ମୁଁ ଯତେବେଳେ ଏଣ୍ଟ୍ରି କରିଥିଲି ଇଣ୍ଡଷ୍ଟ୍ରି କୁ କିଛି ବି ନଥିଲା, ଆଲବମରେ କାମ ପରେ ଡାଇରେକଟର ମତେ…. ଇଣ୍ଡଷ୍ଟ୍ରିରେ ନିଜ ଷ୍ଟ୍ରଗଲକୁ ନେଇ ଦେଖନ୍ତୁ କଣ କହୁଛନ୍ତି Eli Padhy

ବନ୍ଧୁଗଣ ଅଭିନେତ୍ରୀ ଏଲି ପାଢୀ କହିଛନ୍ତି ସେମାନେ ତାଙ୍କ ସମୟରେ ଷ୍ଟ୍ରଗଲ ବହୁତ କରିଛନ୍ତି । ସେ ଯେତେବେଳେ ଓଡିଆ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି କରିଥିଲେ ସେତେବେଳେ କିଛି ବି ନ ଥିଲା ଇଣ୍ଡଷ୍ଟ୍ରି ରେ କେବଳ ଗୋଟିଏ ଚ୍ଯାନେଲ ରହିଥିଲା ଡିଡି-୧ । ତା ପରେ ପରେ ଇ-ଟିଭି ରହିଥିଲା । ତାଙ୍କର ଯେମିତି ମାନେ ଆସି ସେତେବେଳେ ଆଜି ଭଳି ସୁଯୋଗ ନ ଥିଲା । ଇଣ୍ଡଷ୍ଟ୍ରି ରେ ନା ଭଲ ଖାଇବାକୁ ଥିଲା ନା ଭଲ ପେମେନ୍ଟ ଥିଲା ନା ଭଲ କପଡା ପିନ୍ଧିବାକୁ ଦେଉଥିଲେ । ବରଂ ସେମାନେ ନିଜେ ଘରକୁ କପଡା ଆଣି ପିନ୍ଧୁଥିଲେ ଅଭିନୟ କରିବା ପାଇଁ ।

ସେତେବେଳେ ସମୟରେ ଷ୍ଟ୍ରଗଲ ବହୁତ ଅଧିକ ଥିଲା । କିନ୍ତୁ ଆଜିକାଲି ଯେଉଁ ଅଭିନେତ୍ରୀ ମାନେ ଆସୁଛନ୍ତି ସେମାନେ ରିୟାଲିଟି ସୋ ରୁ ଆସି ଯାଉଛନ୍ତି ଆଉ ଫଟାଫଟ ହିରୋଇନ ହୋଇ ଯାଉଛନ୍ତି । କିନ୍ତୁ ଅଭିନେତ୍ରୀ ଏଲି ପାଢି କହିଛନ୍ତି ସେମାନେ ଏତେ ସହଜରେ ଅଭିନେତ୍ରୀ ହୋଇ ନାହାନ୍ତି ବହୁତ କଷ୍ଟ ସହିଛନ୍ତି । ରାତି ରାତି ବର୍ଷା ଗୀତ ଗାଈ ସେମାନଙ୍କର ଆଜି ସକାଳୁ କାଲି ସକାଳ ହୋଇଯାଏ । ଏଥିପାଇଁ ଡାଇରେକ୍ଟର ତାଙ୍କୁ ମାତ୍ର ୫୦୦ ଟଙ୍କା ଦେଇଥାନ୍ତି ।

ତାଙ୍କ ସମୟରେ ଲିମିଟେଡ ହିରୋ ଓ ହିରୋଇନ ମାନେ ଥିଲେ ଆଉ ଲିମିଟ ଅନୁଯାୟୀ କାମ ହେଉଥିଲା । ଆଉ ଖାଇବାର ସେମିତି କିଛି ନ ଥିଲା । ତାଙ୍କୁ ଲାଗୁଥିଲା କି ତାଙ୍କ ମା ତାଙ୍କ ଠାରୁ ଅଧିକ ପରିଶ୍ରମ କରିଛନ୍ତି । କାରଣ ତାଙ୍କ ମା ଙ୍କର ଇଚ୍ଛା ଥିଲା ସେ ହିରୋଇନ ହୁଅନ୍ତୁ ।

ଭଦ୍ରକ ରୁ ବାରମ୍ବାର ଏଲି ପାଢି ନିଜ ମାଙ୍କ ସହ ଭୁବନେଶ୍ଵର ଆସୁଥିଲେ କାରଣ ଭୁବନେଶ୍ଵର ରେ ଘର ରହିବା ପାଇଁ ସେମିତି କିଛି ନ ଥିଲା । ତାଙ୍କୁ ବାରମ୍ବାର ଫୋନ ଆସିଥାଏ ଶୁଟିଙ୍ଗ ଅଛି ଯାହା ପାଇଁ ତାଙ୍କୁ ବାରମ୍ବାର ଭଦ୍ରକ ରୁ ଭୁବନେଶ୍ଵର ଆସିବାକୁ ପଡୁଥିଲା ।

ବଡ ବ୍ୟାଗରେ ଅଧିକ କପଡା ଧରି ଆସନ୍ତି ଆଉ ରାତି ୨ଟା ବା ୩ଟା ରେ ଶୁଟିଙ୍ଗ ସରିଲେ ସେ ତାଙ୍କ ମାନକ ସହ ଭଦ୍ରକ ଫେରି ଯାଇଥାନ୍ତି । କଷ୍ଟ ତାଙ୍କ ମା ବହୁତ କରିଛନ୍ତି ବୋଲି ଏଲି କହିଛନ୍ତି । ତାଙ୍କ ସମୟରେ ସେମାନେ ଯେତିକି କଷ୍ଟ କରିଛନ୍ତି ତାହା ହେଉଛି ରିୟଲ କଷ୍ଟ ଯାହା ସେ ଅନୁଭବ କରିଛନ୍ତି । ଯାହା ପାଇଁ ସେମାନେ ଆଜିକା ଟାଇମରେ ଅଛନ୍ତି ।

ଆଜିକାଲି ଋଲ୍ସ ବା ଟିକଟକରୁ ମଧ୍ୟ ଜଲ୍ଦି ହିରୋଇନ ହୋଇ ଯାଉଛନ୍ତି । ତାଙ୍କ ବେଳକୁ ଏମିତି ମୌକା ନ ଥିଲା । ଡିଜିଟାଲି ମଧ୍ୟ କେତେ ଲୋକ ଆକ୍ଟିଭ ନ ଥିଲେ । ଏବେ ଯେମିତି ଗୁଗୁଲରେ ସର୍ଚ୍ଚ କରିଦେଲେ ସବୁ ଆସି ଯାଉଛି କିନ୍ତୁ ତାଙ୍କ ସମୟରେ କିଛି ବି ନ ଥିଲା ।

ସେମାନେ ଏତେ କାମ କରିଛନ୍ତି ଯାହା ଦର୍ଶକ ମାନଙ୍କ ପାଖରେ ବହୁତ କମ ପହଞ୍ଚିଛି । କିନ୍ତୁ ବର୍ତ୍ତମାନ ମାର୍କେଟ ବହୁତ ଖୋଲି ଗଲାଣି । ତେବେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ବିଷୟରେ ଅଭିନେତ୍ରୀ ଏଲି ପାଢି । ବନ୍ଧୁଗଣ ଆପଣଙ୍କର ଏଲି ପାଧିଙ୍କ ମନ୍ତବ୍ୟ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *