ଏତେ କୋଟି ଟଙ୍କାର ମାଲିକାଣୀ ଅଟନ୍ତି ଡ୍ରିମଗର୍ଲ ହେମା ମାଳିନୀ

ବଲୀଉଡ ଅଭିନେତ୍ରୀ ଏବଂ ଡ୍ରିମ ଗର୍ଲ ନାମରେ ପ୍ରସିଦ୍ଧ ହେମା ମାଲିନି ବଲୀଉଡ ଏମିତି କିଛି ଲୋକଙ୍କ ମଧ୍ୟରୁ ଗୋଟେ ଯିଏ ନିଜ ୭୦ ବର୍ଷ ବୟସରେ ମଧ୍ୟ ଏକଟିବ ଅଛନ୍ତି, ହେମା ମାଲିନୀଙ୍କ ବୟସ ୭୧ ବର୍ଷ ଅଟେ, କିନ୍ତୁ ଆଜି ବି ତାଙ୍କ ଚେହେରାରେ ସୌନ୍ଦର୍ଜୀ ଦେଖିବାକୁ ମିଳିଥାଏ, ତେବେ ହେମା ମାଲିନି ବଲୀଉଡ ଦୁନିଆକୁ ବହୁତ ଆଗରୁ ଛାଡି ଦେଇଛନ୍ତି କିନ୍ତୁ ରାଜନୀତି କ୍ଷେତ୍ରରେ ଆଜି ବି ସେ ଏକଟିବ ଅଛନ୍ତି, ତେବେ ଏମିତି ବହୁତ କମ ଅଭିନେତା ଅଭିନେତ୍ରୀ ଅଛନ୍ତି ଯିଏ ଏତେ ବୟସରେ ଏକଟିବ ଅଛନ୍ତି ।

୨୦୧୯ରେ ଦେଶରେ ହୋଇଥିବା ଲୋକ ସଭା ଚୂନାବ ରେ ହେମା ମାଲିନି ମଥୁରା ବିଜେପି ତରଫରୁ ଏମପି ପଦ ପାଇଁ ଚୂନାବ ଲଡିଥିଲେ ଏବଂ ସେ ଭାରି ବହୁମତ ସହ ଏହି ପଦ ଜିତି ଯାଇଥିଲେ । ସେହି ସମୟରେ ଯେତେବେଳେ ତାଙ୍କୁ ସରକାରୀ ନିୟମ ଅନୁଯାଇ ନିଜ ସମ୍ପତି ବିଷୟରେ କହିବାକୁ ପଡିଲା ସେତେବେଳେ ଏହା ଦେଖିବାକୁ ମିଳିଲା ଯେ ସେ ୨୫୦ କୋଟି ଟଙ୍କା ସମ୍ପତି ର ମାଲିକାଣୀ ଅଟନ୍ତି ।

ଯେତେବେଳେ ୨୦୧୪ରେ ଲୋକ ସଭା ଚୂନାବ ହେଲା ତେବେ ହେମା ମାଲିନି ନିଜକୁ ୧୭୮ କୋଟି ଟଙ୍କା ର ମାଲିକ କହିଥିଲେ, ୫ ବର୍ଷରେ ତାଙ୍କ ନେଟ ୱର୍ଥ ୪୦% ବଢି ଯାଇଥିଲା । ଚୂନାବ ସମୟରେ ହେମା ମାଲିନି ନିଜ ଏଫିଡେବିଟ ସରକାରକୁ ଦେଇଥିଲେ, ସେଥିରେ ସେ ନି ପୁରା ସମ୍ପତି ବ୍ଯୁରୋ ଦେଇଥିଲେ, ସେହି ସମୟରେ ହେମା ମାଲିନି ପାଖରେ ଥିବା ଏଫିଡେବିଟ ଅନୁଯାଇ ୫.୬୧ ଲକ୍ଷ ଟଙ୍କା କ୍ୟାଶ ଥିଲା ।

ତେବେ ସେହି ସମୟରେ ତାଙ୍କ ସ୍ଵାମୀ ଧର୍ମେନ୍ଦ୍ରଙ୍କ ପାଖରେ ୩୨,୫୦୨ ଟଙ୍କା କ୍ୟାଶ ଥିଲା, ହେମା ମାଲିନୀଙ୍କ ବ୍ଯାଙ୍କରେ ୧.୪୬ କୋଟି ଟଙ୍କା ଜମା ଥିଲା ତେବେ ଧର୍ମେନ୍ଦ୍ରଙ୍କ ବ୍ଯାଙ୍କରେ ୨ କୋଟି ଟଙ୍କା ଜମା ଥିଲା । ହେମା ମାଲିନୀଙ୍କ ପାଖରେ ୧.୦୧ କୋଟି ଟଙ୍କା ଗାଡି ଏବଂ ୨.୯୧ କୋଟି ଟଙ୍କା ଗହଣା ଥିଲା, ତେବେ ୨୦୧୪ରେ ଲୋକସଭା ଚୂନାବ ସମୟରେ ହେମା ମାଲିନି ପାଖରେ ୫୪.୫ ଲକ୍ଷ ଟଙ୍କା ଗହଣା ଥିଲା ।

କେବଳ ଏତିକି ନୁହ ୨୦୧୯ରେ ହେମା ମାଲିନୀଙ୍କ ପାଖରେ ୧୦୧.୧୧ କୋଟି ଟଙ୍କା ପ୍ରପର୍ଟି ଥିଲା, ତେବେ ୨୦୧୪ରେ ହେମା ମାଲିନୀଙ୍କ ୫୭.୯୯ କୋଟି ଟଙ୍କା ସମ୍ପତି ମାଲିକ ଥିଲେ, ତେବେ ୨୦୧୯ରେ ଧର୍ମେନ୍ଦ୍ରଙ୍କ ପାଖରେ ୧୨୩.୮୫ କୋଟି ସମ୍ପତି ଥିଲା ତେବେ ୨୦୧୪ରେ ଧର୍ମେନ୍ଦ୍ରଙ୍କ ପାଖରେ ୧୦୬.୫୫ କୋଟି ଟଙ୍କା ସମ୍ପତି ଥିଲା, ୨୦୧୪ରେ ହେମା ମାଲିନି ୧୭୮.୧୯ କୋଟି ଟଙ୍କା ଚଲା ଚଲ ସମ୍ପତି ମାଲିକାଣୀ ଥିଲେ ।

Leave a Reply

Your email address will not be published. Required fields are marked *