କାହିଁକି ଏମିତି ଭୋ ଭୋ ହୋଇ କାନ୍ଦିଲେ Anubhab Mohanty? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟ ପାଇଁ ଯେତିକି ଚର୍ଚ୍ଚା ରେ ରହିଥାନ୍ତି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିବାର କିଛି ଦିନ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ ସମସ୍ଯା ଦେଖା ଯାଇଥିଲା । ଯାହା ପାଇଁ ଉଭୟ ବର୍ଷା ଓ ଅନୁଭବ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ । ବର୍ତ୍ତମାନ ସମୟରେ ଦୁହେଁ ପରସ୍ପର ଠାରୁ ଅଲଗା ରହୁଛନ୍ତି ।

ଏମିତିରେ ଦେଖିବାକୁ ଗଲେ ଅନୁଭବ ଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ଝଡ ମାଡି ଆସିଛି । ବର୍ତ୍ତମାନ ସମୟରେ ଅନୁଭବ ଙ୍କ ଜୀବନରେ ଆଉ ଏକ ବଡ ଦୁଖ ର ଲହରୀ ମାଡି ଆସିଛି । ଦର୍ଶକ ବନ୍ଧୁ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଶୋଭାଯାତ୍ରା ଚାଲିଛି । ଆଉ ଏହି ଶୋଭାଯାତ୍ରା ରେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ମଧ୍ୟ ସାମିଲ ଅଛନ୍ତି ।

ଆଉ କଇଁ କଇଁ ହୋଇ ଛୋଟ ପିଲା ଭଳି କାନ୍ଦୁଛନ୍ତି ଅଭିନେତା ଅନୁଭବ ମହାନ୍ତି । ତେବେ ଏହା ପଛର କାରଣ ହେଉଛି ଅନୁଭବ ମହାନ୍ତି ଙ୍କ ପରିବାରରେ ପୁଣି ଥରେ ଦୁଖ ଦେଖା ଦେଇଛି । ଅନୁଭବ ମହାନ୍ତି ଙ୍କ ବଡବାପା ଅକ୍ଷୟ ମହାନ୍ତି ଙ୍କ ଦେହାନ୍ତ ହୋଇଛି । ଆଉ ଆପଣ ଦେଖୁଥିବା ଏହି ଶେଷ ଯାତ୍ରା ହେଉଛି ଅନୁଭବ ଙ୍କ ବଡବାପା ଅକ୍ଷୟ ମହାନ୍ତିଙ୍କର ।

ପୁରୀ ସ୍ଵର୍ଗ ଦ୍ଵାରା ଅଭିମୁଖେ ତାଙ୍କର ଶେଷ ଯାତ୍ରା ବାହାରିଛି । ଆଉ ଶେଷରେ ପୁରୀ ସ୍ଵର୍ଗ ଦ୍ଵାରା ରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଆଉ ଯେଉଁଥିରେ ନିଜେ ସାଂସଦ ଅନୁଭବ ମହାନ୍ତି ଉପସ୍ଥିତ ରହିଛନ୍ତି । ଭୋ ଭୋ ହୋଇ କାନ୍ଦୁଛନ୍ତି ଅନୁଭବ । ଅତିତରେ ବଡବାପା ଅଙ୍କ ସହ ବିତାଇଥିବା ସବୁ ମ୍ହୁର୍ତ୍ତ କୁ ମାନେ ପକାଇ କାନ୍ଦୁଛନ୍ତି ଅନୁଭବ ମହାନ୍ତି ।

ଆଉ ଏ ହେଉଛି ସ୍ଵର୍ଗ ଦ୍ବାରର ଦୃଶ୍ୟ ଯେଉଁଠି ବଡବାପା ଙ୍କ ମୁଖାଗ୍ନି ଦେବା ପାଇଁ ସାତ ଘେରା ବୁଲୁଛନ୍ତି ବଡ ଭାଇ ଠିକ ସେହି ସମୟରେ ଛୋଟ ପିଲା ଟା ଭଳି କଇଁ କଇଁ ହୋଇ କାନ୍ଦୁଛନ୍ତି ଅନୁଭବ ମହାନ୍ତି । ତେବେ ସ୍ଵାମୀ ସ୍ତ୍ରୀ ବିବାଦ ଥମି ନ ଥିବା ବେଳେ ବଡବାପା ଆରପାରି କୁ ଚାଲିଯିବା ପରେ ଭାଙ୍ଗି ପଡିଛନ୍ତି ଅନୁଭବ ମହାନ୍ତି ।

ତେବେ ଗୋଟିଏ ପରେ ଗୋଟିଏ ଦୁଖ ଅନୁଭବ ଙ୍କ ପରିବାରକୁ ଘେରି ରହିଛି କହିଲେ କିଛି ଭୁଲ ହେବ ନାହି । ପିଲା ବେଳୁ ଆଜି ଯାଏଁ ସେ ତାଙ୍କ ବଡବାପାଙ୍କ ସହ ଅନେକ ସମୟ ବ୍ଯତୀତ କରିଛନ୍ତି ନିଜର ଭଲ ମନ୍ଦ ସେୟାର କରିଛନ୍ତି ବାସ ସେହି ସବୁକୁ ମାନେ ପକାଇ ଝୁରି ହୋଇ କାନ୍ଦୁଛନ୍ତି ଅନୁ ଭାବ ମହାନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *