Mayurbhanj ରେ ଉଦ୍ଧାର ହେଲା ଏମିତି ଏକ ୧୨୦ ବର୍ଷର ବିରଳ କଇଁଛ, ଯାହା ପିଠିରେ ରହିଛି ଶିବଲିଙ୍ଗ, Video ନ ଦେଖିଲେ ବିଶ୍ଵାସ କରିବେନି

ଆମ ଦୁନିଆରେ ନାନା ପ୍ରକାରର ଜୀବ ଜନ୍ତୁ ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଏମିତି କିଛି ଜୀବଜନ୍ତୁ ଅଛନ୍ତି ଯେଉଁମାନେ କି ବିରଳ ହୋଇ ଯାଇଛନ୍ତି । ଅର୍ଥାତ ସେମାନଙ୍କ ବିଷୟରେ ଆପଣ କେବଳ ପୁସ୍ତକରେ ହିଁ ଜାଣି ପାରିବେ । ଅନ୍ୟ କେତେକ ଜୀବଜନ୍ତୁ ବିଲୁପ୍ତ ହେବା ଉପରେ । ଅର୍ଥାତ ତାଙ୍କୁ ଆପଣ ବହୁତ କଷ୍ଟରେ ଦେଖି ପାରିବେ । ଅନ୍ୟ କେତେକ ଜୀବ ଜନ୍ତୁ ଏମିତି ବି ଅଛନ୍ତି ଯାହାଙ୍କୁ ଆପଣ କେବଳ ଚିଡିଆ ଖାନାରେ ହିଁ ଦେଖି ପାରିବେ ।

କହିବାକୁ ଗଲେ ଆଜିକାଲି ମଣିଷ ଜଙ୍ଗଳ ନଷ୍ଟ କରିବା କାରଣରୁ ଏହି ସବୁ ଜୀବଜନ୍ତୁମାନେ ବିଲୁପ୍ତ ହୋଇ ଯାଉଛନ୍ତି । ସମସ୍ତ ଜୀବଜନ୍ତୁଙ୍କ ରକ୍ଷଣା ବେକ୍ଷଣା ଦାୟିତ୍ଵ ଆମ ସମସ୍ତଙ୍କର । ଆଜି ଆମେ ଆପଣଙ୍କୁ ଏହିଭଳି ଏକ ବିଲୁପ୍ତ କଇଁଛ ବିଷୟରେ କହିବୁ ।

ଯାହାକି ପାଖାପାଖି ବିଲୁପ୍ତ ହୋଇ ଗଲେଣି ଓ ସେହି ପ୍ରଜାତିର ଗୋଟିଏ କଇଁଛ ଗତକାଲି ନଜର ଆସିଛି । ଯାହାକୁ ଆପଣ ଆଗରୁ କେବେ ବି ଦେଖି ନ ଥିବେ । କଇଁଛର ଏହି ପ୍ରଜାତି ବହୁତ ହିଁ ବିରଳ ଓ ଅଦ୍ଭୁତ ଅଟନ୍ତି । ସବୁଠୁ ବଡ ଖାସ କଥା ହେଉଛି ଶିବଲିଙ୍ଗ ଆକାରର କଇଁଛର ପିଠି ହୋଇଛି । କହିବାକୁ ଗଲେ ମୟୂରଭଞ୍ଜ ଜିଲ୍ଲାର ଗଙ୍ଗାମାଟିଆ ଗାଁର କିଛି ଗ୍ରାମବାସୀ ୧୪ ତାରିଖ ଦିନ ଅର୍ଥାତ ରବିବାର ଦିନ ଖଡକାୟ ନଦୀରେ ଏକ ବିରଳ କଇଁଛକୁ ଦେଖିଥିଲେ ।

ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଏହିଭଳି କଇଁଛ ସେମାନେ ଆଗରୁ କେବେ ବି ଦେଖି ନ ଥିଲେ । ସେମାନେ ପ୍ରଥମେ ସେହି କଇଁଛକୁ ଉଦ୍ଧାର କରିଲେ । ସଙ୍ଗେ ସଙ୍ଗେ ସେହି ଅଞ୍ଚଳର ବନ ବିଭାଗକୁ ଖବର ଦେଲେ । ବନ ବିଭାଗର କିଛି କର୍ମଚାରୀ ସଙ୍ଗେ ସଙ୍ଗେ ସେହି ଗ୍ରାମକୁ ଯାଇ କଇଁଛକୁ ନିଜ ଅଧୀନରେ ଆଣିଲେ । ବନ ବିଭାଗର କର୍ମଚାରୀ ୧୫ ତାରିଖ ଦିନ ସକାଳ ସମୟରେ କୁଳେଇଲା ଗ୍ରାମର ସରପଞ୍ଚଙ୍କ ଉପସ୍ଥିତିରେ ଖଡକାୟର ଗଭୀର ନଦୀ ଭିତରେ କଇଁଛକୁ ଛାଡି ଦେଲେ ।

ସବୁଠୁ ବଡ କଥା ହେଉଛି କଇଁଛର ପିଠିରେ ଶିବଳିଙ୍ଗ ଭଳି ଏକ ଆକାର ହୋଇଛି । ଏଥିପାଇଁ ଏହି କଇଁଛକୁ ବହୁତ ବିରଳ କଇଁଛ ବୋଲି କୁହାଯାଉଛି । ଏହା କୁହାଯାଉଛି କି ଏହି କଇଁଛର ବୟସ ୧୨୦ ବର୍ଷ ଅଟେ । କିନ୍ତୁ ଏହା ସଠିକ ରୂପରେ ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *