ଅସୁବିଧା ସମୟରେ ଏହି ବ୍ୟକ୍ତି ପ୍ରତିଦିନ ୫୦୦ ଲୋକଙ୍କୁ ଦଉଛନ୍ତି ଖାଇବାକୁ, ନିଜ ହୋଟେଲକୁ ହିଁ ବନେଇ ଦେଇଛନ୍ତି “ଲଙ୍ଗର”

କରୋନା ଭଳି ଭୟଙ୍କର ମହାମାରୀ ଠାରୁ ବଞ୍ଚିବା ପାଇଁ ସରକାର ବହୁତ ପ୍ରକାର ସାହାଜ୍ଯ ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ଏହି ଭୟଙ୍କର ରୋଗ ସମାପ୍ତ କରିବା ପାଇଁ ଏବଂ ଲୋକଙ୍କୁ ସୁସ୍ଥ ରଖିବା ପାଇଁ କାମ କରୁଛନ୍ତି, ଲକଡାଉନ ଦ୍ଵାରା ପୁରା ଦେଶ ଅର୍ଥବ୍ୟବସ୍ଥା ଖରାପ ହୋଇଯାଇଛି, ସବୁ ଲୋକ ଆର୍ଥିକ ସମସ୍ୟା ସାମ୍ନା କରୁଛନ୍ତି, ବ୍ୟବସାଇକ କାମ ପୁରା ମାନ୍ଦା ଚାଲିଛି କାହିଁକିନା ଏହା ପୂର୍ଣ ଭାବରେ ବନ୍ଦ ଅଛି । ତେବେ ଲକଡାଉନ ପାଇଁ ସମସ୍ତଙ୍କୁ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡୁଛି, ଏମିତିକା ଅସୁବିଧା ସମୟରେ ଗୋଟେ ହୋଟେଲ ମାଲିକ ପ୍ରବାସୀ ମଜୁରି ଲୋକଙ୍କ ପାଇଁ ସାକ୍ଷାତ ଭଗବାନ ରୂପରେ ତାଙ୍କ ସାହାଜ୍ଯ କରୁଛନ୍ତି ।

Image Courtesy: Google

ତେବେ କଥା ଏହି ପରି ଅଟେ ଯେ ପ୍ରତିଦିନ ପ୍ରବାସୀ ମଜୁରି ଲୋକଙ୍କୁ ଏହି ହୋଟେଲରେ ବସେଇ ଫ୍ରୀ ଖାଇବାକୁ ଦିଆ ଯାଉଛି, କେବଳ ଏତିକି ନୁହ ଏହି ମଜୁରି ଲୋକଙ୍କ ପାଇଁ ଜଳଖିଆ ମଧ୍ୟ ଉପଲବ୍ଧ କରା ଯାଉଛି । ହୋଟେଲ ମାଲିକ ଏମିତିକା ଅସୁବିଧା ସମୟରେ ନିଜ ବଡ ହୃଦୟ ପ୍ରଦର୍ଶନ କରିଛନ୍ତି ଏବଂ ହୋଟେଲକୁ ଲଙ୍ଗର ବନେଇ ଦେଇଛନ୍ତି, ୟୁପି – ବିହାର ସିମା ଉପରେ ସ୍ଥିତ ନେଶନଲ ହାଈବେ ପାଖରେ ଏହି ହୋଟେଲ ଉପସ୍ଥିତ ଅଟେ ଏଠାରେ ଗୋଟେ ଦିନରେ ୨୦ କି ୩୦ ଲୋକ ନୁହଁ ୫୦୦ ଭଳି ଲୋକ ଭୋଜନ କରନ୍ତି ଏବଂ ଖାଇବା ପାଇଁ କୌଣସି ଟଙ୍କା ଦବାକୁ ପଡି ନଥାଏ, ଉତ୍ତରପ୍ରଦେଶ ସିମା ଉପରେ ସ୍ଥିତ ମାଞ୍ଝି ପାଖ ନେଶନଲ ହାଈବେ ୧୯ ଉପରେ ଏହି ହୋଟେଲ ଅବସ୍ଥିତ ଅଟେ ।

Image Courtesy: Google

ଲକଡାଉନ ପରେ ନିଜ ଏହି ହୋଟେଲ ରେ ଖାଇବା ଲୋକଙ୍କ ପାଇଁ ମାଲିକ ନିଜ କ୍ଯାଶ କାଉଣ୍ଟର ବନ୍ଦ କରି ଦେଇଛନ୍ତି, ଓ ଲୋକ ଶାନ୍ତି ରେ ପେଟ ପୁରା ଖାଦ୍ଯ ଖାଇ ପାରୁଛନ୍ତି । ହୋଟେଲ ମାଲିକ ନାମ ବସନ୍ତ ସିଂହ ଅଟେ ଓ ସେ ମଜୁରିଆ ଲୋକଙ୍କ ସମସ୍ୟା କିଛି ପରିମାଣରେ କମ କରିବା ପାଇଁ ଚେଷ୍ଟା କରିଛନ୍ତି, ଲକଡାଉନ ପାଇଁ ପ୍ରବାସୀ ମଜୁରିଆ ଲୋକ ଯିଏ ବିହାର ଝାରଖଣ୍ଡ ପ୍ରବାସ କରୁଛନ୍ତି ତାଙ୍କୁ କେତେ କେତେ ଦିନ ଓପାସ ରହିବାକୁ ପଡୁଛି ।

Image Courtesy: Google

ଏମିତିକା ଅସୁବିଧା ସମୟରେ ତାଙ୍କୁ କିଛି ଖାଇବା ପାଇଁ ପ୍ରାପ୍ତ ହେଉ ନାହିଁ କିନ୍ତୁ ବସନ୍ତ ସିଂହ ନିଜ ହୋଟେଲ ଭଣ୍ଡାର ଏହି ମଜୁରି ଲୋକଙ୍କ ପାଇଁ ଖୋଲି ଦେଇଛନ୍ତି ଏବଂ ଏହା ବଦଳରେ ସେ କୌଣସି ପ୍ରକାର ଟଙ୍କା ନେଉ ନାହାନ୍ତି, ତେବେ ତାଙ୍କ ଏହି ପୁନ୍ୟ କାମରେ ଗ୍ରାମୀଣ ମଧ୍ୟ ତାଙ୍କୁ ସାହାଜ୍ଯ କରୁଛନ୍ତି ।

Image Courtesy: Google

ତେବେ ସରକାର ସବୁ ଲୋକଙ୍କ ସୁବିଧା ପାଇଁ ନେଶନଲ ହାଈବେ ରେ ଥିବା ହୋଟେଲ ଗୁଡିକ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି କିନ୍ତୁ ବସନ୍ତ ସିଂହ ଗରିବ ମଜୁରି ଲୋକଙ୍କ ପାଇଁ ମାନବତା ଦେଖେଇଛନ୍ତି ଏବଂ ଗରିବ ଲୋକଙ୍କୁ ଫ୍ରିରେ ଖାଦ୍ଯ ପ୍ରଦାନ କରୁଛନ୍ତି । ଆଗକୁ ଏହିଭଳି ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *