ଚାଣକ୍ୟ ନୀତି, ଏହି ସବୁ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ, ନଚେତ ବହୁତ ପସ୍ତେଇବେ

ଜୀବନରେ ବେଳେ ବେଳେ ଆମକୁ କିଛି ଲୋକଙ୍କ ପାଇଁ ବହୁତ ଟେନସନ ନେବାକୁ ପଡିବ ଆଉ ଆମକୁ ସେଇଭଳି ଲୋକ କେବେ ଭଲ ଲାଗନ୍ତି ନାହିଁ ସେହି ଲୋକଙ୍କୁ ପସନ୍ଦ କରିନଥାଉ ସେହି ଲୋକଙ୍କୁ ପାଖରେ ରହିବା ଆମକୁ ପସନ୍ଦ ନୁହେଁ । ତା ଛଡା ଆମ ଘରର ଯେ କୋୖଣସି ପାରିବାରିକ ଆୟୋଜନ ଅବା କିଛି ଭୋଜି ଭାତରେ ଆମେ ତାକୁ invite କରିବାକୁ ଚାହୁଁନା ତଥାପି ଆମେ ତାଙ୍କୁ ସମସ୍ତ ସାଙ୍ଗ କୁ ଡିକିବା ସହ ବାଧ୍ୟ ହୋଇଡାକିବାକୁ ପଡେ ।

ଆଚାର୍ଯ୍ୟ ଚଣକ୍ୟ ଅନୁସାରେ ଆମକୁ ଏହି ୬ଟି ଲୋକଙ୍କୁ କେବେବି ଘରକୁ ଡାକିବା କଥା ନୁହେଁ । ଏହି ଭଳି ଲୋକ ଘରକୁ ଆସିଲେ ତାର ପ୍ରଭାବ ଆମ ଘର ପରିବେଶ ଉପରେ ପଡିଥାଏ ଏହି ଲୋକ ଆମ ଘରର ସଦସ୍ୟଙ୍କୁ ମଧ୍ୟ ଭଲ ନଜରରେ ଦେଖନ୍ତି ନାହିଁ ଏବଂ ଆମର ମନର ଶାନ୍ତିକୁ କଷ୍ଟ ଦେଇଥାନ୍ତି । ଆସନ୍ତୁ ଜାଣିବା ସେହି ୬ଟି ଲୋକ କିଏ କିଏ ଯାହା ବିଷୟରେ ଆଚାର୍ଯ୍ୟ ଚଣକ୍ୟ ଆମକୁ କହିଛନ୍ତି ।

ଦୋହରା ଚରିତ୍ର ବ୍ୟକ୍ତି : ଆଚାର୍ଯ୍ୟ ଚନକ୍ୟଙ୍କ ଅନୁସାରେ ଦୋହରା ଚରିତ୍ର ବ୍ୟକ୍ତି ବହୁତ କ୍ଷତିକାରକ ଅଟେ । ସେ ଆପଣଙ୍କ ସାମ୍ନାରେ ମିଠା ମିଠା କଥା କହିଥାଏ ଓ ଆପଣଙ୍କ ପିଠି ପଛରେ ନିନ୍ଦା କରିଥାଏ । ସେଥିପାଇଁ ଏହି ଦୋହରା ଚରିତ୍ର ଲୋକଙ୍କ ଠାରୁ ଦୂରେଇ ରହିବା ଭଲ ।

ଚରିତ୍ରହୀନ ବ୍ୟକ୍ତି : ଚରିତ୍ରହୀନ ବ୍ୟକ୍ତିଙ୍କ ଠାରୁ ନିଜକୁ ଓ ନିଜ ପରିବାରକୁ ଦୁରେଇରଖନ୍ତି ସେ ଆପଣଙ୍କୁ ପ୍ରତେକ୍ଷ ରୂପରେ ନୁହେଁ ବରଂ ପରୋକ୍ଷ ରୂପରେ କ୍ଷତି କରେ। ଚରିତ୍ରହୀନ ବ୍ୟକ୍ତି ନିଜର କେବେ ଉନ୍ନତି କରିପାରେନି କି ନିଜର କ୍ଷତି କରନ୍ତି ନାହିଁ । ଏହି ଭଳି ଲୋକଙ୍କ ଠାରୁ ଯଥା ସମ୍ଭବ ଦୁରେଇରୁହନ୍ତୁ ।

ଦୁଷ୍ଟ ବ୍ୟକ୍ତି : ଯେଉଭଳି ବ୍ୟକ୍ତିଙ୍କ ଠାରୁ ମାନବ ଜାତିର କ୍ଷତି ହୋଇଥାଏ ସେଇଭଳି ଲୋକଙ୍କଠାରୁ ଦୁରେଇ ରହିବା ଆବଶ୍ୟକ ଆଉ ସେଇଭଳି ଲୋକଙ୍କୁ କେବେବି ଘରକୁ ଡାକିବା ଉଚିତ ନୁହେଁ ଏହି ଭଳି ବ୍ୟକ୍ତିଙ୍କ ଠାରୁ ଆପଣଙ୍କ ପିଲା ଛୁଆଙ୍କୁ ଦୁରେଇ ରଖନ୍ତୁ ।


ନୀଚ ବ୍ୟକ୍ତି : ନୀଚ ବ୍ୟକ୍ତି ଆର୍ଥତ ଯେଉଁ ବ୍ୟକ୍ତି ଅଶିକ୍ଷିତ ବା ଅଭଦ୍ର ହୋଇଥାନ୍ତି । ସମାଜର ଚାଲିଚଳନ ଓ ସାଂସ୍କୃତି ଉପରେ ଜ୍ଞାନ ନଥାଏ ଓ ଯେଉଭଳି ବ୍ୟକ୍ତି ସମାଜର ଚାଲିଚଲନ କୁ ମାନନ୍ତି ନାହିଁ ସେହି ଭଳି ବ୍ୟକ୍ତିଙ୍କ ଠାରୁ ନିଜକୁ ଓ ନିଜ ପରିବାର ବର୍ଗଙ୍କୁ ଦୁରେଇ ରଖନ୍ତୁ ।

ଆପଣଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି : ଯେଉଁବ୍ୟକ୍ତି ଆମକୁ କଷ୍ଟ ଦେଉଥାଏ ସେହି ଭଳି ବ୍ୟକ୍ତିଙ୍କ ଠାରୁ ଆମକୁ ଦୁରେଇ ରହିବା ନିହାତି ଦରକାର ଏହି ଭଳି ଲୋକଙ୍କ ପାଇଁ ଆପଣଙ୍କ ପରିବାର ଉପରେ ଖରାପ ପ୍ରଭାବ ପଡିପରେ ଏହି ଭଳି ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *