ନିଜ ସ୍ଵପ୍ନର ରାଜ କୁମାରୀ ବିଷୟରେ କିଛି ଏମିତି କହିଲେ Niraj Chopda… ଦେଖନ୍ତୁ Video କଣ କହିଲେ

ଦେଶର ସମସ୍ତଙ୍କ ମୁହଁରେ ଆଜିକାଲି କେବଳ ଗୋଟିଏ ନାଁ ଶୁଣିବାକୁ ମିଳୁଛି ଓ ତାହା ହେଉଛି ନୀରଜ ଚୋପରା । ଟୋକ୍ୟୋ ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପର ଠାରୁ ହିଁ ନୀରଜ ଚୋପରାଙ୍କୁ ଚାରିଆଡୁ କେବଳ ଶୁଭେଚ୍ଛା ଆସୁଛି । ସମସ୍ତେ ନୀରଜ ଚୋପରାଙ୍କର ବହୁତ ପ୍ରଶଂସା ବି କରୁଛନ୍ତି । ଏତିକି ନୁହେଁ ନୀରଜ ଚୋପରା ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକ ମଧ୍ୟ ହୋଇଯାଇଛନ୍ତି । କିନ୍ତୁ ବର୍ତ୍ତମାନ ନୀରଜ ଚୋପରାଙ୍କୁ ନେଇ ଏକ ମଜାଦାର ଖବର ସାମ୍ନାକୁ ଆସୁଛି ।

ନୀରଜ ଚୋପରା ଗୋଲ୍ଡ ମେଡାଲ ଜିତିବା ପର ଠାରୁ ସମସ୍ତେ ଇଣ୍ଟରନେଟରେ ନୀରଜ ଚୋପରାଙ୍କ ଗର୍ଲଫ୍ରେନ୍ଡଙ୍କ ନାଁ ସର୍ଚ କରୁଛନ୍ତି ତ ଅନ୍ୟ କେତେକ ତାଙ୍କର ବାହାଘରର ପ୍ଲାନିଂ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି ।

ବର୍ତ୍ତମାନ ଯେତିକି ବି ଇଣ୍ଟରଭିୟୁରେ ନୀରଜ ଚୋପରା ସାମିଲ ହୋଇଛନ୍ତି ସେହି ସମସ୍ତ ଇଣ୍ଟରଭିୟୁରେ ଏହିଭଳି ପ୍ରଶ୍ନର ସାମ୍ନା କରିସାରିଛନ୍ତି । ଯେମିତି କି ନୀରଜ ଚୋପରା କେବେ ବିବାହ ବନ୍ଧନରେ ବାନ୍ଧି ହେବେ । କେଉଁ ଭଳି ଝିଅଙ୍କୁ ସେ ବାହା ହେବେ । ଶେଷରେ ନୀରଜ ଚୋପରା ଏହି ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଦେଇ ଦେଇଛନ୍ତି । କିଛି ଦିନ ତଳେ ନୀରଜ ଚୋପରା ଡାନ୍ସ ପ୍ଲସ ଶୋରେ ନଜର ଆସିଥିଲେ ।

ଯେଉଁଥିରେ ଶୋର ହୋସ୍ଟ ରାଘବ ନୀରଜ ଚୋପରାଙ୍କୁ ତାଙ୍କର ବିବାହକୁ ନେଇ କିଛି ପ୍ରଶ୍ନ କରିଛନ୍ତି । ଏହି ପ୍ରଶ୍ନ ଶୁଣିବା ପରେ ନୀରଜ ଚୋପରା ଅଳ୍ପ ଲାଜେଇ ଯାଇ ଥିଲେ । ସେ କହି ଥିଲେ କି ବର୍ତ୍ତମାନ ସେ ଏହା ବିଷୟରେ କିଛି ବି କହି ପାରିବେ ନାହିଁ । କିନ୍ତୁ ଏହା ପରେ ଶୋର ଜଜ ପୁନିଥ ପାଠକ ନୀରଜ ଚୋପରାଙ୍କୁ କହିଲେ କି ମୁଁ ସବୁ ଝିଅଙ୍କ ତରଫରୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛି । ନୀରଜ ଆପଣଙ୍କୁ କେଉଁ ଭଳି ଝିଅ ପ-ସ-ନ୍ଦ ।

ଏହି ପ୍ରଶ୍ନ ଶୁଣିବା ପରେ ସେଠି ଥିବା ସମସ୍ତେ ହସିବା ଆରମ୍ଭ କରି ଦେଇଥିଲେ । ସମସ୍ତେ ନୀରଜଙ୍କୁ ଚାହିଁ ଥିଲେ କି ନୀରଜ କଣ ଉତ୍ତର ଦେଉଛନ୍ତି । ନୀରଜ କିଛି କହିବା ପୂର୍ବରୁ ରାଘବ ଥଟ୍ଟାରେ କହିଥିଲେ କଣ ଜାଭଳିନ ଭଳି । ସେହି ସମୟରେ ନୀରଜ ଉତ୍ତର ଦେଇଥିଲେ କି ନା ଏତେ ବି ଲମ୍ବା ଝିଅ କଣ କରିବି । ସେ ବହୁତ ଲମ୍ବା ହୋଇଯିବ ।

ବର୍ତ୍ତମାନ ତ ସେହିଭଳି କିଛି ବି ନାହିଁ । କିନ୍ତୁ ମୁଁ ଜଣେ କ୍ରୀ-ଡା-ବି-ତ । ସେଥିପାଇଁ ମୁଁ ବି ଚାହିଁବି ମୁଁ ଯାହାକୁ ପ-ସ-ନ୍ଦ କରିବି ସେ ବି ଜଣେ କ୍ରୀ-ଡା-ବି-ତ ହେଉ । ସେ ନିଜ କାମ ଓ ଖେଳ ଉପରେ ଧ୍ୟାନ ଦେଉଥିବେ । ଅନ୍ୟମାନଙ୍କୁ ସମ୍ମାନ କରୁଥିବେ ଓ ପରିବାରକୁ ବି ସମ୍ମାନ ଦେଉଥିବେ । ମୋତେ ଏହିଭଳି ହିଆ ପ-ସ-ନ୍ଦ ।

Leave a Reply

Your email address will not be published. Required fields are marked *