ଭଗବାନ ଆମକୁ ସବୁ ପ୍ରକାର ସଂକେତ ଦେଇଥାନ୍ତି, ତେବେ ଆମ ଜୀବନରେ ଶୁଭ ଓ ଅଶୁଭଆମ ଆଖ ପାଖ ଜୀବ ଜନ୍ତୁ ଦ୍ଵାରା ମିଳିଥାଏ କିନ୍ତୁ ଆମେ ଏହାକୁ ଧ୍ୟାନ ଦେଇ ନଥାଏ, ତେବେ ଆପଣ ମାନେ ମଧ୍ୟ ନିଜ ଜୀବନରେ ନିଜ ବଡ ମାନଙ୍କ ଦ୍ଵାରା ଏମିତି କିଛି କଥା ପାଇଁ ଶୁଣିଥିବେ ଯେ ଏହି ଜୀବ ଆସିବା ବା ଦେଖିବା ଦ୍ଵାରା ଏହା ଭଲ ବା ମନ୍ଦ ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜୀବ ଜନ୍ତୁ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ସଂକେତ ମିଳିଥାଏ ଯେ ଆପଣଙ୍କ ଘରେ ଶୁଭ ହବ ବା ଅଶୁଭ ।

୧. ବିରାଡି :
ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ବିରାଡି ଲଢିବା ର ଦେଖିଲେ ବା ଆପଣଙ୍କ ଘର ପାଖରେ ବିରାଡି ଲଢେଇ କଲେ କିଛି ଅଶୁଭ ହୋଇଥାଏ ।
୨. ଗାଈ :
ଯେଉଁ ଘର ଆଗରେ ଆସି ଗାଈ ଜୋରେ ବୋବାଇ ଥାଏ ସେହି ଘରେ ନିଶ୍ଚିନ୍ତ ସୁଖ ର ବୃଦ୍ଧି ହୋଇଥାଏ ।
୩. କୁକୁର :
ଯେଉଁ ଘରେ ବା ଘର ସାମ୍ନାରେକୁକୁର କାନ୍ଦି ଥାଏ ସେହି ଘରେ କିଛି ବଡ ଅଣିଷ୍ଠ ଘଟି ଥାଏ ।
୪. କଳା ପିଂପୁଡି :
ଯେଉଁ ଘରେ କଳା ପିଂପୁଡି ନିଜ ଦଳ ନେଇ ଆସନ୍ତି ସେହି ଘରେ ଧନ ଆଗମନ ହୋଇଥାଏ ।

୫. ମୟୂର :
ମୟୂର ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି ଯଦି କାହା ଘର ଉପପରେ ବା ଘର ବାହାରେ ମୟୂର ଦେଖା ଦିଅନ୍ତି ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ ।
୬. ବିଛା :
ଯଦି ଆପଣଙ୍କୁ ଘରେ ଦୁଇ ତିନୋଟି ବିଛା ଦେଖା ଦିଅନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ କିନ୍ତୁ ଯଦି ଆପଣଙ୍କ ଘରେ ହଳଦିଆ ବିଛା ଦେଖା ଦେଇଥାଏ ତେବେ ଏହା ଆପଣଙ୍କ ଘର ପାଇଁ ବହୁତ ବଡ ଶୁଭ ସଂକେତ ହୋଇଥାଏ ।
୭. ଛୁଚୁନ୍ଦ୍ରା :
ଯଦି ଆପଣ ଘରେ ଛୁଚୁନ୍ଦ୍ରା ଦେଖନ୍ତି ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ ଆପପଣଙ୍କ ଆର୍ଥିକ ସ୍ଥିତି ଭଲ ହବାର ଯୋଗ ହୋଇଥାଏ ।

୮. କୋଇଲି :
ଯଦି ଆପଣଙ୍କ ଘରେ ବା ଘର ପାଖରେ କୋଇଲି ଦେଖା ଦେଇଥାଏ ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ ।
୯. ମଲା ପକ୍ଷୀ :
ଯଦି ଆପଣଙ୍କ ଘରେ ବା ଆପଣଙ୍କ ଛାତରେ ମଲା ପକ୍ଷୀ ଆସି ପଡିଥାଏ ତେବେ ବୁଝିଯିବେ କିଛି ବଡ ଘଟଣା ଘଟିବାକୁ ଯାଉଛି ।
୧୦. ନାଲି ପିଂପୁଡି :
ନାଲି ପ୍ପିଂପୁଡି ଦେଖିବା ମାତ୍ରେ ବୁଝି ଯାଅନ୍ତୁ ଆପଣଙ୍କ ଘରେ କୌଣସି ପ୍ରକାର କଳି ଝଗଡା ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।