ହାଡଙ୍କୁ ଫମ୍ପା କରିଦିଏ ଏହି ଜିନିଷ, ଜାଣିନୀୟନ୍ତୁ ନହେଲେ ଶରୀର ହୋଇଯିବ କଙ୍କାଳ

ହାଡ ର ଦୁର୍ବଳତା କେବଳ ଖରାପ ଡାଏଟ ପାଇଁ ହୁଏ, ଏମିତି କିଛି ପ୍ରକାର ଖାଦ୍ୟ ଅଛି ଯାହାର ନିୟମିତ ଓ ଅଧିକ ସେବନ ରୁ ହାଡର କ୍ୟାଲସିୟମ ସରିଯାଇଥାଏ । ଆମ ହାଡ ପାଇଁ କ୍ୟାଲସିୟମ ବହୁତ ଆବଶ୍ୟକ ଜିନିଷ ଅଟେ । ଆଜିକାଲି କେବଳ ବୁଢା ଲୋକ ନୁହେଁ ଛୁଆ ଏବଂ ଯୁବପିଢି ମଧ୍ୟ ହାଡ ଜନିତ ସମସ୍ୟାରେ ପୀଡିତ ହେଉଛନ୍ତି । ହାଡ ଦୁର୍ବଳତା ର ଏକ ମାତ୍ର କାରଣ ଖରାପ ଡାଏଟ ଅଟେ, ହାଡ ପାଇଁ କ୍ୟାଲସିୟମ ଦରକାର ଏବଂ ସେଥିପାଇଁ ଭଲ ଖାଦ୍ୟ ଖାଇବା ନିହାତି ଜରୁରୀ ଅଟେ ।

କ୍ୟାଲସିୟମ କମ ହବାରୁ ହାଡ ଦୁର୍ବଳ ହୋଇଯାଏ ଏବଂ ଏହା ସହ କେତେ ପ୍ରକାର ହାଡ ରୋଗ ହବାର ବି ଆଶଙ୍କା ଥାଏ ।

ପାଳଙ୍ଗ :

ପାଳଙ୍ଗ ଏକ ବହୁତ ଭଲ ପରିବା କିନ୍ତୁ ଏହାର ଅଧିକ ସେବନ ଆପଣଙ୍କ ହାଡକୁ ଦୁର୍ବଳ ଓ ରୋଗ ଦେଇ ପାରେ ସେଥିପାଇଁ ପାଳଙ୍ଗ କମ ଖାଇବାକୁ ଚେଷ୍ଟା କାରନ୍ତୁ ।

ଚା ଓ କୋଫି :

ସମସ୍ତଙ୍କର ସକାଳ ପ୍ରାୟତଃ ଚା’ ରେ ହୁଏ କିନ୍ତୁ ଆପଣ ଜାଣିଛନ୍ତି କି ଚା ଓ କଫି ଅଧିକ ସେବନ କଲେ ହାଡ ପାପେରା ହୋଇଯାଏ, ଏଥିରେ କ୍ୟାଫେନ ଥାଏ ଯାହା ହାଡ ପାଇଁ ବହୁତ ହାନିକାରକ ଅଟେ ।

ଗହମ ଜାତୀୟ ଖାଦ୍ୟ ଓ କ୍ଷୀର :

ଏହି କମ୍ବିନେସନ ଶୁଣିବାରେ ଭଲ ଲାଗି ପାରେ କିନ୍ତୁ ଏହି ଖାଦ୍ୟ ଆମ ହାଡ ପାଇଁ ହାନିକାରକ ଏହାର ସେବନ କଲେ ଶରୀର ରେ କ୍ୟାଲସିୟମ ମାତ୍ରା କମି କମି ଯାଏ ।

ଲୁଣ ଓ ମଦ :

ମଦ ପିଇବା ଲୋକଙ୍କର ଖରାପ ଅଭ୍ୟାସ କିନ୍ତୁ ଆପଣ ଜାଣିଛନ୍ତି କି, ମଦ ର ଅଧିକ ସେବନ ହାଡ ଉପରେ କେତେ କ୍ଷତି କରେ । ଏହା ସହ ଯଦି ଆପଣ ଲୁଣ ଅଧିକ ଖାଆନ୍ତି ତାହେଲେ ଆପଣଙ୍କ ହାଡ ବହୁତ ଶୀଘ୍ର ଖରାପ ହୋଇଯିବ । ଲୁଣ ରେ ସୋଡିୟମ ଥାଏ ଯାହା ଶରୀର କୁ ଯିବା ପରେ କ୍ୟାଲସିୟମ କୁ ପରିଶ୍ରା ମାଧ୍ୟମ ରେ ଶରୀର ବାହାରକୁ କାଢି ଦିଏ ।

କୋଲ୍ଡ ଡ୍ରିଂକ୍ସ ଏବଂ ଚକଲେଟ :

କୋଲ୍ଡ ଡ୍ରିଂକ୍ସ ରେ କାର୍ବନଡୈଅକ୍ସାଇଡ ଥାଏ ଯାହା ହାଡ କୁ ଭୀତୁରୁ ଫମ୍ପା କରିଦିଏ । ଅଧିକ ମାତ୍ରା ରେ ଖାଉଥିବା ଚକଲେଟ ବି ଆମ ହାଡ ପାଇଁ ହାନିକାରକ ଅଟେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *