ସେପ୍ଟେମ୍ବର 6 ପବିତ୍ର ଜନ୍ମାଷ୍ଟମୀ ଘରକୁ ନେଇ ଆସନ୍ତୁ ଏହି 8ଟି ଜିନିଷ, ହେବ ଧନର ବର୍ଷା…

ବନ୍ଧୁଗଣ ସେପ୍ଟେମ୍ବର 6 ରେ ପାଳନ ହେବାକୁ ଯାଉଛି ପବିତ୍ର ଜନମାଷ୍ଟମୀ ପର୍ବ । ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜା କରିବାର ବିଧି ରହିଛି । ଏହି ଦିନର ବିଶେଷ ମହତ୍ଵ ରହିଛି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏହି ଦିନକୁ ଜନ୍ମାଷ୍ଟମୀ ପର୍ବ ଭାବେ ପାଳନ କରାଯାଇଥାଏ । ଶାସ୍ତ୍ରରେ ଉଲେଖ ରହିଛି ଯେ ଭଗବାନ କୃଷ୍ଣ ଦୁଃଖ, କଷ୍ଟରୁ ମୁକ୍ତି ଦେଇଥାନ୍ତି । ଆଜି ଆମେ ଜାଣିବା ଜନ୍ମାଷ୍ଟମୀ ଦିନ ଘରକୁ କେଉଁ କେଉଁ ଜିନିଷ ଆଣିଲେ ଧନର ବୃଦ୍ଧି ହୋଇଥାଏ ।

୧- ଚନ୍ଦନ : ଘରେ ଚନ୍ଦନ ରଖିବା ଅତ୍ୟନ୍ତ ଶୁଭ ମାନାଯାଏ । ଏହାର ସୁଗନ୍ଧରେ ନେଗେଟିଭ ଊର୍ଜା ସମାପ୍ତ ହୋଇଥାଏ । ସବୁ ଦେବାଦେବୀଙ୍କର ପୂଜାର୍ଚ୍ଚନା ରେ ଚନ୍ଦନ ଲାଗି କରିବାର ବିଧି ଅଛି । କାରଣ ମଥାରେ ଯେଉଁ ଚନ୍ଦନ ଲଗାଯାଏ ସେଠାରେ ଆଜ୍ଞା ଚକ୍ର ରହିଥାଏ । ତେଣୁ ଜନ୍ମାଷ୍ଟମୀରେ ଘରକୁ ଚନ୍ଦନ ନିଶ୍ଚୟ ଆଣନ୍ତୁ ।

୨- ବୀଣା : ଜନ୍ମାଷ୍ଟମୀ ଦିନ ଘରକୁ ନେଇ ଆସନ୍ତୁ ବୀଣା ଓ ଏହାକୁ ଶାନ୍ତ ସ୍ଥାନରେ ରଖନ୍ତୁ । ବୀଣା ରଖିଲେ ମା ସରଶ୍ଵତୀଙ୍କ କୃପା ବର୍ଷିଥାଏ ଓ ବୁଦ୍ଧିର ବିକାର ହୋଇଥାଏ । ଏହା ସହ ସୁଖ ଶାନ୍ତି ସମୃଦ୍ଧି ରେ ବୃଦ୍ଧି ହୋଇଥାଏ ।

୩- ଦେଶୀ ଘିଅ : ଭଗବାନ କୃଷ୍ଣଙ୍କୁ ଗାଈ ଅତ୍ୟନ୍ତ ପ୍ରିୟ ଅଟେ । ଘରେ ଗାଈ କ୍ଷୀରରୁ ତିଆରି ହୋଇଥିବା ଘିଅ ରଖିବା ଓ ଏହାର ସେବନ କରିବା ଉଚିତ ହୋଇଥାଏ । ସନ୍ଧ୍ୟା ରେ ଘିଅ ର ଦୀପ ଜଳାଇବା ଶୁଭ ହୋଇଥାଏ ।

୪- ମହୁ : ଘରର ରୋଷେଇ ଘରେ ମହୁ ନାହିଁ ତେବେ ଜନ୍ମାଷ୍ଟମୀ ପୂର୍ବ ଦିନ ନିଶ୍ଚୟ କିଣି ଆଣ୍ଟୁ । ଏହା ଦ୍ଵାରା ବାସ୍ତୁ ଦୋଷ ଦୂର ହେବ ସହ ପୂଜା ପାଠରେ ଲାଗିଥାଏ ।

୫- ଶୀତଳ ଜଳ : ଘରେ ସଫା ସୁତୁରା ଜଳ ବ୍ୟବହାର କରିବା ଉଚିତ । ଘରକୁ ଆସୁଥିବା ଅତିଥିଙ୍କର ସତ୍କାର ଶୀତଳ ଜଳରେ କରିବା ଉଚିତ । ଏହା କରିବା ଦ୍ଵାରା କୁଣ୍ଡଳୀରେ ଅନେକ ଦୋଷ ଦୂର ହୋଇଥାଏ ।

୬- ବାଉଁଶ ବଂଶୀ : ଯେଉଁ ଘରେ ଭଗବାନ କୃଷ୍ଣଙ୍କର ପ୍ରିୟ ବଂଶୀ ରହିଥାଏ ସେଠାରେ ଧନ ଓ ପ୍ରେମର ଅଭାବ ଦେଖାଯାଏ ନାହିଁ । ବାସ୍ତୁ ଅନୁଯାୟୀ ବଂଶୀ ରଖିବା ଦ୍ଵାରା ଘରେ ଶୁଭତା ବଢିଥାଏ । ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ନିଶ୍ଚୟ ବାଉଁଶ ବଂଶୀ ଆଣି ଲଗାଇବା ଉଚିତ ।

୭- ବାଳ ଗୋପାଳ : ଯଦି କୌଣସି ଦମ୍ପତି ସନ୍ତାନ ସୁଖକୁ ନେଇ ଚିନ୍ତିତ ଅଛନ୍ତି ତେବେ ଜନ୍ମାଷ୍ଟମୀ ପର୍ବରେ ଘରକୁ ବାଳ ଗୋପାଳଙ୍କ ମୂର୍ତ୍ତି ଆଣି ପୂଜାର୍ଚ୍ଚନା କରିବା ଉଚିତ ।

୮- ମୟୂର ଚନ୍ଦ୍ରିକା : ଭଗବାନ କୃଷ୍ଣ ଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ମୟୁତ ଚନ୍ଦ୍ରିକା । ସେଥିପାଇଁ କୃଷ୍ଣ ଙ୍କ ମଥାରେ ସର୍ବଦା ମୟୂର ଚନ୍ଦ୍ରିକା ଲାଗି ରହିଥାଏ । ଘରର ଶୋଇବା ଘରେ ୨ଟି ମୟୂର ଚନ୍ଦ୍ରିକା ଓ ଅନ୍ୟ ଘରେ ଗୋଟେ ଲେଖାଏଁ ନିଶ୍ଚୟ ଲଗାନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *