ଇଟାଲୀ ରେ ଗୋଟେ ଦିନରେ ୧୦୦୦ ମୃତ୍ୟୁ ଆମେରିକା ରେ ରୋଗୀ ସଂଖ୍ୟା ଲଖେ ଠାରୁ ଅଧିକ- କଣ ଅଛି ଭାରତର ସ୍ଥିତି

କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ପୁରା ସଂସାର ରେ ବଢିବାକୁ ଲାଗିଛି, ଇଟାଲୀରେ କରୋନା ଦ୍ଵାରା ମୃତ୍ୟୁ ପ୍ରାପ୍ତ କରିଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗିଛି, ଏହି ମହାମାରୀ ଯଦି କୌଣସି ଦେଶକୁ ସବୁଠାରୁ ଅଧିକ ହାନି କରିଛି ତେବେ ଏହା ଇଟାଲୀ ଅଟେ ଅବଶ୍ୟ କୋରୋନା ଦ୍ଵାରା ସବୁ ଦେଶ ଅସୁବିଧାରେ ଅଛନ୍ତି ସବୁ ଦେଶ ଲୋକ ମୃତ୍ୟୁ ପ୍ରାପ୍ତ କରୁଛନ୍ତି କିନ୍ତୁ ଇଟାଲୀରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି ।

ୟୁରୋପ ଏହି ଦେଶ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢି ଯାଇ,୧୦,୦୨୩ ହୋଇଯାଇଛି । କେବଳ ଶୁକ୍ରବାରରେ ଏଠାରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିଲା ।

ଶୁକ୍ରବାର ଦିନ କେବଳ ଏଠାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୧୦୦୦ ଠାରୁ ଅଧିକ ଥିଲା, ଓ ଇଟାଲୀରେ ବର୍ତମାନରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୯୨,୪୭୨ ହୋଇଯାଇଛି । ଏହା ପରେ ସ୍ପେନ ଓ ଇଟାଲୀ ଦେଶରେ ଆତଙ୍କ ବିପଦ ହୋଇ ପଡିଲା ପରେ କରୋନା ଏବେ ଆମେରିକାକୁ ନିଜ ଶିକାର ବନେଇଛି । ଆମେରିକାରେ କରୋନା ଦ୍ଵାରା ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ବଢି ଯାଇ ୨,୨୨୯ ହୋଇଯାଇଛି, ତେବେ ଏଠାରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ପୁରା ଦୁନିଆରେ ସବୁଠାରୁ ଅଧିକ ଅଟେ ।

ଏଠାରେ କରୋନା ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨୩,୭୮୦ ଅଟେ, ଏହି ସଂଖ୍ୟା ଅନୁଯାଇ ଅନୁମାନ କରା ଯାଉଛି ଯେ ପ୍ରତି ମିନିଟରେ ପ୍ରାୟତଃ ୧୩ଟି କରୋନା ସଂକ୍ରମିତ ରୋଗୀ ହଉଛନ୍ତି । ମିଡିଆ ରିପୋର୍ଟ ଅନୁଯାଇ ଗତ ୨୪ ଘଣ୍ଟାରେ ବହୁତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଯାହା ଫଳରେ ଆମେରିକା ସଂକ୍ରମିତ ସଂଖ୍ୟା ବଢି ଯାଇ ୧୨୩,୭୮୦ ହୋଇଯାଇଛି, କୁହା ଯାଉଛି ଯେ ବ୍ରିଟେନ, ସ୍ପେନ, ଜର୍ମନୀ ଭଳି ଦେଶ ଏହି ଭୟାନକ ସଂକ୍ରମଣ ଦ୍ଵାରା ବହୁତ ପୀଡିତ ଅଛନ୍ତି, ପୁରା ୟୁରୋପରେ କରୋନା ଭାଇରସ ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ ଲକ୍ଷ ଠାରୁ ବହୁତ ଅଧିକ ଅଟେ ।

କେବଳ ଇଟାଲୀ ଓ ଆମେରିକା ମିଶେଇ ୨ ଲକ୍ଷ ଉପରେ ଅଛନ୍ତି, ସମସ୍ତ ସଂସାର ବୈଜ୍ଞାନିକ ଏହି ଭାଇରସ ବ୍ୟାକସିନ ବାହାର କରିବାରେ ବ୍ୟସ୍ତ ଅଛନ୍ତି କିନ୍ତୁ ଔଷଧ ବାହାରିଲା ବେଳେ ବହୁତ ଲୋକ ନିଜ ଜୀବନ ହରେଈ ସାରିଥିବେ ସେଥିପାଇଁ ମୋଦୀ ସରକାର କଥା ମାନନ୍ତୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । ତେବେ ଏବେ ଭାରତରେ ୯୮୭ ସଂକ୍ରମିତ ଥିବା ବେଳେ ୨୫ ଜଣଙ୍କର ମୃତ୍ୟୁ ବରଣ ହୋଇଛି ।

Leave a Reply

Your email address will not be published. Required fields are marked *