କଣ ଆପଣଙ୍କୁ ବି ଲାଗୁନି ଭୋକ, ତେବେ ଡାକ୍ତର ପାଖକୁ ନୁହେଁ ଘରେ ବସିକି କରନ୍ତୁ ଏହି ଉପାୟ- ନିଶ୍ଚୟ କରିକି ଦେଖନ୍ତୁ

ବର୍ତମାନ ର ସମୟରେ ଗୋଟେ ଦିନ ରେ ପ୍ରାୟ ବହୁତ ଲୋକ କୁହନ୍ତି ମୋତେ ଭୋକ ଲାଗୁନି, ଖାଇବା କୁ ଇଛା ହଉନି । ଏହି କଥା ସେ ଦିନକୁ ବାର ବାର ଦୋହରେଇଥାନ୍ତି । ହେଲେ କଣ ଆପଣ ଜାଣିଛନ୍ତି ଏହା ଏକ ଗମ୍ଭୀର ରୋଗ ମଧ୍ୟ ହୋଇପାରେ । ଏଥି ପାଇଁ ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପଡିପାରେ । ଓଜନ କମ ହେବା, ପେଟ ଗ୍ଯାସ, ପଚନ ପ୍ରକ୍ରିୟା ଠିକ ସେ ନହେବା, ଦୁର୍ବଳତା ଓ ଭୋକ ନ ଲାଗିବା ଆଦି ରୋଗ ର ମୂଳ କାରଣ ହୋଇପାରେ । ସେଥିପାଇଁ ଫିଟ୍ ରହିବା ପାଇଁ ଠିକ ସମୟ ରେ ଖାଦ୍ୟ ଖାଇବା ଦରକାର ।

ଆସନ୍ତୁ ଜାଣିବା କେତୋଟି ଘରୋଇ ଉପାୟ ଯାହାଦ୍ୱାରା ଭୋକ ନ ଲାଗିବା ର ସମସ୍ୟା କୁ ଦୂର କରିହେବ ।

୧.  ଆପେଲ୍ ଜୁସ୍

ଆପେଲ୍ ର ରସ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଶରୀରକୁ ଫିଟ୍ ରଖିଥାଏ ଓ ବିଭିନ୍ନ ରୋଗକୁ ଦୂର କରିଥାଏ । ସେଥି ପାଇଁ ସବୁଦିନ ଗୋଟେ ଗ୍ଳାସ ଆପେଲ୍ ଜୁସ୍ ରେ ମେଥି ପକେଇକି ପିଇଲେ ଭୋକ ଲାଗିଥାଏ ।

୨. କଳା ଲୁଣ

ସାଧାରଣତଃ ଲୋକମାନେ ସାଲାଡ ରେ କଳା ଲୁଣ ପକେଇକି ଖାଇଥାନ୍ତି । ହେଲେ ଟମାଟର ର ସାଲାଡ ରେ କଳା ଲୁଣ ଲଗେଇକି ଖାଇଲେ ଭୋକ ଲାଗିଥାଏ । ଏହା ଛଡା ଟିକେ କଳା ଲୁଣ ଚାଟିକି ଖାଇଲେ ମଧ୍ୟ ପାଚନ ପ୍ରକ୍ରିୟା ଭଲ ହୋଇଥାଏ ।

୩. ଧନିଆ ପତ୍ର ର ଜୁସ୍

ସବୁଜ ଧନିଆ ପତ୍ର ର ରସ ଦେହ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଯଦି ଭୋକ ନ ଲାଗିବ ତାହାଲେ ଧନିଆ ପତ୍ର ର ରସ ରେ ଟିକେ ଲୁଣ ମିଶେଇକି ପିଅନ୍ତୁ । ଏହାର ବହୁତ ଫାଇଦା ମିଳିବ ।

୪. ମୂଳା ଖାଇବେ

ପରିବା ଭିତରୁ ମୂଳାର ବହୁତ ଉପଯୋଗୀତା ରହିଛି । ଖାଇବା ସହିତ ମୂଳା ର ସାଲାଡ ଖାଆନ୍ତୁ । ଏଥିରେ କଳା ଲୁଣ ଓ ଗୋଲମରୀଚ ଗୁଣ୍ଡ ପକେଇକି ଖାଇଲେ ପାଚନ ପ୍ରକ୍ରିୟା ଭଲ ହୋଇଥାଏ ।

ତେବେ ଯଦି ଆପଣଙ୍କର ବା ଆପଣଙ୍କ ପରିବାରରେ କାହାରି ଏହି ସମସ୍ୟା ଅଛି ତେବେ ନିଶ୍ଚିନ୍ତ ଏହି ସବୁ ଖାଇକି ଦେଖନ୍ତୁ, ଦେଖିବେ ଆପଣଙ୍କୁ ମଧ୍ୟ ଭୋକ ହେବକୁ ଲାଗିବ ।

Leave a Reply

Your email address will not be published. Required fields are marked *