ବଲୀଉଡର ଚାକଚମକ ଜୀବନ ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ବଲୀଉଡ ରେ ଏମିତି ବହୁତ ତରକା ଅଛନ୍ତି ଯେଉଁମାନେ ନିଜ ଜୀବନରେ ବହୁତ ସଫଳ କଳାକାର ଅଟନ୍ତି । ସେମାନଙ୍କ ପାଖରେ ବହୁତ ଧନ ସମ୍ପତ୍ତି ଅଛି ଯାହା ଫଳରେ ସେମାନେ ଏମିତି କିଛି ଜିନିଷର ବ୍ୟବାହର କରି ପାରୁଛନ୍ତି ଯାହା ଏକ ସାଧାରଣ ଲୋକ ପାଇଁ ଅସମ୍ଭବ ଅଟେ । ଆଜି ଆମେ କହିବାକୁ ଯାଉଛୁ ସେହି ବଲିଉଡ୍ କଳାକାରଙ୍କ ବିଷୟରେ ଯାହାଙ୍କ ପାଖରେ ନିଜସ୍ୱ ପର୍ସନାଲ୍ ଜେଟ୍ ଅଛି । ସେମାନେ କେଉଁ ଜାଗାକୁ ଗଲେ ତାହାକୁ ଏୟାର୍ ଲାଇନ୍ ପରିବର୍ତ୍ତେ ନିଜ ପ୍ରାଇଭେଟ୍ ଜେଟ୍ ରେ ଯିବାକୁ ପସନ୍ଦ କରନ୍ତି । ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ ଅଧିକା କିଛି ।
୧) ଅମିତାଭ ବଚ୍ଚନ :
ଏହି ସଦିର ମହାନାୟକ ଅମିତାଭ ବଚ୍ଚନ ପ୍ରାଇଭେଟ୍ ଜେଟ୍ ରଖିବା ଲିଷ୍ଟରେ ସାମିଲ୍ ଅଛନ୍ତି । ସେ ଜେଟ୍ ରେ ଯାତ୍ରା କରୁଥିବା ସମୟରେ ଖବର କାଗଜ ଓ ଇଣ୍ଟରନେଟ୍ ଚଲାଇବା ପସନ୍ଦ କରନ୍ତି । ତାହା ସହ ଜେଟ୍ ରେ ମିଟିଙ୍ଗ୍ ଆଦି କରିଥାନ୍ତି । ଅମିତାଭ ନିଜ ପ୍ରାଇଭେଟ୍ ଜେଟ୍ ରେ ଯାତ୍ରା କରିବା ଉପରେ ସୋସିଆଲ୍ ମିଡିଆରେ କହିଛନ୍ତି ।
୨) ସାହାରୁଖ୍ ଖାଁ :
ସାହାରୁଖ୍ ଖାନ୍ ଙ୍କ ଘର ମନ୍ନତ ପରି ତାଙ୍କ ଜେଟ୍ ବହୁତ ଆଲିଶାନ୍ ଅଟେ । କିଙ୍ଗ୍ ଖାନ୍ ବହୁତଥର ନିଜ ପରିବାର ସହ ଓ କୋ ଆକ୍ଟରଙ୍କ ସହ ନିଜ ପ୍ରାଇଭେଟ୍ ଜେଟ୍ ରେ ଯାତ୍ରା କରିଥାନ୍ତି । ଏହାର ବ୍ୟବହାର ସେ ଫିଲ୍ମ ସୁଟିଙ୍ଗ୍ ସହ ପ୍ରମୋଶନ୍ ଆଦି ଜାଗାକୁ ଯିବାପାଇଁ କରିଥାନ୍ତି ।
୩) ସଲମାନ ଖାଁ :
ଭାରତରେ ବଲିଉଡ୍ ର ଦବଙ୍ଗ ଖାନ୍ କହିବାକୁ ଗଲେ ଭାଇଜାନ୍ ସଲମାନ ଖାଁ ଙ୍କ ନାଁ ଆସେ । ତାଙ୍କର ଅଭିନୟ ଓ ଫାଇଟିଙ୍ଗ୍ ଦେଖି ସମସ୍ତେ ପାଗଳ । ତାଙ୍କର ନିଜସ୍ୱ ଏକ ପ୍ରାଇଭେଟ୍ ଜେଟ୍ ଅଛି । ସେ ସେହି ଜେଟ୍ ର ମାଲିକ ଅଟନ୍ତି । ଏହାର ବ୍ୟବହାର କରିବା ପାଇଁ ସେ ଫିଲ୍ମ ସୁଟିଂ ଛଡା କେଉଁ ଆଡେ ବୁଲିବା ପାଇଁ କରିଥାନ୍ତି ।
୪) ଅକ୍ଷୟ କୁମାର :
ବଲିଉଡ୍ ର ଖିଲାଡି ଅକ୍ଷୟ କୁମାରଙ୍କ ପାଖରେ ଏକ ନିଜସ୍ୱ ପ୍ରାଇଭେଟ୍ ଜେଟ୍ ଅଛି । କିନ୍ତୁ ସେ ତାହାର ବ୍ୟବହାର କେବେ କରିନାହାନ୍ତି । ଖବରରୁ ଜଣାଯାଏ କି ଅକ୍ଷୟ କେବଳ ତେବେ ନିଜର ପ୍ରାଇଭେଟ୍ ଜେଟ୍ ରେ ଯାତ୍ରା କରନ୍ତି ଯେବେ ତାଙ୍କ ପାଖରେ ସମୟ ବଞ୍ଚିଥାଏ । କାରଣ ବର୍ଷର ସବୁବେଳେ ସେ କେଉଁ କାର୍ଯ୍ୟରେ ସବୁବେଳେ ନିଜର କାର୍ଯ୍ୟରେ ସେ ବ୍ୟସ୍ତ ରୁହନ୍ତି ।
୫) ପ୍ରିୟଙ୍କା ଚୋପ୍ରା :
ଇଣ୍ଟରନ୍ୟାଶାନାଲ୍ ଷ୍ଟାର୍ ହୋଇସାରିଥିବା ପ୍ରିୟଙ୍କା ହଲିଉଡ୍ ଓ ବଲିଊଡ୍ ରେ ତାଳମେଳ ରଖି ବହୁ ସମୟ ଯାତ୍ରା କରିବାକୁ ପଡିଥାଏ । ଏମିତିରେ ତାଙ୍କର ନିଜସ୍ୱ ପ୍ରାଇଭେଟ୍ ଜେଟ୍ ବହୁତ କାମକୁ ଆସିଥାଏ । ବ୍ୟସ୍ତତା ଭିତରେ ଦେଶୀ ଗାର୍ଲ ଅତ୍ୟାଧିକ ପରିଶ୍ରମ ସକାଶେ ସେ ନିଜର ବାକି ନିଦ ନିଜସ୍ୱ ପ୍ରାଇଭେଟ୍ ଜେଟ୍ ରେ ପୁରା କରିଥାନ୍ତି ।
୬) ଶିଳ୍ପା ସେଟ୍ଟି :
ଭାରତରେ ଫିଲ୍ମର ଜରିଆରେ ବିଦେଶୀ ରିଆଲିଟି ଶୋରେ ବିଗ୍ ବ୍ରଦର ମାଧ୍ୟମରେ ଲୋକଙ୍କୁ ନିଜର ଦିୱାନା ବନାଇଥିବା ଶିଳ୍ପା ସେଟ୍ଟି ନିଜର ପ୍ରାଇଭେଟ୍ ଜେଟ୍ ରେ ଯାତ୍ରା କରିବାକୁ ଭଲ ପାଆନ୍ତି । ସେ ବହୁତଥର ନିଜ ସ୍ୱାମୀ ଓ ଛୁଆଙ୍କ ସହ ଛୁଟି କାଟିବାକୁ ନିଜ ଜେଟ୍ ର ବ୍ୟବହାର କରିଥାନ୍ତି ।