ଏହି ଯୁବକ ଜଣଙ୍କ ଶହୀଦଙ୍କ ପରିବାର ପାଇଁ ମାତ୍ର ୬ ଦିନରେ ଜମା କଲେ ୬ କୋଟି ଟଙ୍କା – ଏବେ ସାରା ଦୁନିଆ କରୁଛି ତାଙ୍କର ପ୍ରଶଂସା

୧୪ ଫେବୃୟାରୀକୁ ଜାମ୍ମୁ କାଶ୍ମୀର ପୁଲବାମାରେ ଆତଙ୍କବାଦୀ ମାନେ ସିଆର୍ ପିଏଫ୍ ଯବାନଙ୍କ ବସ୍ ଉପରେ ଆକ୍ରମଣ କରିଦେଲେ । ସେହି ଜବାନଙ୍କ ମଧ୍ୟରେ ୪୦ ଜଣ ସିଆର୍ ପିଏଫ୍ ଜବାନ ସହିଦ ହୋଇଥିଲେ । ଏହାପରେ ୧୮ ଫେବୃୟାରୀକୁ ସର୍ଚ୍ଚ ଅପରେସନରେ ବିଭୁତି ଶଙ୍କର ଢୋଂଡିଆଲ୍ ସହିତ ଚାରି ଜଣ ଜବାନ ସହିଦ ହୋଇଥିଲେ । ଏହି ଆକ୍ରମଣ ସମୟରେ ଆମର କିଛି ଯବାନଙ୍କ ସହ  ଆତଙ୍କବାଦୀ ମାଷ୍ଟର ମାଇଣ୍ତ ମଧ୍ୟ ମରିଯାଇଥିଲା ।

 

ଏବେ ଏହି ଘଟଣା ପରେ ରାଜନୈତିକ କିମ୍ବା ଖେଳ ଜଗତର ଖେଳାଳୀ, ବଲିଉଡ୍ ସେଲିବ୍ରେଟି ବି ସହୀଦ ଜବାନଙ୍କୁ ସାହାଯ୍ୟ କରିବାପାଇଁ ଆଗେଇ ଆସିଛନ୍ତି । ଏମିତିରେ ୨୬ ବର୍ଷୀୟ ବିବେକ ପଟେଲ ୬ କୋଟି ଟଙ୍କା ନେଇ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ବିବେକ୍ ଆମେରିକାରେ ରୁହନ୍ତି ଓ ସେ ଏହି ଫଣ୍ତ ରେଜ୍ କରିବାପାଇଁ ଏକ ଫେସବୁକ୍ ପେଜ୍ କରିଥିଲେ । ବିବେକ ୧୫ ଫେବୃୟାରୀକୁ ଏହି ପେଜ୍ କରିଥିଲେ । ଏହି ପେଜ୍ ରେ କେବଳ ୬ ଦିନରେ ୨୨ ହଜାର ଲୋକେ ଯୋଡି ହୋଇଗଲେ ଓ ୮୫୦,୦୦୦ ଡଲାର ମାନେ ପ୍ରାୟ ୬ କୋଟି ଟଙ୍କା ଏକାଠି ହୋଇଗଲା ।

କିନ୍ତୁ ଏବେ ଏହି ପ୍ରଶ୍ନ ଉଠୁଛି କି ଏହି ପଇସାକୁ ସଠିକ୍ ହାତରେ କିପରି ଦିଆଯିବ । ଲୋକେ ବିବେକ ପଟେଲ୍ ଙ୍କ କାମ ପାଇଁ ବହୁତ ପ୍ରଶଂସା କରିଛନ୍ତି  ଓ ତାଙ୍କୁ ବହୁତ ଦେଶରୁ ସାହାଯ୍ୟ କରିବାପାଇଁ କଲ୍ ଆସୁଛି ।  ଯେଉଁ ମାନେ ଡୋନେଟ୍ କଲେ ସେମାନଙ୍କ ମନରେ ବି ସେତିକି ପ୍ରଶ୍ନ ଅଛି । ସେ ଚାହୁଁଛନ୍ତି କି ଭାରତ ସରକାରଙ୍କ କେଉଁ ଦାୟିତ୍ୱ ବାନ ବ୍ୟକ୍ତି ଏହି ପଇସାକୁ ନେଇ ନିଅନ୍ତୁ । ସହିଦଙ୍କ ପରିବାରଙ୍କୁ ସାହାଯ୍ୟ କରନ୍ତୁ ।

 

 

ବଲିଉଡ୍ ବି ପୁଲବାମାରେ ହୋଇଥିବା ଆକ୍ରମଣ ପାଇଁ ବହୁତ ଶୋକ ବ୍ୟକ୍ତ କରିଛି । ସେଲିବ୍ରେଟିଜ୍ ସଲମାନ, ଅକ୍ଷୟ କୁମାର, ଅମିତାଭ ବଚ୍ଚନମ୍, କୈଳାସ ଖେର୍ ଆଦି ତାରକା ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।  ଏହା ଛଡା ଖେଳ ଜଗତରେ ବିରେନ୍ଦ୍ର ସେହ୍ୱାଗ ଛୁଆଙ୍କ ପାଠ ପଢାର ସମସ୍ତ ଖର୍ଚ୍ଚ ଉଠାଇଛନ୍ତି ଓ ଗୌତମ ଗମ୍ଭୀର ବି ସହିଦଙ୍କ ପରିବାର ପାଇଂ ଏକ ଭଲ ରାଶି ଡୋନେଟ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *