ଏମାନେ ଅଟନ୍ତି କଳିଯୁଗର ପାପୀ- ଏହି ୮ ଜଣଙ୍କ ଉପରେ ହନୁମାନ ରୁହନ୍ତି ସର୍ବଦା ରୁଷ୍ଟ, ମା ଲକ୍ଷ୍ମୀ ମଧ୍ୟ ଦୀୟନ୍ତିନୀ ସାଥ

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭଗବାନ ଶ୍ରୀ ହନୁମାନ ଏକ ମାତ୍ର ଏମିତି ଦେବତା ଅଟନ୍ତି ଯିଏ ପୃଥିବୀ ଉପରେ ଏବେ ମଧ୍ୟ ବାସ କରୁଛନ୍ତି, ରାମାୟଣ କଥା ଅନୁଯାଇ ଭଗବାନ ଶ୍ରୀ ରାମ ହନୁମାନଙ୍କୁ କହିଥିଲେ ଯେ କଳିଯୁଗ ବିନାଶ ପର୍ଯ୍ୟନ୍ତ ତାଙ୍କୁ ଏହି ପୃଥିବୀ ଉପରେ ବାସ କରିବାକୁ ହବ, ତେବେ ଏହା ସମସ୍ତେ ଜାଣିଛନ୍ତି ଯେ ପୂଣ୍ୟ ଫଳ ଦବା ପାଇଁ ଭଗବାନ ହନୁମାନ ଜମାବି ଡେରି କରନ୍ତି ନାହିଁ ଏବଂ ଏହି ଭଳି ଦୁଷ୍ଟ ଲୋକଙ୍କୁ ମଧ୍ୟ ଦଣ୍ଡ ଦବା ପାଇଁ ସମୟ ବ୍ୟର୍ଥ କରନ୍ତି ନାହିଁ । ତେବେ ଆଜି ଜାଣିବା କେଉଁ କାମ କଲେ ଭଗବାନ ହନୁମାନ ରୁଷ୍ଠ ହୋଇଥାନ୍ତି ।

Image Courtesy: Google

୧. ଯେଉଁ ଘରେ କୌଣସି ପ୍ରକାର ଭଗବାନଙ୍କୁ ମାନ୍ୟତା ଦିଆ ଯାଏ ନାହିଁ ବା ଯେଉଁ ଘର ସବୁ ଲୋକ ନାସ୍ତିକ ହୋଇଥାନ୍ତି ପ୍ରଭୁ ଉପରେ ଭରସା କରନ୍ତି ନାହିଁ ଏମିତି ଲୋକଙ୍କ ଉପରେ ଭଗବାନ ହନୁମାନ କେବେ ପ୍ରଶନ ହୁଅନ୍ତି ନାହିଁ ଏବଂ ଏହି ଘର ଲୋକ ସବୁବେଳେ ଦରିଦ୍ରତାରେ ନିଜ ଜୀବନ ବ୍ଯତୀତ କରନ୍ତି ।

Image Courtesy: Google

୨. ଯେଉଁ ଘର ଲୋକ ସବୁବେଳେ ମାଂସ ମଦିରା ଭଳି ଜିନିଷରେ ବୁଡି ରୁହନ୍ତି ଏବଂ କାହାର ଧ୍ୟାନ ରଖନ୍ତି ନାହିଁ ଏହି ଭଳି ଲୋକଙ୍କ ଘରେ ମା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ଯେଉଁ ଲୋକ ସବୁବେଳେ ମାଂସ ମଦିର ସେବନ କରନ୍ତି ତାଙ୍କ ପୁରା ଜୀବନ ଦରିଦ୍ରତାରେ କଟି ଯାଇଥାଏ । ଶାସ୍ତ୍ର ଅନୁଯାଇ ଏହି ଭଳି ଲୋକଙ୍କ ପାପ କର୍ମ ଏତେ ବଢିଯାଇଥାଏ ଯେ ତାଙ୍କୁ କେବେ କୌଣସି ସୁଖ ଶାନ୍ତି ପ୍ରାପ୍ତ ହହୋଇନଥାଏ ।

Image Courtesy: Google

୩. ଯେଉଁ ଘରେ ମହିଳାଙ୍କ ଅପମାନ ହୋଇଥାଏ ସେ ଘରେ କୌଣସି ଦେବତା ବାସ କରନ୍ତି ନାହିଁ, ଯେଉଁ ଘରେ ନିଜ କଥା ମନେଇବା ପାଇଁ ପୁରୁଷ ସ୍ତ୍ରୀ ଉପରେ ହାତ ମଧ୍ୟ ଉଠେଇଥାଏ ସେହି ଭଳି ଘରେ ସବୁ ପ୍ରକାର ସୁଖ ଶାନ୍ତି ନଷ୍ଟ ହୋଇଥାଏ ।

Image Courtesy: Google

୪. ଯେଉଁ ଘର ଲୋକଙ୍କ ମଧ୍ୟରେ ସମ୍ପର୍କ ଭଲ ନଥାଏ ସେହି ଘରେ ମଧ୍ୟ ଭଗବାନ ବାସ କରନ୍ତି ନାହିଁ, ଯେଉଁ ଘରେ ଭାଇ ଭାଇ ମଧ୍ୟରେ ଭିନତା ଆସିଥାଏ ସେହି ଘର ଲୋକଙ୍କ ଜୀବନରେ ଦରିଦ୍ରତା ବାସ କରିଥାଏ ଏହି ଭଳି ଲୋକଙ୍କୁ ନିଜ ଘର ସମ୍ପର୍କ ଭଲ କରିବା ଆବଶ୍ୟକ ଅଟେ ।

୫. ବାକି ଚାରି ଜଣ ବ୍ୟକ୍ତି ଯେଉଁ ମାନଙ୍କ ଉପରେ ଭଗବାନ କ୍ରୋଧିତ ରୁହନ୍ତି ସେମାନେ ହେଲେ ଯେଉଁ ଲୋକ ସମସ୍ତଙ୍କର ନିନ୍ଦା କରେ, ଯେଉଁ ବ୍ୟକ୍ତି ମୁକ ପ୍ରାଣୀଙ୍କ ହତ୍ୟା କରେ, ଯେଉଁ ବ୍ୟକ୍ତି ସନ୍ଥ ମାନଙ୍କ ଅସମ୍ମାନ କରେ ଏବଂ ଚରିତ୍ର ହିନ ବ୍ୟକ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *