Ganesh Puja 2022: ଗଣେଶ ପୂଜାରେ କେଉଁ ମୂର୍ତ୍ତି କରିବେ ପୂଜା? କେଉଁ ଦିଗରେ ସ୍ଥାପନ କରିବେ ମୂର୍ତ୍ତି ? ଗଣେଶ ପୂଜା ଆଗରୁ ଜାଣି ନିଅନ୍ତୁ ପୂଜା କରିବାର ବିଧି ଓ ନିୟମ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ପ୍ରଭୁ ଗଣେଶଙ୍କ କେଉଁ ମୂର୍ତ୍ତି ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାୟୀ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ସାୟୁଜ ଓ ସହବାନ ହେବ ଉଚିତ । ସାୟୁଜର ଅର୍ଥ ନିଜର ସବୁ ପ୍ରିୟ ଆୟୋଜନଙ୍କ ସହ ଅର୍ଥାତ ଭଗବାନ ଗଣେଶଙ୍କ ହାତରେ ମୋଦକ, ଅଙ୍କୁଶ ପାଖରେ ଥିବା ଦରକାର । ମୋଦର ଅର୍ଥ ଆନନ୍ଦ ଅର୍ଥାତ ଯେମିତି ମୋଦକ ଖାଇଲେ ଆନନ୍ଦ ମିଳିଥାଏ ସେମିତି ମୋଦକଭରା ଗଣେଶଙ୍କ ମୂର୍ତ୍ତିରୁ ଆନନ୍ଦ ମିଳିଥାଏ । ଧ୍ୟାନ ରଖିବେ ଯେଉଁ ହାତରେ ଲଡୁ ରହିଥାଏ ସେହି ଦିଗରେ ଗଣେଶଙ୍କର ଶୁଣ୍ଢ ମୋଦୀ ହୋଇ ରହିଥିବା ଦରକାର ।

ଭଗବାନ ଗଣେଶଙ୍କ ମୂର୍ତ୍ତିରେ ଲଡୁ ନ ଥିଲେ ପୂଜା କରିବା ଅଶୁଭ ମାନାଯାଇଥାଏ । ସହବନର ଅର୍ଥ ଗଣେଶଙ୍କର ମୂର୍ତ୍ତି ସହ ମୂଷା ରହିବା ଦରକାର । ଭଗବାନ ଗଣେଶ ବୁଦ୍ଧିର ଦେବତା ଅଟନ୍ତି । ଗଣେଶଙ୍କ ମୂର୍ତ୍ତିରେ ତାଙ୍କର ଗୋଟିଏ ହାତ ଆଶୀର୍ବାଦ ଦେଉଥିବାର, ଆଉ ଗୋଟେ ହାତ ବର ମୁଦ୍ରାରେ ରହିବା ଉଚିତ ଯାହା ସୁଖ ଶାନ୍ତିର ପ୍ରତୀକ ମାନାଯାଇଥାଏ । ଗଣେଶଙ୍କ ମଥାରେ ମୁକୁଟ ରହିବ ଶୁଭ ହୋଇଥାଏ ।

ବୀନା ମୁକୁଟରେ ଗଣେଶଙ୍କ ମୂର୍ତ୍ତି ଆଣିବା ଅନୁଚିତ । ବେକରେ ମାଳ, ହାତରେ ବାଜୁବନ୍ଦ ବା ଫାର୍ସା ରହିଥାଏ ଏହା ନ ଥିଲେ ଅଶୁଭ ହୋଇଥାଏ । ଭଗବାନ ଗଣେଶଙ୍କୁ ବଳଚନ୍ଦ୍ର କୁହଯାଏ ଏଥିପାଇଁ ତାଙ୍କ ମଥାରେ ଚନ୍ଦ୍ରମା, ତ୍ରିଶୂଳ, ତିଳକ ରହିବା ଶୁଭ ହୋଇଥାଏ । ଯେଉଁ ମୂର୍ତ୍ତିରେ ଭଗବାନ ଗଣେଶଙ୍କର ପାଦ ମାଟିରେ ଲାଗିଥାଏ ଏପରି ମୂର୍ତ୍ତି ଶୁଭ ହୋଇଥାଏ । ଏପରି ମୂର୍ତ୍ତି ପୂଜା କରିଲେ ସଫଳ ମିଳିଥାଏ ।

ଶାସ୍ତ୍ରରେ ଗଣେଶଙ୍କୁ ଧୂମ୍ରପାନ କୁହାଯାଏ କାରଣ ଗଣେଶଙ୍କ ଶରୀର ଧୂଆଁର ସମାନ ଅଟେ । ଏଥିପାଇଁ ଏହି ରଙ୍ଗର ମୂର୍ତ୍ତି ସ୍ଥାପନ କରିଲେ ସୁଖ ସମୃଦ୍ଧି ହୋଇଥାଏ । ସିନ୍ଦୁର ରଙ୍ଗର ଗଣେଶ ମୂର୍ତ୍ତି ରଖିବା ଦ୍ଵାରା ଘରେ ସବୁ ମନସ୍କାମନା ପୁରଣ ହୋଇଥାଏ । କୁହାଯାଏ ଭଗବାନ ଗଣେଶଙ୍କ ମୁଖ୍ୟ ଶକ୍ତି ତାଙ୍କ ଶୁଣ୍ଢରେ ରହିଥାଏ ।

ଡାହାଣ ପାଟ ଶୁଣ୍ଢ ଥିବା ଗଣେଶଙ୍କୁ ସିଦ୍ଧି ବିନାୟକ ଗଣେଶ କୁହାଯାଏ । ଏହି ମୂର୍ତ୍ତିରେ ଶୁଣ୍ଢର ଅଗ୍ର ଭାଗ ଡାହାଣ ପଟକୁ ରହିଥିଲେ ଡାହାଣ ଶୁଣ୍ଢ ଗଣେଶ କୁହାଯାଏ । ଡାହାଣ ହାତ ପାଖରେ ଶୁଣ୍ଢ ମୋଦୀ ହୋଇ ରହିଥାଏ । ପଇତାର ସବୁ ନିୟମ ପାଳନ କରିବା ସହ ପୂଜା କରାଯାଇଥାଏ । ବାମ ପଟେ ଥିବା ଶୁଣ୍ଢ ଗଣେଶଙ୍କୁ ବକ୍ରତୁଣ୍ଡ ଗଣେଶ କୁହାଯାଏ ।

ଯେଉଁ ମୂର୍ତ୍ତିର ଶୁଣ୍ଢର ଅଗ୍ର ଭାଗ ବାମ ହାତ ପଟେ ରହିଥାଏ ଏପରି ମୂର୍ତ୍ତିକି ବାମମୁଖୀ ଗଣେଶ କୁହାଯାଏ । ବାମ ପଟେ ଚନ୍ଦ୍ର ଦେଇଥାନ୍ତି ଯିଏ ଶୀତଳ ଦେଇଥାନ୍ତି । ଏହି ମୂର୍ତ୍ତି ସ୍ଥାପନ କରିଲେ ଉନ୍ନତି ହୋଇଥାଏ । ଘର ପାଇଁ ବସିଥିବା ଗଣେଶ ମୂର୍ତ୍ତି ଶୁଭଦାୟକ ହୋଇଥାଏ । ସୋଇଥିବା ଗଣେଶଙ୍କର ପୂଜା କରିଲେ ସୁଖ ଓ ଆନଦାର ସ୍ଥାୟୀ ବନିଥାଏ ।

ସନ୍ତାନ ସୁଖ ପ୍ରାପ୍ତ ପାଇଁ ବାଲା ଗଣେଶଙ୍କର ପୂଜା କରାଯାଏ । ଘରେ କଳହ ଲାଗୁଥିଲେ ବଂଶୀ ବଜାଉଥିବା ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିବା ଉଚିତ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *