ଏ ହେଉଛନ୍ତି ହିନ୍ଦୁସ୍ଥାନ ର ସବୁଠାରୁ ଲମ୍ବା ଲୋକ, ନିଜ ହାଇଟ ପାଇଁ କରୁଛନ୍ତି ଅନେକ ଅସୁବିଧାର ସାମ୍ନା

ଆପଣ ଦୁନିଆ ରେ ବହୁତ ପ୍ରକାର ଲୋକ ଦେଖିଥିବେ କିଛି ଲୋକ ଅଛନ୍ତି ଯାହା ହାଇଟ ବହୁତ କମ ହୋଇ ଥାଏ ଏବଂ ତାଙ୍କୁ ସାମାନ୍ୟ କାମ ମଧ୍ୟ କରିବା ପାଇଁ ବହୁତ କଷ୍ଟ ହୋଇ ଥାଏ, ଏହି ସବୁ କାରଣ ପାଇଁ ସେହି ଲୋକଙ୍କ ମନ ରେ ଆଶା ଆସେ ଯେ ମୋ ହାଇଟ ଆଉ ଟିକେ ବଢି ଗଲେ କେତେ ଭଲ ହୁଅନ୍ତା । ଆଜି ଆମେ ଆପଣଙ୍କୁ ହିନ୍ଦୁସ୍ଥାନ ର ସବୁଠାରୁ ଲମ୍ବା ଲୋକ ସହ ସାକ୍ଷାତ କରେଇବୁ ଏବଂ ଏତେ ହାଇଟ ର କଣ ହାନି ସେହା ମଧ୍ୟ ଆପଣଙ୍କୁ କହିବୁ ।

ତାଙ୍କ ଏତେ ହାଇଟ ପାଇଁ ତାଙ୍କୁ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡୁଛି, ତାଙ୍କୁ ଦେଖି ଆପଣଙ୍କୁ ଏହା ଅନୁଭବ ହବ ଯେ ସବୁ ଜିନିଷ ର ଗୋଟେ ସନ୍ତୁଳନ ହବା ବହୁତ ଆବଶ୍ୟକ ହୋଇ ଥାଏ ।

ନଚେତ ମଣିଷକୁ ବହୁତ ପ୍ରକାର ଅସୁବିଧା ର ସାମ୍ନା କରିବାକୁ ପଡିଥାଏ । ଆପଣଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ହିନ୍ଦୁସ୍ଥାନ ର ସବୁଠାରୁ ଲମ୍ବା ମଣିଷ ଉତ୍ତର ପ୍ରଦେଶ ର ମେରଠ ର ୩୪ ବର୍ଷ ଧର୍ମେନ୍ଦ୍ର ସିଂହ ଅଟନ୍ତି, ଧର୍ମେନ୍ଦ୍ର ସିଂହ ନା ଭାରତ ତରଫରୁ ଗିନିସ ୱୋର୍ଲ୍ଡ ରେକୋର୍ଡ ରେ ଲେଖା ହୋଇଛି ।

ଧର୍ମେନ୍ଦ୍ରଙ୍କ ହାଇଟ ତାଙ୍କ ପାଇଁ ଅଭିଶାପ ହୋଇ ଯାଇଛି, କୁହା ଯାଉଛି ଯେ ଏତେ ହାଇଟ ପାଇଁ ତାଙ୍କୁ ସାମାନ୍ୟ କାମ କରିବା ପାଇଁ ବହୁତ ଅସୁବିଧା ର ସାମ୍ନା କରିବାକୁ ପଡୁଛି, ଯାହା ପାଇଁ ପ୍ରାୟତଃ ସମୟ ତାଙ୍କୁ ଡକ୍ଟର ପାଖକୁ ଯିବାକୁ ପଡୁଛି । ଡକ୍ଟର ଅଶୋକ ଅଗ୍ରୱାଲ ଧର୍ମେନ୍ଦ୍ରଙ୍କର ଚିକିତ୍ସା କରନ୍ତି ଓ ତାଙ୍କ ଅନୁଯାଇ ଧର୍ମେନ୍ଦ୍ରଙ୍କ ଶରୀର ରେ ଏକ୍ରୋମଗଲି ନାମକ ଗୋଟେ ଗ୍ରୋଥ ହର୍ମୋନ ଅଛି ଯାହା ତାଙ୍କ ଲମ୍ବା ହବାର କାରଣ ଅଟେ ଏହି ହର୍ମୋନ ଦ୍ଵାରା ଶରୀର ପ୍ରଭାବିତ ହୋଇ ବଢିବାକୁ ଲାଗିଲା ଓ ଧର୍ମେନ୍ଦ୍ର ଏତେ ଲମ୍ବା ହୋଇ ଗଲେ ।

ଏହି ବୟସ ରେ କେବଳ ତାଙ୍କ ହାଇଟ ପାଇଁ ଓ କୁପୋଷଣ ପାଇଁ ବହୁତ ପ୍ରକାର ରୋଗ ହେଇଯାଇଛି ଧର୍ମେନ୍ଦ୍ର ହାଇଟ ପାଇଁ ତାଙ୍କୁ ଆଁଠୁ ଗଣ୍ଠି ଦରଜ, ଡାଇବେଟିଜ, ମୁଣ୍ଡ ବିନ୍ଧା, କମ ଦେଖା ଯିବା ଏହି ଭଳି କେତେକ ସମସ୍ୟା ହୋଇଯାଇଛି ଯାହା ପାଇଁ ତାଙ୍କୁ ସବୁବେଳେ ଡକ୍ଟର ପାଖକୁ ଯିବାକୁ ପଡୁଛି ଏବଂ ତାଙ୍କ ପାଖରେ ଟଙ୍କା ଅଭାବ ଦ୍ଵାରା ବହୁତ ରୋଗ ଚିକିତ୍ସା ମଧ୍ୟ ହୋଇ ପାରୁ ନାହିଁ । ତାଙ୍କୁ ଚଳା ବୁଲା କରିବାରେ ମଧ୍ୟ ବହୁତ କଷ୍ଟ ହେଉଛି ବୋଲି ଧର୍ମେନ୍ଦ୍ର କୁହନ୍ତି ।

Leave a Reply

Your email address will not be published. Required fields are marked *