ଗର୍ଭଧାରଣ ପରେ ମହିଳାଙ୍କ ଭିତରେ ଦେଖିବାକୁ ମିଳୁଛି ଏହି ସବୁ ସମସ୍ୟା

ଗର୍ଭଧାରଣ ପରେ ପ୍ରାୟତଃ ମହିଳାଙ୍କ ଭିତରେ ଥାଇରଡ ସମସ୍ୟା ଦେଖିବାକୁ ମିଳିଛି, ଏହି ସ୍ଥିତି ରେ ଥାଇରଡ ଦ୍ଵାରା ଗର୍ଭରେ ଥିବା ଛୁଆ ବୃଦ୍ଧି ଓ ବିକାଶ ରେ ଅସୁବିଧା ହୋଇଥାଏ ଓ ଏହାର ସମୟ ଥିବା ବେଳେ ଜାଣିବା ବହୁତ ଆବଶ୍ୟକ ଅଟେ ଏବଂ ଉପଚାର କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ପ୍ରାୟତଃ ମହିଳାଙ୍କୁ ଥାଇରଡ ଅସୁବିଧା ହୋଇଥାଏ, ଏହି ରୋଗରେ ଥାଇରଡ ଗ୍ଲାଣ୍ଡ ସଠିକ ବା ଉଚିତ ମାତ୍ରା ରେ ହର୍ମୋନ ବନେଇ ପାରେ ନାହିଁ । ଏହା ଗୋଟେ ସାମାନ୍ୟ ସମସ୍ୟା ଯାହା ପ୍ରାୟତଃ ଲୋକଙ୍କୁ ହୋଇଥାଏ, ଆଜିକାଲି ଭାରତରେ ୧୦ଟି ଲୋକଙ୍କ ମଧ୍ୟରୁ ଗୋଟେ ଲୋକ ଥାଇରଡ ଦ୍ଵାରା ପୀଡିତ ଅଛନ୍ତି ।

ଗର୍ଭବତୀ ମହିଳା ୧୩% ଠାରୁ ୪୪% ପ୍ରଭାବିତ ହୋଇଥାନ୍ତି, ଥାଇରଡରେ ଡିଶଅର୍ଡର ଦ୍ଵାରା ମା ଓ ଛୁଆ ଦୁହିଙ୍କୁ ପାଇଁ ଘାତକ ଅଟେ, ସମୟ ସମୟ ଅନୁଯାଇ ସାଧାରଣ ସ୍କ୍ରିନିଙ୍ଗ ଟେଷ୍ଟ ପାଇଁ ଏହାର ଚିକିତ୍ସା ସମ୍ଭବ ଅଟେ । ଏହା ଦ୍ଵାରା ପୀଡିତ ମହିଳା ରେ ଅନିମିୟିତ ମହାବାରି ଓ ଗର୍ଭଧାରଣ କରିବା ପାଇଁ ଅସୁବିଧା ହୋଇଥାଏ ସେଥିପାଇଁ ଗର୍ଭଧାରଣ ତୁରନ୍ତ ପରେ ଥାଇରଡ ଟେଷ୍ଟ କରିବା ନିହାତି ଦରକାର ଅଟେ । ଥାଇରଡ ଟେଷ୍ଟ କରିବା ଦରକାର କାହିଁକିନା ଏହାର ପ୍ରାରମ୍ଭିକ ଲକ୍ଷଣ ଦେଖା ଯାଇ ନଥାଏ, ସେଥିପାଇଁ ମହିଳାଙ୍କୁ କିଛି ଲକ୍ଷଣ ଉପରେ ବିଶେଷ ଧ୍ୟାନ ଦବା ଉଚିତ ।

ଏହାର ପ୍ରାରମ୍ଭିକ ଲକ୍ଷଣ କିଛି ଏହି ଭଳି ଅଟେ, ଚେହେରା ଫୁଲିବା, ତ୍ଵଚା ଶିକୁଡି ଯାଇଥାଏ, ଥଣ୍ଡା ସାହି ନପାରିବା, ହଟାତ ଓଜନ ବଢିବା, ପେଟ ଖରାପ ହବା, ମାଂସ ଓ ଗଣ୍ଠି ରେ ଦରଜ ହୋଇଥାଏ । ଏମିତି ଅନୁଭବ ହେଲେ ତୁରନ୍ତ ଡକ୍ଟର ସହ ଦେଖା କରି ଥାଇରଡ ସ୍କ୍ରିନିଙ୍ଗ କରାନ୍ତୁ ଏହା ଆପଣଙ୍କ ପାଇଁ ଆବଶ୍ୟକ ଅଟେ । ଥାଇରଡ ସଠିକ ଚିକିତ୍ସା ନ କରେଇଲେ ଛୁଆ ରେ ନିମ୍ନ ସମସ୍ୟା ଦେଖା ଯାଇଥାଏ । ଛୁଆ ମସ୍ତିସ୍କ ସଠିକ ଭାବରେ ବିକାଶ କରି ନଥାଏ, ପ୍ରିମେଚୁରାଲ ଡ଼ିଲିବରି ହୋଇଥାଏ, ମୃତ ଶିଶୁ ଜନ୍ମ ହୋଇଥାଏ, ଛୁଆ ଓଜନ କମ ହୋଇଥାଏ ।

ଏହି କଥା ପାଇଁ ଡକ୍ଟର ବିଶେଶ୍ଜ୍ଞ ଏହା ମଧ୍ୟ କହିଛନ୍ତି ଯେ ୩ଟି ମହିଳାଙ୍କ ମଧ୍ୟରୁ ଗୋଟେ ମହିଳା ଥାଇରଡ ଦ୍ଵାରା ପୀଡିତ ଅଛନ୍ତି କିନ୍ତୁ ଏହି କଥା ପ୍ରାୟତଃ ମହିଳାମାନେ ମଧ୍ୟ ଜାଣି ନଥାନ୍ତି । ଥାଇରଡ ଦ୍ଵାରା ପୀଡିତ ମହିଳାଙ୍କୁ କେବଳ ଗର୍ଭଧାରଣ ସମୟ ରେ ନୁହ ପ୍ରଶବ ପରେ ମଧ୍ୟ ଏହି ଭଳି ମହିଳାଙ୍କୁ ଅସୁବିଧା ହୋଇଥାଏ, ରୋଗ ପ୍ରତିରୋଧକ କ୍ଷମତା କମ ହୋଇଥାଏ, କ୍ରୋଧ ବଢି ଥାଏ, ଓଜନ ହଟାତ ବଢିବା ।

Leave a Reply

Your email address will not be published. Required fields are marked *