ଭାରତ ର ଏକ ଏମିତି ଜାଗା ଯେଉଁଠିକୁ ରାତି ରେ ଗଲେ ଜିଅନ୍ତା ଫେରନ୍ତି ନାହିଁ- ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା

ଆମ ଦେଶ ରେ ଏମିତି ବହୁତ ଜାଗା ଅଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏହିଭଳି ଏକ ଜାଗା ଅଛି ଧନୁଷକୋଡୀ । ଧନୁଷକୋଡୀ ଭାରତ ର ତାମିଲନାଡୁ ର ପୂର୍ବ ତଟ ରେ ରାମେଶ୍ଵରମ ଦ୍ଵିପ ପାଖ ରେ ଉପସ୍ଥିତ ଅଛି । ଏହା ସେହି ଜାଗା ଯେଉଁଠୁ ଶ୍ରୀଲଙ୍କା ଦେଖା ଯାଏ । ଧନୁଷକୋଡୀ ଭାରତ ଓ ଶ୍ରୀଲଙ୍କା ମଧ୍ୟ ରେ ସ୍ଥିତ ଅଛି । ଦୁଇଟି ଦେଶ ମଧ୍ୟେ ଏହା ଏକ ମାତ୍ର ସ୍ଥଳିୟ ସୀମା ଅଛି ଯାହା ପାକ ଜଲସଂଧି ରେ ବାଲୁ ର ସ୍ତୂପ ଉପରେ ଅବସ୍ଥିତ ଅଛି ଯାହାର କ୍ଷେତ୍ରଫଳ ୫୦ ଗଜ ଲମ୍ବ ଅଟେ ।

ଏହି କାରଣ ରୁ ଏହି ଜାଗାକୁ ବିଶ୍ଵ ର ସବୁଠୁ ଛୋଟ ଜାଗା କୁହାଯାଏ । ଏହି ବିଶେଷ ଜାଗା ରେ ଲୋକମାନେ ପ୍ରାୟତଃ ଦିନସମୟ ରେ ବୁଲିବାକୁ ଆସନ୍ତି କିନ୍ତୁ ରାତି ପୂର୍ବରୁ ଲୋକମାନଙ୍କୁ ସେହି ଜାଗାରୁ ପଠେଇ ଦିଆଯାଏ । ଲୋକମାନେ ସନ୍ଧ୍ୟା ପୂର୍ବରୁ ରାମେଶ୍ଵରମ ଫେରିଯାଆନ୍ତି, କାହିଁକିନା ଏଠାରେ ରାତି ରେ ବୁଲିବା ମନା । ଆପଣଙ୍କୁ ଜଣେଇଦବାକୁ ଚାହୁଁଛୁକି ଧନୁଷକୋଡୀ ରୁ ରାମେଶ୍ଵରମ ୧୫ କିଲୋମିଟରର ଲମ୍ବା ଓ ସୁନସାନ ରାସ୍ତା ଅଟେ ।

ଏଠାରେ କାହାକୁ ବି ଡ଼ର ଲାଗିପାରେ କାହିଁକିନା ଏହି ସ୍ଥାନ କୁ ବହୁତ ରହସ୍ୟମୟ ବୋଲି କୁହ ଯାଏ । ଆପଣମାଙ୍କୁ ଜଣେଇଦବାକୁ ଚାହୁଁଛୁ କି ୧୯୬୪ ଚକ୍ରବାତ ପୂର୍ବରୁ ଧନୁଷକୋଡୀ ଏକ ବିଶେଷ ବୁଲିବା ଜାଗା ଥିଲା । ସେହି ସମୟ ରେ ଧନୁଷକୋଡୀ ରେ ରେଲୱେ ଷ୍ଟେସନ, ଚିକିତ୍ସାଳୟ, ଚର୍ଚ, ହୋଟେଲ ଏବଂ ପୋଷ୍ଟ ଅଫିସ ଥିଲା । ହେଲେ ୧୯୬୪ ଚକ୍ରବାତ ରେ ସବୁକିଛି ସରିଗଲା । କୁହ ଯାଏ କି ସେହି ସମୟ ରେ ଶହେ ଠୁ ବି ଅଧିକ ଲୋକ ଥିବା ଟ୍ରେନ ପାଣି ରେ ବୁଡି ଯାଇଥିଲା ତେବେଠୁ ଏହି ରାସ୍ତା ସୁନସାନ ହେଇଯାଇଛି ।

ଏମିତି କୁହାଯାଏ କି ଧନୁଷକୋଡୀ ସେହି ଜାଗା, ଯେଉଁଠି ସମୁଦ୍ର ଉପରେ ରାମସେତୁ ର ନିର୍ମାଣ ହୋଇଥିଲା । କୁହାଯାଏ କି ରାମ ହନୁମାନଙ୍କୁ ଏକ ପୋଲ ବନେଇବା ପାଇଁ ଆଦେଶ ଦେଇଥିଲେ, ଯାହା ଉପରୁ ବାନର ସେନା ଲଙ୍କା ରେ ପ୍ରବେଶ କରିପାରିବେ । ଧନୁଷକୋଡୀ ରେ ରାମ ଠାକୁରଙ୍କର କେତୋଟି ମନ୍ଦିର ଏବେ ବି ଉପସ୍ଥିତ ଅଛି । ଏମିତି କୁହାଯାଏ କି ବିଭୀଷଣ ଅନୁରୋଧ ରୁ ଭଗବାନ ରାମ ନିଜ ଧନୁଷ ର ଏକ ସିରାରୁ ସେତୁ କୁ ଭାଙ୍ଗି ଥିଲେ । ସେହି କାରଣ ରୁ ଏଜାଗା ନା ଧନୁଷକୋଡୀ  ରଖାଯାଇଛି ।

Leave a Reply

Your email address will not be published. Required fields are marked *