ଏହି 3ଟି ନାମର ମହିଳା ମାନେ ସାରା ଜୀବନ କାନ୍ଦି କାନ୍ଦି ବିତାଇଥାନ୍ତି…

ବନ୍ଧୁଗଣ ଆପଣ ଜାଣିଛନ୍ତି ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ପବିତ୍ରତା ଓ ବିଶ୍ଵାସ ଉପରେ ଆଧାରିତ ଅଟେ । ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ର ଡୋର ଯେତେ କୋମଳ ହୋଇଥାଏ ସେତିକି ଶକ୍ତ ମଧ୍ୟ ହୋଇଥାଏ । ବୈଜ୍ଞାନିକ ତଥ୍ୟ ଅନୁଯାୟୀ ସ୍ଵାମୀ ସ୍ତ୍ରୀ ଶାରୀରିକ ଓ ମାନସିକ ସ୍ତର ରେ ଅଲଗା ଅଲଗା ହୋଇଥାନ୍ତି । କିନ୍ତୁ କେବେ କେବେ ଏମିତି ହୋଇଥାଏ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମଧୁରତା ରୁହେ ନାହିଁ । ଦୁହେଁ ବାଧ୍ୟ ହୋଇ ପରସ୍ପର ସହ ଜୀବନ କଟାଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି 3ଟି ନାମର ନାରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ପୁରା ଜୀବନ ସ୍ବାମୀଙ୍କ ଠାରୁ ସନ୍ତୁଷ୍ଟ ହୋଇପାରନ୍ତିନି ।

1- K ନାମର ମହିଳା : ଏହି ନାମର ମହିଳା ବହୁତ ସରଳ ସ୍ଵଭାବର ହେବ ସହ ସହନଶୀଳ ହୋଇଥାନ୍ତି । ଏମାନେ ନିଜ କର୍ତ୍ତବ୍ୟ କୁ ଭଲ ଭାବେ ପାଳନ କରିଥାନ୍ତି । ହେଲେ ନିଜ କଥା ଏପଟ ସେପଟ କରିବାରେ ପୁରା ମାହିର ହୋଇଥାନ୍ତି । ଏମାନେ ଚାହିଁ ଥାନ୍ତି ଏମାନଙ୍କ ସ୍ଵାମୀ ସବୁ କଥା ପଚାରି କାମ କରନ୍ତୁ । ଆଉ ଯଦି ସ୍ଵାମୀ ଏମିତି ନ କରନ୍ତି ତେବେ ଏମାନେ ରାଗି ଯାଇଥାନ୍ତି । ଏହି କାରଣରୁ ଏମାନଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥାଏ ।

2- E ନାମର ମହିଳା : ଯେଉଁ ମହିଳା ଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ପ୍ରେମ ର ଅଧିକ ଇଚ୍ଛା ରଖିଥାନ୍ତି । ଏମାନେ ଚାହିଁ ଥାନ୍ତି ଏମାନଙ୍କ ସ୍ଵାମୀ ଗୋଟେ ମୂହୁର୍ତ୍ତ ପାଇଁ ଯେମିତି ଦୂରେଇ ନ ଯାଆନ୍ତୁ । ଏମାନେ ଘରକୁ ଭଲ ଭାବେ ସମ୍ଭାଳି ଥାନ୍ତି । ଏମାନଙ୍କ ଠାରେ ଆତ୍ମବିଶ୍ଵାସ ଭାରି କି ଥାଏ । ଏହି ନାମର ମହିଳା ମାନେ ନିଜ ସ୍ଵାମୀ ଙ୍କ ସହ ଏଥିପାଇଁ ସନ୍ତୁଷ୍ଟ ରହି ପାରନ୍ତି ନାହିଁ କାରଣ ଏମାନଙ୍କ ପ୍ରେମ ର ଇଚ୍ଛା ଅଧିକ ଥାଏ । ଯାହା ଏମାନଙ୍କ ସ୍ଵାମୀ ପୂରଣ କରି ପାରନ୍ତି ନାହିଁ । ଏହି କାରଣରୁ ଏମାନେ ନିଜ ସ୍ଵାମୀ ଙ୍କ ସହ ସନ୍ତୁଷ୍ଟ ରେ ରହି ପାରନ୍ତି ନାହିଁ ।

3- S ନାମର ମହିଳା : ଏହି ନାମର ମହିଳା ମାନେ ବହୁତ ସାହସୀ ହୋଇଥାନ୍ତି । ଏହା ସହ ଏମାନେ ନିଜ ପରିବାର ପ୍ରତି ନିଷ୍ଠାବାନ ହୋଇଥାନ୍ତି । ଏମାନେ ପ୍ରଶଂସା ଶୁଣିବାକୁ ବହୁତ ଭଲ ପାଇଥାନ୍ତି । ଏମାନେ ଏହା ଚାହିଁ ଥାନ୍ତି ପରିବାର ତାଙ୍କ ପ୍ରତି ସନ୍ତୁଷ୍ଟ ରୁହନ୍ତୁ କିନ୍ତୁ ଏମିତି ହୁଏ ନାହିଁ । ଏମାନେ ନିଜ ସ୍ଵାମୀ ର ମୁହଁ ରୁ ସବୁବେଳେ ପ୍ରଶଂସା ଶୁଣିବାକୁ ଚାହିଁ ଥାନ୍ତି । ଭୁଲରେ ବି ଏମାନଙ୍କ ସ୍ଵାମୀ ଆଉ କାହାର ତାରିଫ କରନ୍ତି ତେବେ ଏମାନଙ୍କୁ ରାଗ ଆସି ଯାଇଥାଏ । ଛୋଟ ଛୋଟ କଥାରେ ଏମାନେ ସ୍ବାମୀଙ୍କ ଉପରେ ରାଗି ଯାଇଥାନ୍ତି । ଏହି କାରଣରୁ ଏମାନେ ସାରା ଜୀବନ ସ୍ବାମୀଙ୍କ ଠାରୁ ସନ୍ତୁଷ୍ଟି ପାଇପାରନ୍ତି ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *