ରାହୁଲକୁ ମାରିଦେଲେ! ନିଜର ନାତିକୁ ହରାଇ ବାହୁନି କାନ୍ଦୁଛି ବୁଢୀ ମା’, ସମ୍ପୁର୍ଣ୍ଣ ଘଟଣା ବିଷୟରେ ଜାଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ

ବନ୍ଧୁଗଣ ବୁଢୀ ମାଆ ଜଣକ ବାହୁନି ବାହୁନି କାନ୍ଦୁଛନ୍ତି । କେମିତି ବା କାନ୍ଦିବେନି, କାଖେଇ କୋଳେଇ ନାତିକୁ ବଡ କରିଥିଲେ । ଯେତେବେଳେ ଆଖି ଆଗରେ ନାତିର ଶବ ଦେଖୁଛନ୍ତି ଆଖି ଫଟାଇ ଲୁହ ଗୁଡାକ ବାହାରକୁ ବାରି ଆସୁଛି । ଏଇ କାନ୍ଦ ବୋବାଳି ଭିତରେ ଅଭିଯୋଗ ଆସୁଛି ଯେ ସାବତ ମା ଓ ବାପା ମିଶି ପୁଅକୁ ମାରି ଗଛରେ ଝୁଲାଇ ଦେଇଛନ୍ତି । ଯଦି ଅଭିଯୋଗ ସତ ହୋଇଥାଏ ତେବେ ବାପା ମାଙ୍କ ଉପରୁ ପିଲାଙ୍କ ଭରସା ଭାଙ୍ଗିଯିବ । ଯେତେବେଳେ ନାତି ୮ ବର୍ଷର ହୋଇଥିଲା ସେତେବେଳେ ବାପା ମା ଅଧ ବାଟରୁ ଛାଡି ଚଳାଇ ଯାଇଥିଲେ ।

ବାପା ପୁଣି ଥରେ ବିବାହ କରିଲେ । ସାବତ ମା ଠାରୁ ମାଡ ଖାଇ ଖାଇ ବହୁତ କଷ୍ଟରେ ଦିନ କଟାଉଥିଲା ମୃତ ରାହୁଲ ବେହେରା । ମାଙ୍କ ମୃତ୍ୟୁ ପରେ ମାମୁଁ ଘରେ ଲୋକେ ରାହୁଲଙ୍କୁ ଶ୍ନେହ ଆଦର କରୁଥିଲେ । ସେ ନବମ ଶ୍ରେଣୀ ପାଠ ପଢୁଥିଲା । ଗତ କିଛି ଦିନ ତଳେ ରାହୁଲ ଫୋନ କରି କହିଥିଲା ଆଈ ମୋ ପାଇଁ ଗୋଟେ ମୋବାଇଲ କିଣି ଦେବା ।

ଆଉ କିଛି ଦିନ ପରେ ସ୍କୁଲ ପରିସରରେ ଖୁଳିଥିଲା ରାହୁଲର ମୃତ ଦେହ । ପାରାଦୀପ ଅଭୟ ଚାଁନ୍ଦପୁର ତ୍ରିଲୋଚନପୁର ଗାଁ ଦାଣ୍ଡରେ ଲୋକଙ୍କ ଭିଡ ଜମିଛି । ଏବେ ମାମୁଁ ଘର ଲୋକେ କହୁଛନ୍ତି କିଛି ବର୍ଷ ତଳେ ତାଙ୍କ ଝିଅକୁ ହତ୍ୟା କରାଯାଇଥିଲା । ଏବେ ପୁଅ ହତ୍ୟାକୁ କରି ଗଛରେ ଝୁଲାଇ ଦେଇଛି ତାର ବାପା ଆଉ ସାବତ ମା ।

ତେବେ ରାହୁଲଙ୍କ ମାଉସୀ ଏହି ଘଟନା ବାବଦରେ କହିଛନ୍ତି ସେ ରାହୁଲଙ୍କ ବାପାଙ୍କୁ ଫୋନ କରିଥିଲେ କିନ୍ତୁ ସେ ଉଠାଇ ନ ଥିଲେ । ପରେ ଉଠାଇ କହିଲେ କି ଏ ବିଷୟରେ କିଛି ଜାଣି ନାହାନ୍ତି ବୁଝିକି ପରେ କହିବି । ରାହୁଲର ମାଉସୀ କହିଛନ୍ତି ସେମାନେ ରାହୁଲ ପାଖରେ ପହଞ୍ଚିବା ବେଳକୁ ଗାଁ ଲୋକେ କହିଛନ୍ତି ତା ବାପା ମରାଇ ଦେଇଛି ।

କିନ୍ତୁ ରାହୁଲର ବାପା କହିଛନ୍ତି କି ଗତ କାଲି ରାତିରେ ସେ ତାକୁ କୌଣସି କାରଣ ପାଇଁ ପାଟି କରିଥିଲେ । ସେଥିପାଇଁ ସେ ବେଲଗଛରେ ଆତ୍ମହତ୍ୟା କରିଛି । ରାହୁଲର ଆଈ କହିଛନ୍ତି ଫୋନ ପାଇଁ ରାହୁଲ ଫୋନ କରି କହିଥିଲେ କିନ୍ତୁ ଆଇ ବଡ ହେବା ପରେ ଦେବେ ବୋଲି କହିଥିଲେ । କିନ୍ତୁ ରାହୁଲ ସମସ୍ତଙ୍କୁ ନୂଆ ମୋବାଇଲ ଦେବାକୁ ଫୋନ କରି କହିଥିଲେ । କିନ୍ତୁ ଆଜି ସକାଳୁ ଖବର ପାଇଲେ ରାହୁଲ ଆଉ ଦୁନିଆରେ ନାହି ବୋଲି ତାଙ୍କ ଆଈ କହିଛନ୍ତି ।

ତେବେ ରାହୁଲଙ୍କ ଆଈ କହିଛନ୍ତି ସେ କାହା ଠାରୁ ୨୦୦୦ ଟଙ୍କା ଆଣି ଖର୍ଚ୍ଚ କରି ଦେଇଛି ଯାହା ପାଇଁ ରାହୁଲର ବାପା ତାକୁ ମାରିବା ସମୟରେ ତାର ମୃତ୍ୟୁ ହୋଇଛି । ମାମୁଁ ଘର ଆଣିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାହୁଲର ସାବତ ମା ଓ ବାପା । ବନ୍ଧୁଗଣ ଆପଣ ମାନାଙ୍କର ଏହା ଉପରେ ମତମତା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *