ଏମିତି ବି ଆସେ ଶେଷ ସମୟ ! Video ନ ଦେଖିଲେ ବିଶ୍ଵାସ ହେବନି

ବନ୍ଧୁଗଣ ପୂଜା ଚାଲିଥାଏ ଆଉ ମାହୋଲ ବି ଜମିଠାଏ । ନାଚ ଚାଲୁଥାଏ ଦର୍ଶକ ଝୁମିଛନ୍ତି । ଆଉ ଝୁମାଉଥାନ୍ତି ହନୁମାନ । ଆଉ ଏହାରି ଭିତରେ ଦର୍ଶକଙ୍କୁ ଝୁମେଇବା ସହ ସେ ଗଣୁଥାନ୍ତି ନିଜର ଶେଷ ନିଶ୍ଵାସ । ତେବେ ଅନେକ ସମୟରେ ଆମ ଚାରିପଟେ କିଛି ଏମିତି ଘଟଣା ଘଟିଥାଏ ଯାହା ଆମକୁ ସ୍ତବ୍ଧ କରି ଦେଇଥାଏ । ଏହା ଠିକ ସେମିତି ଏକ ଘଟଣା । ସଂପୂର୍ଣ୍ଣ ଦୃଶ୍ୟ ଦେଖିବା ପରେ ଆପଣ ମାନେ ବି ଭାବିବାକୁ ବାଧ୍ୟ ହେବେ କି ସମୟ ଆଉ ଟିକେ ପଛକୁ ଫେରି ଯାଇଥାନ୍ତା କି । ସତରେ କଣ ମୃତ୍ୟୁ ଏମିତି ବି ଆସେ ।

ଗଣେଶ ମଣ୍ଡପ ରେ ହନୁମାନ ହୋଇ ନୃତ୍ୟୁ କରୁଥିବା ଏହି ବ୍ୟକ୍ତି ଙ୍କୁ ଆପଣ ମାନେ ବି ଭିଡିଓ ରେ ଦେଖନ୍ତୁ । ଦର୍ଶକ ଙ୍କୁ ଝୁମାଇବାରେ ସେ ନିଜର ପ୍ରୟାସ କରି ଚଲାଇଛନ୍ତି । ଭଜନ ଆଉ ଡିଜେ ର ତାଳେ ତଳେ ନାଚି ଚାଲିଛନ୍ତି । ହଠାତ କିଛି ସମୟ ପରେ ସେ ତଳେ ପଡି ଯାଉଛନ୍ତି । କିନ୍ତୁ ପେଣ୍ଡାଲ ରେ ବସିଥିବା ଲୋକ ମାନେ ଏହା ତାଙ୍କର ଅଭିନୟ ଭାବି କର ତାଳି ମାରି ଚାଲିଛନ୍ତି ।

ଅନେକ ସମୟରେ ଯେବେ ହନୁମାନ ସାଜିଥିବା ବ୍ୟକ୍ତି ଜଣକ ନ ଉଠିଥିଲେ କିଛି ଲୋକ ପେଣ୍ଡାଲ ରୁ ଯାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ଆଉ ସେତେବେଳକୁ ନିଜ ଶେଷ ଅବସ୍ଥାରେ ପହଞ୍ଚି ସାରିଥିଲେ ହନୁମାନ ଅଭିନୟ କରୁଥିବା ବ୍ୟକ୍ତି ଜଣକ । ଉପସ୍ଥିତି ଲୋକେ ତାଙ୍କୁ ତୁରନ୍ତ ହସପିଟାଲ କୁ ନେଇ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି ମେନୁପୁଲ ଜିଲ୍ଲା ର ମହୁଳା ବଂଶୀ ଘୋରା ର । ଆଉ ଗଣେଶ ପେଣ୍ଡାଲ ରେ ହନୁମାନ ବେଶରେ ନାଚୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ୩୫ ବର୍ଷୀୟ ରବି ଶର୍ମା । ଏହି ହଟନା ର ପୁରା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ହନୁମାନ ବେଶ ଧରି ବ୍ୟକ୍ତିଙ୍କର ମୃତ୍ୟୁ ପରେ ପୁରା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ସମସ୍ତେ ଏହି ଘଟଣା କୁ ନେଇ ସ୍ତବଦ ହୋଇଛନ୍ତି । ପେଣ୍ଡାଲ ରେ ନୀରବତା ଛାଇ ଯାଇଛି । ଲୋକ ମାନଙ୍କ କହିବା ଅନୁଯାୟୀ ରବି ଜଣେ ବହୁତ ଭଲ କଳାକାର ଥିଲେ । ସେ ଭଲ ଅଭିନୟ ଅଋ ଲୋକ ମାନଙ୍କର ମନୋରଞ୍ଜନ କରୁଥିଲେ ।

କିନ୍ତୁ ଅଭିନୟ କରୁ କରୁ ସେ ଯେ ଦୁନିଆ ଛାଡି ଦେଇ ଚାଲିଯିବେ ସେ କଥା କେହି କେବେ ଭାବି ନ ଥିଲେ । ସତରେ ମୃତ୍ୟୁ ଏମିତି ବି ଆସିଥାଏ ଆଖି ରେ ନ ଦେଖିଲେ ବିଶ୍ଵାସ କରି ହେବ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *