ବନ୍ୟା ସହ କୁମ୍ଭୀର ଆତଙ୍କ, ଗାଁ ମୁହାଁ ହେଉଛି କୁମ୍ଭୀର, ବିପଦରେ ଲୋକଙ୍କ ଜୀବନ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ରାଜ୍ୟରେ ବର୍ଷା ଲଗାତାର ଜାରି ରହିଥିବାରୁ ବୌଦ୍ଧରେ ଏମିତି ଏକ ଚକିତ କରି ଦେଲା ଭଳି ଘଟଣା ସାମନାକୁ ଆସିଛି । ବୌଦ୍ଧ ରେ କୁମ୍ଭୀର ଆତଙ୍କ ଦେଖାଯାଇଛି ଆଉ ଏହି କୁମ୍ଭୀର ବନ୍ୟା ପାଣିରେ ବୁଲୁଛି । ଦୀର୍ଘ ୩ ଦିନ ଧରି ଲଘୁଚାପ ବର୍ଷା ହେବା କାରଣରୁ ହୀରାକୁଦ ଜଳଭଣ୍ଡାର ର ୩୪ଟି ଗେଟ ହୋଲା ଯାଇଛି । ହୀରାକୁଦ ଡ୍ୟାମ ରୁ ଜଳ ନିଷ୍କାସନ କରାଯିବାରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ୨୦ରୁ ଉର୍ଦ୍ଧ ଗାଁ ପାଣି ଘେର ରେ ରହିଛି । ସହ ସହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ପଡିଛି ବନ୍ୟା ପାଣିରେ ।

ସେହିପରି ବୌଦ୍ଧ ଜିଲା ହରଭଙ୍ଗ ବୌଦ୍ଧ ସଡକ ଉପରେ ୫ ଫୁଟ ବନ୍ୟା ଜଳ ପ୍ରବାହିତ ହେବ କାରଣରୁ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି । ବୌଦ୍ଧ ପୂର୍ତ୍ତ ବିଭାଗର ଫୁଲବାଣୀ ଟିକରପଡା ରାସ୍ତାର ଉଦଣ୍ଡି ନାଳ ଉପରେ ୮ଫୁଟ ର ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ଲଗାଣ ବର୍ଷା କାରଣରୁ ଅନେକ କଚ୍ଚା ଘର ଭାଙ୍ଗି ଯିବାରୁ ଜଣା ପଡିଛି ।

ବର୍ଷା ଓ ବନ୍ୟା କାରଣରୁ ଦିନ ମଜୁରିଆ ମାନେ କାମ ଧନ୍ଦା ନ ପାଇବାରୁ ଘରେ ବସି ରହିଛନ୍ତି । ମହାନଦୀର ବନ୍ୟା ଜଳ ବୃଦ୍ଧି ପାଉ ଥିବାରୁ ନଦୀ କୂଳିଆ ବାସୀ ଆତଙ୍କିତ ଅଛନ୍ତି । ବନ୍ୟା ଜଳ ବୃଦ୍ଧି ପାଉ ଥିବାରୁ ନଦୀ କୂଳରେ ରହୁଥିବା ବାସିନ୍ଦା ଙ୍କୁ ପ୍ରଶାସନ ପକ୍ଷ ରୁ ସତର୍କ କରା ଯାଇଛି ।

ପାଣି ଘେର ରେ ଥିବା ଲୋକଙ୍କୁ ଉଦ୍ଧାର କରାଯିବା ସହ ରିଲିଫ ଯୋଗାଇ ଦେବାକୁ ପ୍ରଶାସନ ତରଫରୁ କର୍ମଚାରୀ ଙ୍କୁ ଅଞ୍ଚଳ ବୁଲି ପଦକ୍ଷେପ ନେବା ପାଇଁ ହରଭଙ୍ଗା ବିଡିଓ ସ୍ମିତା ରଥ ପ୍ରକାଶ କରିଛନ୍ତି । ବନ୍ୟା ର ମୁକାବିଲା ପାଇଁ ପ୍ରଶାସନ ପକ୍ଷ ରୁ ସତର୍କ ଦ୍ରୁଷ୍ଟି ରଖାଯାଇଛି ବୋଲି ବିଡିଓ ପକ୍ଷ ରୁ ସୂଚନା ଦିଆ ଯାଇଛି ।

ଧଳପୁର ଥରେ ବନ୍ୟା ପାଣିରେ ଭାସି ଯାଇ ଏକ ଗାଈ ର ମୃତ୍ୟୁ ହୋଇଥିବା ବେଳେ ରାମଗଡ ମହାନଦୀ କୂଳରେ ୧୫ ରୁ ୧୮ ଫୁଟ ଲମ୍ବ ର ଘଡିଆଳ କୁମ୍ଭୀର ଗାଁ ମୁହାଁ ହେଉଛି । ଏହାକୁ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ଏହି କୁମ୍ଭୀର ଟି ଆଜି ସକାଳୁ ନିର୍ଦ୍ଦିଷ୍ଟ ରାମଗଡ ଡଙ୍ଗା ଘାଟ ଠାରୁ ବାହାରି ବନ୍ୟା ଜଳ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି ।

ତେବେ କୁମ୍ଭୀର ବନ୍ୟା ପାଣିରେ ଭାସି ଆସିବା ପାଇଁ ଗାଁ ମୁହାଁ ହେବା କାରଣରୁ ଲୋକେ ମାନଙ୍କ ମନରେ ଭୟ ର ଆତଙ୍କ ଦେଖା ଯାଇଛି । କାରଣ ଯଦି ଗାଁ ରେ କୁମ୍ଭୀର ପାଶେ ତେବେ ଗାଁ ଲୋକଙ୍କର ଜନ ଜୀବନ ପ୍ରତି ବିପଦ ରହିଛି ବୋଲି ଅନୁମାନ କରା ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *