ଘରେ ମୃତ ବା ପିତୃପୁରୁଷଙ୍କ ଫୋଟୋ ଏମିତି ରଖିଲେ ଘରେ ହୁଏ ଧନର ବୃଦ୍ଧି- Ajira Anuchinta

ପ୍ରାୟତ ଘରେ ପିତୃପୁରୁଷଙ୍କ ଫୋଟୋ ରହିଥାଏ । ମାନ୍ୟତା ରହିଛି କି ପିତୃପୁରୁଷଙ୍କର ଗୃହରେ ଫୋଟୋ ଲଗାଇବା ଦ୍ଵାରା ଜୀବନରେ ଉନ୍ନତି ହୋଇଥାଏ । ଧନ ସମ୍ପତିର ଅଭାବ କେବେ ହୋଇନ ଥାଏ । ବ୍ୟକ୍ତି ଜୀବନରେ ପ୍ରତେକ କାର୍ଯ୍ୟରେ ସଫଳତା ଲାଭ କରିଥାଏ । କିନ୍ତୁ ଯଦି ପିତୃପୁରୁଷଙ୍କ ଫୋଟୋ ଭୁଲ ଜାଗାରେ ଲଗାଯାଏ ତେବେ ଏହାର ଖରାପ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ।

ଆଜି ଆମେ ଆପଣ ମାନଙ୍କୁ ପିତୃପୁରୁଷଙ୍କ ଫୋଟୋ ଘର କେଉଁ ଦିଗରେ ଲଗାଇଲେ ଧନ ସମ୍ପତି ବୃଦ୍ଧି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଘରର ଠାକୁର ଘରେ ବା ଯେଉଁ ଜାଗାରେ ପୂଜା ପାଠ କରୁଛନ୍ତି ସେଠାରେ ପିତୃପୁରୁଷଙ୍କ ଫୋଟୋ ଭୁଲରେ ବି ଲଗାନ୍ତୁ ନାହି । ଠାକୁର ଘରେ ତାଙ୍କର ଫୋଟୋ ରଖିବା ଅଶୁଭ ହେବା ସହ ଏହାର ଖରାପ ପ୍ରଭାବ ଜୀବନ ଉପରେ ପଡିଥାଏ ।

ଘରର ଐସାନ୍ୟ କୋଣ ବା ଉତ୍ତର-ପୂର୍ବ କୋଣରେ ପୂଜା ପାଠ ହେଉଥିଲେ ଏହି ସ୍ଥାନରେ ମନ୍ଦିର ରଖିବା ଶୁଭ ବୋଲି ବିଚାର କରାଯାଏ । ଯଦି ଆପଣଙ୍କର ପୂଜା ଘର ଉତ୍ତର-ପୂର୍ବ ଦିଗରେ ରହୁଛି ତେବେ ପିତୃପୁରୁଷଙ୍କ ଫୋଟୋ ଘରର ପୂର୍ବ ଦିଗରେ ଲଗାଇବା ଉଚିତ । ଯଦି ପୂଜା ଘର ପୂର୍ବ ଦିଗରେ ରହିଥାଏ ତେବେ ପିତୃପୁରୁଷଙ୍କ ଫୋଟୋ ଐଶାନ୍ୟ କୋଣରେ ଲଗାଇବା ଉଚିତ । ଠାକୁର ଘରର ବିପରୀତ ଦିଗରେ ପିତୃପୁରୁଷଙ୍କ ଫୋଟୋ ଲଗାଇବା ଉଚିତ ।

ଘରର ଉତ୍ତର କୋଣରେ ବା ଯେଉଁ ଘରେ ସୟନ କରୁଛନ୍ତି ତେବେ ସେହି ଘରର ଉତ୍ତର ଦିଗରେ ପିତୃପୁରୁଷଙ୍କ ଫୋଟୋ ଲଗାଇଲେ ଶୁଭ ହୋଇଥାଏ । ଆପଣ ଯେଉଁ ଘରେ ଶୟନ କରୁଛନ୍ତି ସେହି ଘରର ଉତ୍ତର କାନ୍ଥରେ ପିତୃପୁରୁଷଙ୍କ ଫୋଟୋ ଲଗାଇଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଘର ଦକ୍ଷିଣ-ପଶ୍ଚିମ କୋଣରେ ପିତୃପୁରୁଷଙ୍କ ଫୋଟୋ ଭୁଲରେ ଲଗାଇବେ ନାହି । ଯଦି ଏପରି ହୁଏ ତେବେ ଆପଣଙ୍କ ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ।

ଏହା ସହ ଘରର ପଶ୍ଚିମ ବା ଦକ୍ଷିଣ ଦିଗରେ ପିତୃପୁରୁଷଙ୍କ ଫୋଟୋ ଲଗାଇବା ଘର ପାଇଁ ଅଶୁଭ ହୋଇଥାଏ । ଯଦି ଏପରି ହୁଏ ତେବେ ଧନ ହାନି ହେବାର ସମ୍ଭାବନା ରହିଥାଏ । ଏହା ବ୍ଯତୀତ ଘରର ବ୍ରହ୍ମ ସ୍ଥାନ ବା ମଝିଆ ମଝିଆ ସ୍ଥାନରେ ପିତୃପୁରୁଷଙ୍କ ଫୋଟୋ ଭୁଲରେ ବି ଲଗାଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ସେଠାରେ ଯେଉଁ ବ୍ୟକ୍ତି ରହୁଥିବେ ସେମାନଙ୍କର ମାନ ସମାନ ହାନି ହୋଇଥାଏ ।

ସେମାନଙ୍କୁ କୌଣସି ସ୍ଥାନରେ ସମାନ ମିଳେ ନାହି ବରଂ ଅପମାନ ମିଳିଥାଏ । ତେବେ ଘରର ଉତ୍ତର ଦିଗରେ ପିତୃପୁରୁଷଙ୍କ ଫୋଟୋ ଲଗାଇବା ସର୍ବତ୍ତମ ଅଟେ । ଯଦି ଏହି ଦିଗରେ ଫୋଟୋ ରଖିବାରେ କୌଣସି ସମସ୍ୟାହୁଏ ତେବେ ପୂଜା ଘର ଉତ୍ତର-ପୂର୍ବ ଦିଗରେ ଥିଲେ ପିତୃପୁରୁଷଙ୍କ ଫୋଟୋ ପୂର୍ବ ଦିଗରେ ଲଗାଇଲେ ଉତ୍ତମ ହୋଇଥାଏ । ଘରର ପୂଜା ଘର ପୂର୍ବ ଦିଗରେ ରହିଛି ତେବେ ପିତୃପୁରୁଷଙ୍କ ଫୋଟୋ ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ । ଏହା ସର୍ବଦା ଉଚିତ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *