ଅର୍ଶ ବା ପାଇଲ୍ସ ସମସ୍ଯା ହୋଇଥିଲେ ଭୁଲରେ ବି ଏହି ସବୁ ଖାଦ୍ୟ ଖାଆନ୍ତୁ ନାହିଁ ।

ବନ୍ଧୁଗଣ ଅର୍ଶ ବା ଫାଇଲ୍ସ ଏକ ଗମ୍ଭୀର ସମସ୍ଯା ହୋଇଥାଏ । ସାଧାରଣତଃ କୋଷ୍ଠ କାଠିନ୍ଯ ସମସ୍ଯା କାରଣରୁ ଏହା ସୃଷ୍ଟି ହୋଇଥାଏ । ଖାଇବାରେ ଅନିୟମିତତା, ଉପଯୁକ୍ତ ପାଣି ନ ପିଇବା, ଖାଦ୍ଯ ପଦାର୍ଥରେ ଉପଯୁକ୍ତ ଫାଇଭର ସାମିଲ ନ କରିବାରୁ କୋଷ୍ଠ କାଠିନ୍ଯ ସମସ୍ଯା ଦେଖାଯାଏ । ଯାହା ଫଳରେ ଅର୍ଶ ସମସ୍ଯା ସୃଷ୍ଟି ହୋଇଥାଏ । ଆଜି ଆମେ ଜାଣିବା ପାଇଲ୍ସ ରୋଗୀ ଙ୍କୁ କେଉଁ କେଉଁ ଖାଦ୍ଯ ଖାଇବା ଉଚିତ ନୁହେଁ ।

1- ମଇଦା ଜାତୀୟ ଖଦାୟ : ମଇଦା ରେ ଫାଇଭର ର ପରିମାଣ ବହୁତ କମ ଥାଏ । ମଇଦାରୁ ତିଆରି ଖାଦ୍ୟ ଖାଇଲେ ଏହା ଶରୀରରୁ ପାଣି କୁ ଶୋଷୀ ନେଇଥାଏ । ଏଣୁ କୋଷ୍ଠ କାଠିନ୍ଯ ସମସ୍ଯା ହୋଇଥାଏ । ପାଇଲ୍ସ ସମସ୍ଯା ହୋଇଥିଲେ ମଇଦା ରୁ ତିଆରି ଖାଦ୍ୟ ଯେପରି ପାଉଁରୁଟି, କେକ, ଟୋଷ୍ଟ ଆଦୌ ଖାଇବା ଉଚିତ ନୁହେଁ ।

2- ଫାଷ୍ଟ ଫୁଡ ଜାତୀୟ ଖାଦ୍ୟ : ବଜାରରେ ମିଳୁଥିବା ଅନେକ ପ୍ରକାରର ଫାଷ୍ଟ ଫୁଡ ଯେପରି ଚାଓମିନ, ବର୍ଗର, ପିଜା ଇତ୍ୟାଦି ଅର୍ଶ ରୋଗୀ ଖାଇବା ଉଚିତ ନୁହେଁ । ଏହି ସବୁ ଖାଦ୍ୟ ପଦାର୍ଥ କୁ ଅଧିକ ଟେଷ୍ଟି କରିବା ପାଇଁ ଏଥିରେ ଲଙ୍କା, ତମାଟୋ ସ୍ନାକ୍ସ ପକା ଯାଇଥାଏ । ଏହା ବ୍ଯତୀତ ଏ ସବୁ ଖାଦ୍ୟ ମଇଦା ରେ ତିଆରି ହୋଇଥିବାରୁ ଏହା କୋଷ୍ଠ କାଠିନ୍ଯ ସମସ୍ୟାର ପ୍ରମୁଖ କାରଣ ହୋଇଥାଏ ।

3- କ୍ଷୀର ଜାତୀୟ ଖାଦ୍ୟ : ଅର୍ଶ ସମସ୍ଯା ହୋଇଥିଲେ କ୍ଷୀର ବା କ୍ଷୀର ରୁ ତିଆରି ଖାଦ୍ୟ ଯେପରିକି ଆଇସକ୍ରିମ, ଚିଜ ଇତ୍ୟାଦି ଖାଇବା ଉଚିତ ନୁହେଁ । ଏହା ଷ୍ଟୁଲ କୁ ମଧ୍ୟ କଠିନ କରିଥାଏ ।

4- ରେଡ ମିଟ : ପାଇଲ୍ସ ସମସ୍ଯା ଥିଲେ ରେଡ ମିଟ ଯେମିତିକି ମାଂସ, ଚିକେନ ଇତ୍ୟାଦି ଖାଇବା ଉଚିତ ନୁହେଁ । କାରଣ ଏଥିରେ ଇନସେଭିଲ ଫ୍ୟାଟ ଥାଏ । ଯାହା ଷ୍ଟୁଲ କୁ ସଫ୍ଟ ହେବାକୁ ଦିଏ ନାହିଁ । ଏଣୁ ଅର୍ଶ ରୋଗୀ ଏହି ସବୁ ଖାଦ୍ୟ ସଂପୂର୍ଣ୍ଣ ରୂପେ ଖାଇବା ଉଚିତ ନୁହେଁ ।

5- ତେଲ ଜାତୀୟ ଖାଦ୍ୟ : ପାଇଲ୍ସ ସମସ୍ଯା ଥିଲେ ତେଲ ଜାତୀୟ ସମସ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ । ଯେମିତି କି ଫ୍ରେଞ୍ଚ ଫ୍ରାଏଡ, ଚିକେନ ପକୋଡା, ପୋଟାଟୋ ଚିପ୍ସ, ବରା ଓ ପିଆଜି ରୁ ଦୂରେଇ ରହିବା ଉଚିତ । ଏହା ଛଡା ତେଲ ଜାତୀୟ ଖାଦ୍ୟକୁ ଅଧିକ ସ୍ପାଇଶି କରିବା ପାଇଁ ବିଭିନ୍ନ ପ୍ରକାରର ମସାଲା ମିଶା ଯାଇଥାଏ । ଏହାର ସେବନ କରିଲେ ସହଜରେ ହଜମ ହୁଏନି ଯାହା ପାଇଲ୍ସ ସମସ୍ୟାକୁ ଗୁରୁତର କରିଥାଏ ।

6- ଡାଲି ଜାତୀୟ ଖାଦ୍ୟ : ପାଇଲ୍ସ ରୋଗ ହୋଇଥିଲେ ଡାଲି ଜାତୀୟ ଖାଦ୍ଯ ଯେପରି ବୁଟ, ବେସନ, ସୋଲା, ସୋୟାବିନ ଆଦି ଖାଇବା ଅନୁଚିତ । ଏହି ସବୁ ଖାଦ୍ୟ ପାଣିକୁ ଶୋଷୀ ନେଇଥାଏ ।

7- ଧୂମ୍ରପାନ : ପାଇଲ୍ସ ସମସ୍ଯା ଥିଲେ ଧୂମ୍ରପାନ ଓ ମଦ ରୁ ସଂପୂର୍ଣ୍ଣ ଦୂରେଇ ରହିବା ଉଚିତ । ଡି-ହାଇଡ୍ରେସନ କାରଣରୁ ପାଇଲ୍ସ ସମସ୍ଯା ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *