୩୫୦୦ ଫୁଟ ଉଚ୍ଚରେ ହେଲା ଛୁଆର ଜନ୍ମ, ବିମାନ କମ୍ପାନୀ ଦେଲେ ଜୀବନ ସାରା ଫ୍ରୀ ଟ୍ରାଭେଲର ଉପହାର

ସାଉଦି ଆରବ ରୁ କୋଚି ଆସୁଥିବା ବିମାନରେ ଗତ ରବିବାରରେ ଏକ ଛୁଆର ଜନ୍ମ ହେଲା । ମହିଳାଙ୍କୁ ପ୍ରସାବର କଷ୍ଟ ହେବାବେଳେ ବିମାନର ମଧ୍ୟସ୍ତ କର୍ମଚାରୀ ମେଡିକାଲ ଏମର୍ଜେନ୍ସି ଙ୍କୁ ଖବର ପଠାଇ ଦେଲେ ଏବଂ ବିମାନକୁ ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ଡ କରାଗଲା । କର୍ମଚାରୀ ପ୍ରଥମେ ବିମାନରେ ଘୋଷଣା କରି ଜାଣିବାକୁ ଚାହିଁଲେ କି ବିମାନରେ କେହି ଡାକ୍ତର ଅଛନ୍ତି କି ନାହିଁ ।

କିନ୍ତୁ ବିମାନରେ କୌଣସି ଡାକ୍ତର ନଥିଲେ କିନ୍ତୁ ଜଣେ ନର୍ସ ଥିଲେ ଜିଏକି କେରଳ ଫେରୁଥିଲେ ।

ତାଙ୍କ ସାହାଯ୍ୟରେ ବିମାନର କର୍ମଚାରୀ ମାନେ ବିମାନ ଉଡୁଥିବା ସମୟରେ ହିଁ ଏମର୍ଜେନ୍ସି ଡେଲିଭରୀ କଲେ । ୧୬୨ ଯାତ୍ରୀଙ୍କୁ ନେଇ ଉଡୁଥିବା ବିମାନ ଯେତବେଳେ ଆରବ ସାଗର ଉପରେ ହିଁ ଥିଲେ ସେତବେଳେ ଶିଶୁର ଜନ୍ମ ହୋଇଥିଲା । କୁହାଯାଇଛି କି ମାଆ ଏବଂ ଝିଅ ଦୁଇଜଣ ସୁରକ୍ଷିତ ଅଛନ୍ତି । ବିମାନ ମୁବାଇ ପହଞ୍ଚିବା ପରେ ମାଆ ଏବଂ ଛୁଆକୁ ସେଠାର ଏକ ହସ୍ପିଟାଲ କୁ ନିଆଗଲା ଯେଉଁଠି ସେ ଦୁଇଜଣ ସୁସ୍ଥ ଅଛନ୍ତି ।

କୁହାଯାଇଛି କି ବିମାନରେ ଏହି ପ୍ରକାର ଘଟଣା ପ୍ରଥମ ଥର ପାଇଁ ହୋଇଛି, ବିମାନ କମ୍ପାନୀ କହିଛନ୍ତି ଆମେ ପ୍ରଥମ ଥର ଏୟାରଲାଇନ ରେ ଛୁଆର ଜନ୍ମରେ ଆମେ ବହୁତ ଖୁସି ହେଉଛୁ । ଯାହା ପରେ ଜେଟ ଏୟାରବେଜ ସେ ଛୁଆକୁ ତା ଜନ୍ମର ଏକ ବଡ ଉପହାର ଦେବାକୁ ଯାଇ କହିଲେ କି ଏହି ଛୁଆକୁ ଜୀବନ ସାରା କୌଣସି ବି ଯାତ୍ରା ପାଇଁ ଜେଟ ବିମାନରେ ଫ୍ରୀ ଯାତ୍ରାର ସୁବିଧା ଦିଆ ଯିବ ।

ତେବେ ଏଭଳି ଏକ ନ୍ୟୁଜ ଶୁଣିବା ପ୍ରଥମ ଥର । କୌଣସି ଶିଶୁ ଉଡାଜାହଜ ରେ ଜନ୍ମ ହେବା ଏକ ଞା କଥା । ତେବେ ମହିଳା ଜଣଙ୍କ ଏବେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ଓ ସେହି ଶିଶୁ ମଧ୍ୟ । ଏଭଳି ପରିସ୍ଥିତିରେ ପିଲାଟିକୁ ଜନ୍ମ ଦେଇ ସେ ଚର୍ଚ୍ଚାର ବିଷୟ ହୋଇଛନ୍ତି । ସୋସିଆଲ ମିଡିଆ ରେ ହି ଖବର ଭାଇରାଲ ହେଉଛି । ସମସ୍ତଙ୍କର ସେହି ଗୋଟେ ପ୍ରଶ୍ନ ମନକୁ ଆସୁଛି ମହିଳା ଯଦି ତାଙ୍କ ଗର୍ଭର ଶେଷ ସମୟରେ ଥିଲେ ତେବେ ସେ ଯାତ୍ରା କେମିତି କରୁଥିଲେ । ଯଦି କିଛି ଅଘଟଣ ହୋଇଥାନ୍ତା ତେବେ ଏଥି ପାଇଁ କିଏ ଦାଇ ହୋଇଥାନ୍ତେ ।

Leave a Reply

Your email address will not be published. Required fields are marked *