ଏଠାରେ ସବୁ ବର୍ଷ ହୁଏ ଭୂତଙ୍କର ମେଳା – ଦୂର ହେବ ସବୁ ବାଧା ଯଦି କରନ୍ତି ଏହି କାମ, ଜାଣନ୍ତୁ କେମିତି

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ମଧ୍ୟ ପ୍ରଦେଶ ବେତୁଲ ଜିଲା ଗାଁ ମଲାଜପୁର ରେ ଭୂତଙ୍କର ମେଳା ଲାଗେ । ସବୁ ବର୍ଷ ମକର ସଙ୍କ୍ରାନ୍ତି ପୂର୍ଣ୍ଣିମା ରେ ଆରମ୍ଭ ହଉ ଥିବା ଏହି ଭୁତ ମେଳା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଚାଲେ । ଦୂର ଦୂରରୁ ଲୋକ ନିଜ ବନ୍ଧୁ ବାନ୍ଧବଙ୍କୁ ପ୍ରେତ ବାଧା ରୁ ମୁକ୍ତ କରିବା ପାଇଁ ଆଣନ୍ତି, ଲୋକ ବହୁତ ଆସା ଭରସା ସହ ଏହି ଜାଗାକୁ ଆସନ୍ତି ଏବଂ ନିଜ ଅସୁବିଧା ବ୍ୟକ୍ତ କରନ୍ତି ।

ଗୁରୁ ସାହବ ବାବା ସମାଧି :

କୁହା ଯାଏ ଯେ ୧୭୭୦ରେ ଜଣେ ଗୁରୁ ସାହବ ବାବା ନାମକ ସାଧୁ ଏଠାରେ ନିଜ ଶକ୍ତି ଦ୍ଵାରା ଲୋକଙ୍କ ସମସ୍ୟା ସମାଧାନ କରୁଥିଲେ ଏବଂ ଲୋକଙ୍କ ପ୍ରେତ ବାଧାରୁ ମୁକ୍ତି ଦବାରେ ସାହାଯ୍ୟ କରୁଥିଲେ । ଗାଁ ସମସ୍ତ ଲୋକ ବାବଙ୍କୁ ଭଗବାନ ଭଳି ମାନୁଥିଲେ, ବାବାଙ୍କ ପାଖରେ ଚମତ୍କାରୀ ଶକ୍ତି ଥିଲା ଯାହା ଦ୍ଵାରା ସେ ଭୁତ ପ୍ରେତ କୁ ନିଜ ବସ ରେ କରୁଥିଲେ । ସେ ଗୋଟେ ଗଛ ତଳେ ଜିଅନ୍ତା ସମାଧି ନେଇ ଥିଲେ ଯାହା ପରେ ଲୋକ ତାଙ୍କୁ ଅର୍ପଣ କରି ଏହି ମେଳା ର ଆୟୋଜନ ଆରମ୍ଭ କଲେ ।

ଗୁରୁ ସାହବ ବାବାଙ୍କ ଜୀବନ ପରିଚୟ :

ଶ୍ରୀଦେବଜି ସନ୍ତ (ଗୁରୁ ସାହବ ବାବା) ଜନ୍ମ ବିକ୍ରମ ସବନ୍ତ ୧୭୨୭ ଫାଲ୍ଗୁନ ସୁଦି ପୂର୍ଣ୍ଣିମା କୁ କଟକୁହି ଗ୍ରାମ ରେ ହୋଇ ଥିଲା । ଛୋଟରୁ ଭଗବାନ ସାଧାନରେ ଲୀନ ରହୁଥିଲେ । ଶ୍ରୀ ଗୁରୁ ସାହବ ବାବା ସନ୍ତ ଜୟନ୍ତା ବାବା ଦ୍ଵାରା ଗୁରୁମନ୍ତ୍ର ଦକ୍ଷିଣା ଗ୍ରହଣ କରି ଥିଲେ ।

ପ୍ରେତବାଧା ସହଜ ଉପାୟ :

ମନ୍ଦିରରେ ଲାଗୁଥିବା ଭୁତ ମେଳା ରେ ଖରାପ ଆତ୍ମା, ଭୁତ ପ୍ରେତ ଏବଂ ପିଶାଚ କବଳରୁ ମୁକ୍ତି ପାଇବା ପାଇଁ ଗଛ ପରିକ୍ରମା କରନ୍ତି ଯାହା ଫଳରେ ତାଙ୍କ ବାଧା ଦୂର ହୋଇ ଥାଏ । ଏହା ସେହି ଗଛ ଯାହା ତଳେ ବାବା ସମାଧି ନେଇଛନ୍ତି ।

ସନ୍ଧ୍ୟା ପୂଜା ପରେ ଗଛ ପରିକ୍ରମା କରା ଯାଇ ଥାଏ, ମାନ୍ୟତା ଅନୁଯାଇ ପ୍ରେତବାଧା ଲୋକ ବିପରୀତ ଦିଶା ରେ ପରିକ୍ରମା କରିଥାଏ । ପରିକ୍ରମା ସମୟରେ ଯେଉଁ ଲୋକ ପ୍ରେତବାଧା ସହ ପୀଡିତ ଥାନ୍ତି ସେ ହାତ ଓ ଜିଭ ଉପରେ କର୍ପୁର ଜଳାଇ ରଖନ୍ତି ଓ ପରିକ୍ରମା ଆରମ୍ଭ କରନ୍ତି । ମାନ୍ୟତା ଅନୁଯାଇ ସବୁ ଭୁତ ପ୍ରେତ ବାବାଙ୍କୁ କ୍ଷମା ମାଗନ୍ତି ଓ କେବେ କାହାକୁ ହଇରାଣ କରିବେନି ବୋଲି କୁହନ୍ତି । ପ୍ରେତ ବଧାରୁ ମୁକ୍ତି ପାଇଥିବା ଲୋକକୁ ନିଜ ଓଜନ ଅନୁସାରେ ସେଠାରେ ଗୁଡ ଦାନ କରିବାକୁ ପଡେ । ସବୁଠୁ ବଡ ଆଶ୍ଚର୍ଯ୍ୟ ର କଥା ହେଲା କି ଏତେ ସାରା ଗୁଡ ଶେଠୀ ବହୁତ ଦିନ ଜାକେ ଗଦା ହେବା ସତ୍ବେ ବି ସେଥିରେ କୌଣସି ପ୍ରକାରର ପୋକ, ଜନ୍ଦା ବା ପିମ୍ପୁଡି ଆଦି କିଛି ବି ହୁଏ ନାହିଁ ।

Leave a Reply

Your email address will not be published. Required fields are marked *