ଲକଡାଉନରେ ଗର୍ଭବତୀ ସ୍ତ୍ରୀକୁ ଛାଡିଲା ତା ବାପ ଘରେ ଏବଂ କରିନେଲା ପ୍ରେମିକା ସହିତ ବିବାହ, ଆଉ ତା ପରେ…

ଅଲିଗଡ ରେ ଛର କ୍ଷେତ୍ର ଗାଁରେ ଡୋରୋଇ ନିବାସୀ ଯୁବକ ଲକଡାଉନ ରେ ପତ୍ନୀକୁ ତାର ବାପ ଘରେ ମୋନପୁରୀରେ ଛାଡିଆସି ଓ ପଡୋଶୀ ଗାଁ ଗୁଲରିୟା ନିବାସୀ ଜଣେ ଝିଅକୁ ବିବାହ କରିଥିବା କଥା ଏବେ ସବୁଠି ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯେବେ ପ୍ରଥମ ସ୍ତ୍ରୀ ଶ୍ଵଶୁର ଘରେ ପହଞ୍ଚିଲା ସେ ଦେଖି ଆଶ୍ଚଜ୍ୟ ହୋଇଯାଇଥିଲା । ତାପରେ ପୋଲିସ ଆଗରେ ଏହି ଘଟଣାର ଅଭିଯୋଗ ମଧ୍ୟ କରିଥିଲେ । ତେବେ କଣ ଅଟେ ସମ୍ପୁର୍ଣ୍ଣ ଖବର ଆସନ୍ତୁ ଜାଣିବା ।

Image Courtesy: Google

ଖବର ଅନୁସାରେ ଗାଁ ଛର କ୍ଷେତ୍ରର ଡୋରେଇ ନିବାସୀ ଯୁବକ ଧର୍ମେନ୍ଦ୍ର ସିଂହ ର ପୁତ୍ର ଦେବପ୍ରକାଶ ସିଂହ ର ବିବାହ ଚାରିବର୍ଷ ପୂର୍ବେ ମୋନପୁରୀ ନିବାସୀ ହରିଶଚନ୍ଦ୍ର ଙ୍କ ପୁତ୍ରୀ ଅନୁପମ ଙ୍କ ସହିତ ହୋଇଥିଲା । ୨୫ ଲକ୍ଷ ଟଙ୍କାର ଯୌତୁକ ଦିଆଯାଇଥିଲା । କିନ୍ତୁ ଏହି ଯୌତୁକରେ ଖୁସି ନଥିଲେ ଧର୍ମେନ୍ଦ୍ର ଓ ତାଙ୍କର ପରିବାର ଅନୁପମଙ୍କୁ ମାରପିଟ କରିବା ସହିତ ମାନସିକ ଚାପ ମଧ୍ୟ ଦେଉଥିଲେ । ଅନୁପମା କହିଥିଲା କି ତାଙ୍କର ଦୁଇବର୍ଷର ଝିଅ ଓ ଗୋଟେ ବର୍ଷର ପୁଅ ଓ ବର୍ତ୍ତମାନ ସେ ଚାରିମାସର ଗର୍ଭବତୀ ମଧ୍ୟ ଅଛି ।

Image Courtesy: Google

ପୀଡିତା କହିଥିଲେ କି ତାର ପତି ଧର୍ମେନ୍ଦ୍ର ଲକଡାଉନ ପୂର୍ବଦିନ ତାକୁ ମୋନପୁରୀ ଛାଡି ଆସିଥିଲା ,ପୁଣି ତାକୁ ଆଣିବାକୁ ଯାଇ ନଥିଲା । ସେ ବାହୁତ ଥର ଫୋନ କରିଥିଲେ କିନ୍ତୁ ଧର୍ମେନ୍ଦ୍ର ତା ସହିତ କିଛି କଥା ହେଇନଥିଲେ । ସେ ଯେତେବେଳେ ୧୯ ତାରିଖଦିନ ସେ ଶ୍ଵଶୁର ଘରେ ପହଞ୍ଚିଥିଲେ ତାଙ୍କ ଭାଇଙ୍କ ସହ ସେତେ ବେଳେ ଦେଖିଲା ଗୋଟେ ନୂଆ ଝିଅ ଓ ଧର୍ମେନ୍ଦ୍ର ଗେଟ ଖୋଲିଲେ, ସେ ଭିତରକୁ ଗଲା ଓ ସେ ଝିଅକୁ ଦେଖି ତାର ଭାଉ ପଚାରିଲା ଇଏ କିଏ ?

Image Courtesy: Google

ଇଏ ଧର୍ମେନ୍ଦ୍ରର ପତ୍ନୀ । ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା, ତାର ଭାଇ ଯେବେ ପଚାରିଥିଲା ତ ତାକୁ ମାରିଥିଲେ ଶ୍ଵଶୁର ଘର ଲୋକ ଓ ଯେତେବେଳେ ସିଏ ତାର ଭାଇ କୁ ଭଞ୍ଚେଇବାକୁ ଗଲାତ ତାକୁ ବି ବହୁତ ମାଡମାରି ଘରୁ ବାହାର କରିଦେଇଥିଲେ । ପୀଡିତା ୧୧୨ ନମ୍ବର ପୋଲିଶ କୁ ସୂଚନା ଦେଇଥିଲା ,ପୋଲିଶ ଆସି ପହଞ୍ଚି ଥିଲେ କିନ୍ତୁ କେହି ନଥିଲେ ଘରେ ତାଲା ଝୁଲିଥିଲା,ସମସ୍ତେ ଫେରାର ହୋଇଯାଇଥିଲେ । ଏହା ସମ୍ବନ୍ଧରେ ଇନ୍ସପେକ୍ଟର ଅନିଲ କୁମାର କହିଥିଲେ କି ଘଟଣା ଜଣାପଡିଛି ଓ ଏବେ ଏହା ଉପରେ ତଦନ୍ତ ଚାଲିଛି । ଏହି ଘଟଣାକୁ ନେଇ ଆପଙ୍କ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *