ଏହି ଶିଶୁଟିର ହସ ପଛରେ ଲୁଚି ରହିଛି ବହୁତ ଦୁଃଖ, ଚାହିଁକି ବି ଛୁଇଁ ପାରିବେନି ତାକୁ ତାର ମା’ ବାପା- ଏହାର କାରଣ ଜାଣିଲେ ଆପଣବି କାନ୍ଦି ପକେଇବେ

ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ଭିକ୍ଟର ନାବା ଏବଂ ତାଙ୍କ ପତ୍ନୀ ଏଡ୍ରିୟାନା ଦୁନିଆର ଦୁର୍ଭାଗ୍ୟବତୀ ମା-ବାପା ମାନଙ୍କୁ ଭିତରୁ ଜଣେ ଯିଏ  ନିଜ ଶିଶୁକୁ ଚାହିଁକି ବି ଛୁଇଁ ପାରୁନାହାନ୍ତି । ତାଙ୍କ ପିଲା ୫ ମାସର ହୋଇଗଲାଣି କିନ୍ତୁ ସେ ଆଜି ପର୍ଯ୍ୟନ୍ତ ତାକୁ ଛୁଇଁ ନାହାଁନ୍ତି । ଏହା ପଛର କାହାଣୀ ଆପଣ ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ପଳେଇ ଆସିବ ।

ସେହି ଶିଶୁର ଜନ୍ମ ୧୪ ମେ ୨୦୧୯ କାଲିଫର୍ଣ୍ଣିଆର ଜୋସେଫ ହସ୍ପିଟାଲରେ ହେଇଥିଲା । ଶିଶୁର ମା ଏଡ୍ରିୟାନା କହୁଥିଲେ କି ସିଏ ବହୁତ ଭଲପାଇବା ସହିତ ନିଜ ପିଲାର ନାମ ଏଡ୍ରୀନ ରଖିଥିଲେ ।

କିନ୍ତୁ କିଛି ସମୟ ପରେ ସେ ଜାଣିଲେ ଯେ ତାଙ୍କ ପିଲା ସହିତ କିଛି ଗଡବଡ ଅଛି, କାରଣ ତାଙ୍କ ଶିଶୁ ବହୁତ ଜୋରରେ ଥରୁଥିଲା ଏବଂ କଷ୍ଟ ସହି ନ ପାରି କାନ୍ଦୁଥିଲା । ଡାକ୍ତରମାନଙ୍କ ପରୀକ୍ଷାରୁ ଜଣାପଡିଲା ଯେ ଶିଶୁଟିକୁ ଏପୀଡରମୋଲିସିସ ବୁଲ୍ଲୋସା ନାମକ ଚର୍ମରୋଗ ହୋଇଛି । ମେଟ୍ରୋ ୟୁକେ ରିପୋର୍ଟ ଅନୁସାରେ ଏହା ଏକ ଦୁର୍ଲଭ ଚର୍ମ ରୋଗ  ଯାହାର ଚିକତ୍ସା ହୋଇପାରିବ ନାହିଁ, ଏବଂ ଯାହା ଜୀବନ ମଧ୍ୟ ନେଇପାରେ ।

 

ମେଟ୍ରୋ ୟୁକେ ଅନୁସାରେ ଏହି ରୋଗ କାରଣରୁ ଶରୀରର ତ୍ଵଚା ଉପରେ ଘା ହୋଇଯାଏ ଏବଂ ତ୍ଵଚା ଆପେ ଆପେ ଶରୀରରୁ ହଟିଯାଏ । ସାଧାରଣତଃ ଏହି ରୋଗରେ ଶିଶୁର ଜନ୍ମର ପ୍ରଥମ ବର୍ଷରେ ହିଁ ମୃତ୍ୟୁ ହୋଇଯାଏ, କାରଣ ଏହି ରୋଗରେ ମୃତ୍ୟୁ ହାର ୮୦% ରୁ ବି ଅଧିକ ଦେଖିବାକୁ ମିଳୁଛି ।

 

ଶିଶୁଟିର ବାପା ଭିକ୍ଟର କହୁଥିଲେ କି ଯେବେ ଏଡ୍ରୀନ ଜନ୍ମ ହେଲା ସେ ବହୁତ ଖୁସି ଥିଲେ କିନ୍ତୁ ସେ ଯେବେ ଶିଶୁଟିର ତ୍ଵଚାକୁ ଦେଖିଲେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ତାର ତ୍ଵଚା ଏକ ପ୍ରଜାପତି ଭଳି ଥିଲା, ଯାହାକୁ ଛୁଇଁଲେ ହିଁ ସେ ପଳେଇଯାଉଥିଲା । ସେ କହୁଥିଲେ କି ଯେତେବେଳେ ସେ ତାଙ୍କ ପିଲାର ଅବସ୍ତା ଦେଖିଲେ ସେ ପୁରା ଡରି ଯାଇଥିଲେ, ସେ କିଛି ବୁଝିପାରୁନଥିଲେ ।

 

ତେବେ ସେହି ପିଲାଟିର ଏଭଳି ଅବସ୍ଥା ଦେଖି ତାର ବାପା ମା ବହୁତ ଦୁଃଖ ଓ କଷ୍ଟ ଅନୁଭବ କରୁଛନ୍ତି ଏବଂ ନା ସେମାନେ କିଛି ଶାନ୍ତିରେ ଖାଇ ପାରୁଛନ୍ତି ନ ଶୋଇ ପାରୁଛନ୍ତି । ତାକୁ ଏମିତି କଷ୍ଟ ପାଉଥିବାର ଦେଖି ସେମାନେ ମଧ୍ୟ ଦୁଃଖରେ  ଭାଙ୍ଗି ପଡିଛନ୍ତି । ସୂଚନା ଅନୁସାରେ ଏବେ ତାକୁ ମେଡିସିନ ଦିଆ ଯାଉଛି ଓ ମାସକୁ ପରାୟେ ୧୦ ରୁ ୧୨ ଲକ୍ଷ ତା ପାଇଁ ଖର୍ଚ୍ଚ ହେଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *