ଜେଜେମାଆ ହେବା ବୟସରେ ବଲିଉଡର ଏହି ୪ଜଣ ଅଭିନେତ୍ରୀ କରିଲେ ବିବାହ- ଜାଣନ୍ତୁ ସେମାନେ କିଏ ?

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବଲୀଉଡ ଅଭିନେତ୍ରୀ ମାନେ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ସେଥିପାଇଁ ବେଳେ ବେଳେ ସେମାନେ କିଛି ଏମିତି କାମ କରନ୍ତି ଯେଉଁଥିପାଇଁ ସେମାନେ ମିଡିଆରେ ଛାଇ ହୋଇ ରୁହନ୍ତି । ଆଜି ଆମେ ସେହିଭଳି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଜେଜେ ମା’ ହେବା ବୟସରେ କରିଛନ୍ତି ବିବାହ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେମାନେ ନିଜର ଏତେ ଅଧିକା ବୟସରେ ଯାହା ହେଉ ସଚ୍ଚା ପ୍ରେମ ପାଇ ପଡ଼ିଛନ୍ତି ଏବଂ ସେମାନେ ନିଜ ସ୍ଵାମୀ ମାନଙ୍କ ସହ ଖୁସି ବି ଅଛନ୍ତି ।

ତେବେ ଆମେ ଯେଉଁ ୪ ଜଣ ଙ୍କ ବିଷୟରେ କହୁଛୁ ସେମାନଙ୍କ ମଧ୍ୟରେ ୪୦ ବର୍ଷ ବୟସ ପରେ ବିବାହ କରିଥିବା ଅଭିନେତ୍ରୀ ସହ ଏମିତି ଅଭିନେତ୍ରୀ ବି ଅଛନ୍ତି ଯିଏ ୬୦ ବର୍ଷ ବୟସରେ ମଧ୍ୟ ବିବାହ କରିଛନ୍ତି, ସେ ପୁଣି ପ୍ରଥମ ଥର । ଏ ବୟସ ପର୍ଯ୍ୟନ୍ତ ସେ ନିଜର ସଚ୍ଚା ପ୍ରେମ ପାଇଁ ଅପେକ୍ଷା କରି ଶେଷରେ ସଫଳ ହୋଇଛନ୍ତି ।

 

ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ

ଉର୍ମୀଳା ମାତୋଣ୍ଡକର-

୧୯୭୪ ମସିହାରେ ଜନ୍ମ ହୋଇଥିବା ୪୫ ବର୍ଷ ବୟସ୍କା ଉର୍ମିଳା ବଲିଉଡରେ ବହୁତ ହିଟ୍‌ ଫିଲ୍ମ କରିଛନ୍ତି । ତେବେ ତାଙ୍କ ଜୀବନରେ ସେ ବହୁତ ଦିନ ପର୍ଯ୍ୟନ୍ତ ଏକା ରହିବା ପରେ ୪୪ ବର୍ଷ ବୟସରେ ଜଣେ ୪୨ ବର୍ଷ ବୟସ୍କ କାଶ୍ମିରୀ ବ୍ୟବସାୟୀ ମୋହସିନ ଅଖତଙ୍କୁ ବିବାହ କରିଛନ୍ତି । ବର୍ତମାନ ସେମାନେ ବହୁତ ଖୁସିରେ ଅଛନ୍ତି ।

ନିନା ଗୁପ୍ତା-

ନିନା ଗୁପ୍ତା ଏକ ନାମିଦାମି ବଲୀଉଡ ଅଭିନେତ୍ରୀ ଯିଏ ବହୁତ ଦିନ ୱେଷ୍ଟଇଣ୍ଡିଜ୍‌ କ୍ରିକେଟର ଭିଭିଆନ ରିଚାର୍ଡ୍ସଙ୍କୁ ଡେଟ କରୁଥିଲେ । ଏମିତି କି ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । କିନ୍ତୁ ସେମାନେ ବିବାହ କରି ନଥିଲେ ଏବଂ ତାଙ୍କ ପରେ ନିନା ବହୁତ ଦିନ ଧରି ଏକା ରହିଥିଲେ ଓ ୨୦୦୮ ମସିହାରେ ସେ ବିବେକ ମେହେରାଙ୍କୁ ବିବାହ କରିଥିଲେ ।

ପ୍ରିତି ଜିଣ୍ଟା-

୨୦୧୬ ମସିହା ଫେବୃଆରୀ ମାସ ୨୯ ତାରିଖରେ ପ୍ରୀତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେତେବେଳେ ତାଙ୍କୁ ୪୧ ବର୍ଷ ପୁରିଥିଲା । ସେ ଗୋଟେ ଆମେରିକୀୟ ଯୁବକଙ୍କୁ ବିବାହ କରିଛନ୍ତି । ତେବେ ପ୍ରୀତି ମଧ୍ୟ ବଲୀଉଡ ର ନାମିଦାମି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ।

ସୁହାସିନି ମୁଲେ-

୧୯୯୦ ମସିହା ପର୍ଯ୍ୟନ୍ତ ରିଲେସନଶିପ୍‌ରେ ରହିବା ପରେ ତାଙ୍କୁ ସେଥିରେ ଧୋକା ମିଳିଥିଲା । ସେଥିପାଇଁ ସେ ୨୦୧୧ ମସିହା ପର୍ଯ୍ୟନ୍ତ ଏକା ରହୁଥିଲେ ବା ବିବାହ କରି ନଥିଲେ । କିନ୍ତୁ ୨୦୧୧ ରେ ସେ ନିଜ ମନର ମଣିଷ ପାଇଥିଲେ ଓ ତାଙ୍କୁ ବିବାହ କରିଥିଲେ । ତାଙ୍କ ସ୍ଵାମୀ ହେଉଛନ୍ତି  ଅତୁଲ ଗୁଡ୍ଡୁ । ସେ ବିବାହ କରିବା ବେଳକୁ ୬୦ ବର୍ଷର ହୋଇଥିଲେ ।

Leave a Reply

Your email address will not be published. Required fields are marked *