ଜଣଙ୍କ ପାଇଁ ସାରା ଓଡିଶା ଏବେ ସଙ୍କଟରେ, ୧୧୨ଜଣଙ୍କ ସଂସ୍ପର୍ଶରେ ଆସିଛି ଏହି କରୋନା ପୀଡିତ

ଆମ ରାଜ୍ୟ ଓଡିଶାରେ ଚିହ୍ନଟ ହେଇଥିବା ୬୦ ବର୍ଷୀୟ କାରୋନା ରୋଗୀ ଓଡିଶାରେ କରୋନା ବ୍ୟାପିବାରେ ହୋଇପାରନ୍ତି ମୁଖ୍ୟ କାରଣ । ଏମିତି କହିବାର ତାତ୍ପର୍ଜ୍ୟ ହେଉଛି ସେ ଜେନ କି ଦୁଇଜଣ ନୁହଁ ୧୧୨ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ରାଜ୍ୟ ସରକାରଙ୍କ କୋବିଡ-୧୯ର ପ୍ରବକ୍ତା ସୁବ୍ରତ ବାଗଚି ଗଣମାଧ୍ୟମକୁ ସୂଚନା ଦେବା ଅବସରରେ କହିଛନ୍ତି ଯେ ରାଜ୍ୟରେ ପ୍ରଥମେ ଚିହ୍ନଟ ହୋଇଥିବା ୨ଜଣ କାରୋନା ରୋଗୀ ୫୫ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଚିହ୍ନଟ ହୋଇଥିବା ୩ୟ କାରୋନା ରୋଗୀ ଦିଲ୍ଲୀ ଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ୧୧୨ ଜଣ ଲୋକଙ୍କ ସଂସ୍ପର୍ଶରେ ଆଶିସାରିଛନ୍ତି ।

ଏମିତିରେ ଏହା ରୋଗୀ ଓଡିଶା ପାଇଁ କାରୋନା ବ୍ୟାପିବାର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ତୃତୀୟ ପୀଡିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣ ଲୋକଙ୍କ ସୂଚୀ ପ୍ରସ୍ତୁତ ହୋଇ ସାରିଛି ବୋଲି ଗୀତାଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମିଳନୀରେ ଡ଼ ସୁବ୍ରତ ବାଗଚି ମନ୍ତବ୍ୟ ଦେଇଛନ୍ତି । ଅଦ୍ୟାବଧି ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କ ସହ ସମ୍ପର୍କ ହୋଇ ପାରିଥିବା ବେଳେ ୧୧ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଏହି ୧୧ ଟି ନମୁନାରୁ ଗୋଟିଏ ନେଗେଟିଭ ଥିବା ବେଳେ ଅନ୍ୟ ୧୦ ଟିର ରିପୋର୍ଟ ମିଳିନାହିଁ । ଏହା ସହ ୩ୟ ରୋଗୀର ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କ ଅନୁସନ୍ଧାନ କରାଯାଉଛି ।

ଶନିବାର ମଧ୍ୟାନ ୧୨ ଘଟିକା ମଧ୍ୟରେ ରାଜ୍ୟରେ ୨୫୬ ଜଣ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏମାନଙ୍କ ମଧ୍ୟରୁ ୩ଜଣ ଲୋକଙ୍କ ରକ୍ତ ନମୁନା ପଜେଟିଭ ଆସିଛି । ସଂକ୍ରମିତ ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଏବେ ଅପେକ୍ଷାକୃତ୍ୟ ଭଲ ରହିବା ସହ ସେମାନେ ଏବେ ଅନ୍ୟ ରୋଗୀଙ୍କ ଭଳି ସିଝା ଖାଦ୍ଯ ଖାଉଛନ୍ତି ବୋଲି ସୂଚନା ମିଳିଛି ।

ତୃତୀୟ କରୋନ ରୋଗୀ ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ସମୟରେ ୩୨ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ବୋଲି ଡ଼ ବାଗଚି ସୂଚନା ଦେଇଛନ୍ତି । ନିଜ ପରିବାରରେ ସେ ନିଜର ପତ୍ନୀ ଓ ଝିଅଙ୍କ ସଂସ୍ପର୍ଶରେ ଆସିଛନ୍ତି । ଘରର ଡ୍ରାଇଭର ଓ ତିନିଜଣ ସହାୟକ ମଧ୍ୟ ତାଙ୍କ ସଂସ୍ପର୍ଶରେ ଅସିସାରିଛନ୍ତି ।

ତୃତୀୟ ସଂକ୍ରମିତ ବ୍ୟକ୍ତି ଯେଉଁ ବ୍ଯାଙ୍କରେ କାର୍ଯ୍ୟରତ ଥିଲେ ସେଠାରେ କାର୍ଯ୍ୟରତ ଥିବା ଅନ୍ୟ ୪୪ ଜଣ ସହଯୋଗୀ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହା ସମେତ ୭ ଜଣ ବିଧାନ ସଭା କର୍ମଚାରୀ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେ ଅସ୍ଵସ୍ଥ ଥିବା ସମୟରେ ଭୁବନେଶ୍ବରର କର କ୍ଲିନିକରେ ଭର୍ତି ହୋଇଥିଲେ ସେହି ସମୟରେ ସେ ୩୧ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । କ୍ଲିନିକର ଲାବ୍ରୋଟୋରୀରେ ୩ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ପରି ଭାବେ ସେ ମୋଟ ଭାବରେ ୧୧୨ ଲୋକଙ୍କ ସଂସ୍ପର୍ଶରେ ଅସିସାରିଛନ୍ତି ।

Leave a Reply

Your email address will not be published. Required fields are marked *