ଡ୍ରାଇଭରଙ୍କ ସଚ୍ଚୋଟପଣିଆକୁ ସଲାମ! ଫେରାଇ ଦେଲେ ଯାତ୍ରୀଙ୍କ ହଜିଥିବା ସୁନାଗହଣା… ଯାହା କହିଲେ ଶୁଣି ଆପଣ ବି କରିବେ ସଲାମ

ନମସ୍କାର ବନ୍ଧୁଗଣ । ଅଟୋ ଡ୍ରାଇଭର ଦେଖାଇଲେ ସଚ୍ଚୋଟପଣିଆ । ଯାତ୍ରୀଙ୍କୁ ଫେରାଇ ଦେଲେ ତାଙ୍କର ସୁନା ଗହଣା । ଏହି ଘଟଣାଟି ହେଉଛି ପୁରୀରେ ଘଟିଛି ଯେଉଁଠି ଜଣେ ଅଟୋ ଡ୍ରାଇଭରଙ୍କ ଗାଡିରେ ଜଣେ ଯାତ୍ରୀ ବସି ଯାଉଥିଲେ । ଯାତ୍ରୀ ଜଣକ ତାଙ୍କର ଲକ୍ଷାଧିକ ଟଙ୍କାର ସୁନା ଅଟୋରେ ଛାଡି ଦେଇଥିଲେ । ଏହା ଦେଖିବା ପରେ ଅଟୋ ଡ୍ରାଇଭର ଜଣକ ଯାତ୍ରୀଙ୍କର ବ୍ୟାଗ ଖୋଲି ଦେଖିଲେ ଯେ ପିଲାଙ୍କର କିଛି ଖାଦ୍ଯ ସହ ସୁନା ରହିଛି ।

ଏହା କେଉଁ ଯାତ୍ରୀଙ୍କର ତାହା ଜାଣିଆବାକୁ ଡ୍ରାଇଭର ଜଣକ ଚେଷ୍ଟା କରିଥିଲେ । ଏହା ପରେ ଡ୍ରାଇଭର ଜଣକ ପ୍ରଥମେ ଡିଏସପିଙ୍କୁ ଦେଖା କରି ଥାନାରେ ସେହି ସବୁ ଗହଣା ହସ୍ତାନ୍ତର କରିଥିଲେ । ଅଟୋ ଡ୍ରାଇଭର ଜଣକ କହିଛନ୍ତି ସୁନା ଗହଣା ଗୁଡିକ ପ୍ରାୟତ ୨ଲକ୍ଷରୁ ଅଧିକ ଟଙ୍କାର ରହିଥିଲା । ସେ ତାଙ୍କର ମଣିଷପଣିଆ ନ ଭୁଲି ଯାତ୍ରୀଙ୍କୁ ତାଙ୍କର ସୁନା ଫେରାଇ ଦେଇଛନ୍ତି ଆଜି ଚର୍ଚ୍ଚାରେ ରହଛନ୍ତି ।

ସେ କହିଛନ୍ତି ଯେ ସେ ଗରିବ ହୋଇଥିଲେ ମଧ୍ୟ ତାଙ୍କ ଭିତରେ ମଣିଷପଣିଆ ରହିଛି । ଯାତ୍ରୀ ଜଣକ ଅଟୋ ଡ୍ରାଇଭରଙ୍କୁ ତାଙ୍କର ଫୋନ ନମ୍ବର ଦେଇଛନ୍ତି କାରଣ ଯେ କୌଣସି ପରିସ୍ଥିତିରେ ତାଙ୍କର ଅସୁବିଧା ହେଲେ ସେ ଜଣାଇ ପାରିବେ ।

କିନ୍ତୁ ଡ୍ରାଇଭର ଭାଇ କହିଛନ୍ତି ଯେ ଯାତ୍ରୀ ଜଣକ ଏତିକି କହିଲେ ସେତିକି ମୋ ପାଇଁ ବଡ କଥା । ମୋର ଆଉ କିଛି ଦରକାର ନାହି । ଯାତ୍ରୀ ଜଣକ କହିଛନ୍ତି ଯେ ଯେତେବେଳେ ସେ ଷ୍ଟେସନରେ ପହଞ୍ଚିଲେ ସେହି ସମୟରେ ସେ ତାଙ୍କର ବ୍ୟାଗ ଦେଖିବାକୁ ପାଇଲେ ନାହି ।

ଏହା ପରେ ତାଙ୍କ ପରିବାର ଅନେକ ସମୟ ଧରି ଖୋଜାଖୋଜି କରିଥିଲେ କିନ୍ତୁ ପାଇଲେ ନାହି । ଏହା ପରେ ସନ୍ଧ୍ୟା ସମୟରେ ଅଟୋ ଡ୍ରାଇଭର ଓ ତାଙ୍କ ମା ପୋଲିସ ଜରିଆରେ ଯାତ୍ରୀଙ୍କୁ ଗହଣା ଫେରାଇ ଦେଇଥିଲେ । ହୋଟେଲରେ ଥିବା ସମୟରେ ଯାତ୍ରୀ ଜଣକ ସୂଚନା ପାଇଥିଲେ କି ଗହଣା ହଜିଆବର ଘଟଣା ବିଷୟରେ ଆଲୋଚନା ହେଉଛି ।

ଏହା ପରେ ସେ ଥାନାକୁ ଯାଇ ସୁନା ଗହଣା ଉଦ୍ଧାର କରିଥିଲେ । ଯାତ୍ରୀଙ୍କ ପରିବାର ଲୋକେ କହିଛନ୍ତି ସେମାନେ ପୁରୀରେ ଆସି ରହିଥିଲେ ସେହି ସମୟରେ ତାଙ୍କ ସହ ଏମିତି ଘଟଣା ଘଟିଥିଲା । ସେ ଅଟୋ ଡ୍ରାଇଭରଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଇଛନ୍ତି ।

ଯାତ୍ରୀଙ୍କ ପରିବାର ଲୋକେ କହିଛନ୍ତି ତାଙ୍କ ବୋହୁ ଯେତେବେଳେ ଅଟୋରେ ଗହଣା ଛାଡି ଦେଇଥିଲେ ସେତେବେଳେ ସେ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ଏହା ପରେ ଡ୍ରାଇଭର ଜଣକ ହୋଟେଲ ଆଗରେ କାହା ବ୍ୟାଗ ହଜିଛି ବୋଲି କହୁଥିବା ବେଳେ ଯାତ୍ରୀଙ୍କ ପରିବାର ଶୁଣିଥିଲେ ।

ତେବେ ଡ୍ରାଇଭର ଏତେ ସାଧୁ ଯାହା ପାଇଁ ଜାତରୀଙ୍କ ପରିବାର ତାଙ୍କର ସୁନା ଫେରି ପାଇଥିଲେ । ଅଟୋ ଡ୍ରାଇଭରଙ୍କ ପ୍ରଶଂସା କରିଛନ୍ତି ଯାତ୍ରୀଙ୍କ ପରିବାର । ନିଜର ଏତେ ଟଙ୍କାର ସୁନା ଗହଣା ପାଇ ପରିବାର ଲୋକେ ଖୁସି ପ୍ରକାଶ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *