ଏହି ମହିଳାଙ୍କ ସହିତ ସମ୍ପର୍କ ରଖିଲେ ହେବ କୁଳର ବିନାଶ- Chanakya Niti 

ଆଜି ଆମେ ଆଲୋଚନା କରିବା ହିନ୍ଦୁ ଶାସ୍ତ୍ରର ବୈବାହିକ ନିୟମ ବିଷୟରେ । ଏହା ମଧ୍ୟ ଆଲୋଚନା କରିବା କେଉଁ ସ୍ତ୍ରୀ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଶାସ୍ତ୍ରରେ ପାପ ବୋଲି କୁହାଯାଇଛି । ବିବାହ ଜୀବନର ସବୁଠୁ ଗୁରୁତ୍ଵପୂର୍ଣ ନିସ୍ପତି ଅଟେ । ଏହି ନିସ୍ପତି ନେବେ ବିବାହ କରିବେ ନା ନାହିଁ ଏହା ସବୁଠୁ କଠିନ ହୋଇଥାଏ । ବର ହେଉ କି କନ୍ୟା ଦୁଇଜଣ ଶେଷ ସମୟ ପର୍ଯ୍ୟନ୍ତ ବିବାହ କରିବେକୀ ନା ପ୍ରସ୍ତୁତ ହୋଇପାରନ୍ତି ନାହିଁ ।

ସେ ପରିବାର ପକ୍ଷରୁ ପ୍ରେସର ହେଉକି ନିଜ ବୟସ ଦେଖି ବିବାହତ କରିବାକୁ ପଡିଥାଏ । ଧାର୍ମିକ ଗ୍ରନ୍ଥ ଓ ଉପ ଗ୍ରନ୍ଥରେ କିଛି ମାନଦଣ୍ଡ କୁହାଯାଇଛି  ଯାହାକୁ ଆଧାର ବନାଇ  ବର ବଧୂକୁ ପରଖା ଯାଇଥାଏ ।

ଆଜି ଆମେ ସେହି କଥାକୁ ଆଲୋଚନା କରିବାକୁ ଯାଉଛେ । ଯେଉଁଥିରେ ଆପଣ ଗୋଟେ ସୁଶୀଳ ଓ ସୁନ୍ଦର ବଧୁର ଚୟନ କରିପାରିବେ । କିଛି ଏମିତି କଥା ଶସ୍ତ୍ର ହିସାବରେ ଆପଣଙ୍କୁ ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ, କିଛି ଏମିତି ମହିଳାଙ୍କ ସହିତ ଭୁଲରେବୀ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ହୋଇନଥାଏ ଓ ସେମାନଙ୍କଠୁ ଦୂରରେ ରହିବା ଉଚିତ ହୋଇଥାଏ ।

ଏହି ଶ୍ରେଣୀରେ ଆସିଥାଏ ଅବିବାହିତ ମହିଳା, ଗୋଟେ ମହିଳା କି ପୁରୁଷ ବିବାହ ନକରି ମହିଳା ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇନଥାଏ । ସେ ରାଜୀରେ ହେଉକି ଜବରଦସ୍ତି କେବେବି ଅବିବାହିତ ମହିଳା ସହିତ ଶାରୀରିକ ସମ୍ପର୍କ ରଖିବା ଠିକ ନୁହେଁ । ଯଦି କେଉଁ ପୁରୁଷ ଏମିତି କରେତ ତା ସହିତ ବିବାହ ଅବଶ୍ୟ କରିବା ଉଚିତ ।

ବିଧବା ସ୍ତ୍ରୀ :-

ଭୁଲରେବି ଗୋଟେ ବିଧବା ସ୍ତ୍ରୀ ପାଖକୁ ଯିବା ଉଚିତ ନୁହେଁ । ତାଙ୍କ ସହିତ କେବେବି ଶାରୀରିକ ସମ୍ବନ୍ଧ ରଖିବା ଠିକ ନୁହେଁ । ଯଦି ତାଙ୍କୁ ବିବାହ କରିବେ ତାଙ୍କ ସହ ସମ୍ବନ୍ଧ ରଖି ପାରିବେ । ଯେଉଁ ସ୍ତ୍ରୀ ବ୍ରହ୍ମଚର୍ଯ୍ୟା ପାଳନ କରୁଥିବ ତା ସହିତ ଶାରୀରିକ ସମ୍ପର୍କ ରଖିଲେ କେବଳ ତାର ତପସ୍ୟା ଭଙ୍ଗ ହୁଏନି, ପୁରୁଷ ଉପରେ ମହା ପାପର ଭାର ଆସିଥାଏ । ଆମେ ଆଗକୁ ଆଉ କିଛି ସ୍ତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା ଯଦି ସେମାନଙ୍କ ସହିତ ସମ୍ବନ୍ଧ ରଖିବେ ଆପଣଙ୍କର କ୍ଷତି ହେବା ସହିତ ଏହା ଶାସ୍ତ୍ରରେ ବର୍ଜିତ କୁହାଯାଇଛି ।

ଏମାନଙ୍କ ଭିତରୁ ସାଙ୍ଗର ସ୍ତ୍ରୀ, ଶତ୍ରୁର ସ୍ତ୍ରୀ, ଶିଷ୍ୟର ପତ୍ନୀ, ନିଜ ପରିବାରର ସ୍ତ୍ରୀ, ବେଶ୍ୟା, ମଦ୍ୟପ ଅବସ୍ଥାରେ ଥିବା ସ୍ତ୍ରୀ, ବୟସରେ ବଡ ହୋଇଥିବା ସ୍ତ୍ରୀ, ଶିକ୍ଷକର ପତ୍ନୀ, ପତ୍ନୀର ମା, ନିଜ ମାର ଭଉଣୀ, ମାମୁଙ୍କ ପତ୍ନୀ, ଚାଚାଙ୍କ ସ୍ତ୍ରୀ, ଏମିତି ସମ୍ପର୍କୀୟ ଯାହାଙ୍କ ସହିତ ଆପଣଙ୍କର ରକ୍ତର ସମ୍ପର୍କ ରହିଛି । ନିଷିଦ୍ଧ ଓ ବର୍ଜିତ ଏହି କାମକୁ କରୁଥିବା ବ୍ୟକ୍ତି ମନୁଷ୍ୟର ଶ୍ରେଣୀ ହରାଇ ଥାଏ ।

Leave a Reply

Your email address will not be published. Required fields are marked *