମାନ ସମ୍ମାନ ବଢିଥାଏ । ବିଷ୍ଣୁ ପୁରାଣରେ ଲେଖା ହୋଇଛି କି ଯିଏ ବି କଡା ଶବ୍ଦ ଏବଂ ଅପଶବ୍ଦ ବ୍ୟବହାର କରିଥାଏ, ମାତା ଲକ୍ଷ୍ମୀ ତାଙ୍କ ଉପରେ ରାଗି ଯାଆନ୍ତି ଓ କେବେ ବି ତାଙ୍କ ଘରକୁ ଆସନ୍ତି ନାହିଁ ।

ଯେଉଁ ଘରର ସଦସ୍ୟମାନେ କଥା କଥାରେ ରାଗି ଯାଆନ୍ତି ଓ ନିଜର ଲୋକମାନଙ୍କୁ ଗାଳି ଦେଇ ଅପମାନିତ କରନ୍ତି, ସେହି ଘରେ କେବେ ବି ମାତା ଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତି ନାହିଁ । କାରଣ ରାଗ ଆମକୁ ନକାରତ୍ମକ ଜିନିଷ କରିବାରେ ବାଧ୍ୟ କରିଥାଏ । ଏହାର ବିପରୀତ ଯଦି ଘରେ କ୍ରୋଧ ଜାଗାରେ ପ୍ରେମର ସହିତ ରହିବା ତେବେ ଏହା ଆମର ସକାରତ୍ମକ ଊର୍ଜାକୁ ଦର୍ଶାଇ ଥାଏ । କାରଣ ଯେଉଁ ବ୍ୟକ୍ତି ହୃଦୟର ସହିତ ପ୍ରେମ କରିଥାଏ ସେମାନଙ୍କ ଉପରେ ସର୍ବଦା ମାତା ଲକ୍ଷ୍ମୀଙ୍କର ଦ୍ରୁଷ୍ଟି ରହିଥାଏ ।

ଯେଉଁ ଘରେ ପଣ୍ଡିତ କିମ୍ବା ଧାର୍ମିକ ଗ୍ରନ୍ଥକୁ ଅପମାନ କରାଯାଏ, ସେହି ଘର ଉପରେ ମାତା ଲକ୍ଷ୍ମୀ ସବୁଦିନ ପାଇଁ ରାଗି ଯାଆନ୍ତି । ଏହା ଛଡା ଯେଉଁ ଘରେ ଦୀପ ଲଗାଯାଏ ନାହିଁ ସେହି ଘରେ ବି ମାତାଙ୍କର କୃପା ରୁହେ ନାହିଁ । ଆର୍ଟିକୀଲ ଟି ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *