ଏହି 3 ଟି କଥା ନିଜ ଆୟତ୍ତ ରେ ନ ରଖିଲେ ପାପ ବଢିଥାଏ ! ଜାଣନ୍ତୁ ଚାଣକ୍ୟ ନୀତି ଅନୁଯାୟୀ ଏହି 3ଟି କଥା ।

ବନ୍ଧୁଗଣ ପ୍ରତେକ ମଣିଷ ନିଜ ଜୀବନରେ ଆଗକୁ ବଢିବାକୁ ଚାହିଁ ଥାନ୍ତି । ସେଥିପାଇଁ ଏମିତି 3ଟି କଥା ରହିଛି ଯାହାକୁ ବ୍ୟକ୍ତି ନିଜ ଆୟତ୍ତ ରେ ରଖିବା ଉଚିତ । ଯଦି ଏହି 3ଟି କଥା ନିଜ ଆୟତ୍ତ ରେ ରଖିବେ ତେବେ ଜୀବନର ସଫଳତା ର ଶୀର୍ଷ ରେ ପହଞ୍ଚିବାକୁ ବେସୀ ସମୟ ଲାଗିବ ନାହିଁ । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନର ଭଣ୍ଡାର ସହ ଜଣେ ନୀତିକାର ମଧ୍ୟ ଥିଲେ । ସେ ତାଙ୍କ ନୀତି ଏ ମଣିଷ ଜୀବନକୁ ସୁଖମୟ କରିବା ପାଇଁ ମହତ୍ବପୂର୍ଣ୍ଣ କଥା କହିଛନ୍ତି । ପ୍ରତେକ ମଣିଷଙ୍କୁ ଏଥିପ୍ରତି ଧ୍ୟାନ ଦେବା ଉଚିତ । ଆସନ୍ତୁ ଜାଣିବା 3ଟି କଥା ବିଷୟରେ ।

ଆଚାର୍ଯ୍ୟ ଚାଣକ୍ୟ ଏହି 3ଟି କଥା ରେ ମଣିଷ କୁ ସନ୍ତୁଷ୍ଟ ରହିବାକୁ କହିଛନ୍ତି । ଯେଉଁ ବ୍ୟକ୍ତି ଏହି 3ଟି କଥା କୁ ଆୟତ୍ତ କରି ରଖିଥାଏ ସେହି ବ୍ୟକ୍ତି ଜୀବନରେ କେବେ ବି କଠିନ ସମସ୍ଯା ଆସି ନ ଥାଏ । ମଣିଷ କୁ ଈଶ୍ବରଙ୍କ ଉପରେ ବିଶ୍ଵାସ ରଖିକି କାର୍ଯ୍ୟ କରିବା ଉଚିତ ହୋଇଥାଏ । କିନ୍ତୁ ଫଳ ବିଷୟରେ ମଣିଷ ଚିନ୍ତା କରିବା ଉଚିତ ନୁହେଁ । ଚାଣକ୍ୟ ନୀତି ଅନୁଯାୟୀ ବ୍ୟକ୍ତି କୁ ନିଜ ସ୍ତ୍ରୀ ଙ୍କ ଠାରୁ ସର୍ବଦା ସନ୍ତୁଷ୍ଟ ରହିବା ଆବଶ୍ୟକ ।

ଯଦି ସ୍ତ୍ରୀ ଅସୁନ୍ଦର ହୋଇଥାଏ ତେବେ ମଧ୍ୟ ବ୍ୟକ୍ତି କୁ ସନ୍ତୁଷ୍ଟ ହେବା ଉଚିତ । କାହିଁକି ନା କଠିନ ସ୍ଥିତି ରେ ସ୍ତ୍ରୀ ହିଁ ପୁରୁଷ ସହ ଛିଡା ହୋଇଥାଏ । ସ୍ତ୍ରୀ କେବେ ବି ସ୍ଵାମୀ କୁ ଛାଡିକି ଚାଲିଯାଇ ନ ଥାଏ । ସ୍ତ୍ରୀ ସବୁବେଳେ ନିଷ୍ଠା ଓ ବିଶ୍ଵାସ ନିଜ ସ୍ଵାମୀ ଉପରେ ରଖିଥାଏ । କାରଣ ସ୍ତ୍ରୀ ସବୁଠାରୁ ଅଧିକ ବିଶ୍ଵାସ ନିଜ ସ୍ଵାମୀ ଉପରେ ରଖିଥାଏ । ଏଥିପାଇଁ ପୁରୁଷ ଙ୍କୁ ସ୍ତ୍ରୀ ଙ୍କର ଭାବନାକୁ ସମ୍ମାନ ଓ ଭଲ ପାଇବା ଦରକାର ।

କୌଣସି ପୁରୁଷ ନିଜ ସ୍ତ୍ରୀ ଙ୍କୁ ଛାଡି ଅନ୍ୟ ସ୍ତ୍ରୀ ବିଷୟରେ ଚିନ୍ତାରେ ସେ ନଷ୍ଟ ହୋଇଯାଏ ଓ ପାପର ଭାଗୀଦାର ମଧ୍ୟ ହୋଇଥାଏ । ମଣିଷକୁ ଯେଉଁ ଖାଦ୍ୟ ଭଗବାନ ଦେଇଛନ୍ତି ତାହାକୁ ସନ୍ତୁଷ୍ଟ ହୋଇ ଖାଇବା ଉଚିତ । ଖାଦ୍ଯର ଅପମାନ କରିବା ଅନୁଚିତ । ଏପରି କରିଲେ ଈଶ୍ବରଙ୍କ ଅପମାନ ହୁଏ ଓ ପାପର ଭାଗୀଦାରି ହୋଇଥାଏ । ଏଣୁ ସବୁ ଖାଦ୍ୟକୁ ଆନନ୍ଦର ସହ ଗ୍ରହଣ କରିବା ଉଚିତ ଓ ଏହାକୁ ନିଜ ଆୟତ୍ତ ରେ ରଖିବା ଉଚିତ ।

ଶେଷରେ ସଚ୍ଚା ଉପାୟରେ ରୋଜଗାର କରିଥିବା ଧନ ସମ୍ପତ୍ତି । ଚାଣକ୍ୟ କହିଛନ୍ତି ମଣିଷକୁ ସେତିକି ଧନ ରୋଜଗାର କରିବା ଦରକାର ଯାହା ସ୍ଵଚ୍ଛ ଉପାୟ ରେ ମିଳିଥାଏ । କାହାକୁ ଠକି, ମିଛ କହି ରୋଜଗାର କରା ଯାଇଥିବା ଧନ ମଣିଷ କେବେ ବି ସୁଖରେ ରୁହେନି । ସଚ୍ଚୋଟ ରେ ରୋଜଗାର ହେଉଥିବା ଧନ ସବୁବେଳେ ରହିଥାଏ । ଏଣୁ ଯେତିକି ରୋଜଗାର ଅଛି ସେତିକି ରେ ସନ୍ତୁଷ୍ଟ ରହିବା ଆବଶ୍ୟକ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *