ବନ୍ଧୁ କରନ୍ତୁ କିନ୍ତୁ ଦରକାର ଠାରୁ ଅଧିକ କାହା ଉପରେ ଭରସା କରନ୍ତୁ ନାହିଁ

ଗୁରୁ ଶୁକ୍ରାଚାର୍ଜ୍ୟ ଚତୁର ନୀତିକାର ଥିଲେ । ସେ ନିଜର ନୀତିଗୁଡିକୁ ଲିପିବଦ୍ଧ କରି ଶୁକ୍ରନୀତି ନାମକ ପ୍ରସିଦ୍ଧ ନୀତିଗ୍ରନ୍ଥର ରଚନା କଲେ । ଏହି ନୀତିକୁ ଯିଏ ବି ଅନୁସରଣ କରିଥାଏ ,ତାର ଜୀବନ ଭଲ ଏବଂ ଚରିତ୍ର ପବିତ୍ର ହୋଇଥାଏ ।ଶୁକ୍ରାଚାର୍ଜ୍ୟ ଋଷି ଭୃଗୁଙ୍କର ପୁତ୍ର ଥିଲେ । ତାଙ୍କୁ ଦୈତ୍ୟଗୁରୁ ବି କୁହାଯାଇଥାଏ । ଆଜି ଆମେ ଆପଣଙ୍କୁ ଶୁକ୍ରନୀତି ଭିତରୁ କିଛି ଏମିତି କଥା କହିବୁ ,ଯାହାକୁ ଧ୍ୟାନରେ ରଖି କୌଣସି ବି ଚିନ୍ତାରୁ ମୁକ୍ତି ପାଇ ପାରିବେ । ତାହେଲେ ଆସନ୍ତୁ ଜାଣିବା କିଛି ନୀତି ବିଷୟରେ ।

ନୀତି-ଦୀର୍ଘଦର୍ଶୀ ସଦା ଚ ସ୍ୟାତ ,ଚିରକାରୀ ଭବେନ୍ନ ହିଁ

ଶୁକ୍ରନୀତି ଅନୁସାରେ ସବୁ ମଣିଷକୁ ଭବିଷ୍ୟତର ଯୋଜନା କରିବା ନିହାତି ଦରକାର କିନ୍ତୁ ତାଙ୍କୁ ଏହା ବି ଧ୍ୟାନ ରଖିବା ଦରକାର କି ସେ ଯେଉଁ କାର୍ଯ୍ୟ କରୁଛନ୍ତି ତାର ପରିଣାମ ଭବିଷ୍ୟତରେ କଣ ହେବ । ଶୁକ୍ରାଚାର୍ଜ୍ୟ କହନ୍ତି କି ଆଜି କାମ ଆଜି କର ,ତାକୁ କାଲି ପାଇଁ ଛାଡନି ।

ନୀତି-ଯୋ ହି ମିତ୍ରମବିଜ୍ଞାୟ ଯଥାତଧେନ ମନ୍ଦଧୀ । ମିତ୍ରାଥ୍ରୋ ଯୋଜୟତେନଗ ତସ୍ୟ ସୋର୍ଥବସିଦତ

ଶୁକ୍ରାଚାଜ୍ୟ କରିଛନ୍ତି କି କିଛି ନ ବୁଝି ନ ଭାବି କାହା ସହିତ ମିତ୍ରତା କରିବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଁ ହାନିକାରକ ବି ହୋଇପାରେ ,କାରଣ ମିତ୍ରତା କରିବା ପୂର୍ବରୁ ଆମ ସାମନା ଲୋକର ଗୁଣ-ଅବଗୁଣ ,ତାର ଭଲ-ଖରାପ ଅଭ୍ୟାସ ବିଷୟରେ ନିହାତି ଜାଣିବା ଦରକାର ।

ନୀତି-ନାତ୍ୟତଂ ବିଶ୍ଵସେତ କଚ୍ଚିଦ ବିଶ୍ଵସ୍ତମପି ସର୍ବଦା

ଶୁକ୍ର ନୀତି ଅନୁସାରେ ,ଆପଣ କାହା ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ଏମିତି କରିବା ଦ୍ଵାରା ଆପଣଙ୍କ ପାଇଁ ଅସୁବିଧା ହେଇ ପାରେ ।

ନୀତି-ଧର୍ମନୀତିପରୋ ରାଜା ଚିରଂ କୀର୍ତି ସ ଚାଶୃତେ

ଗୁରୁ ଶୁକ୍ରାଚାର୍ଜ୍ୟ କହିଥାନ୍ତି ସବୁ ଲୋକଙ୍କୁ ନିଜର ଧର୍ମର ସାମନା ଏବଂ ତା କଥାକୁ ପାଳନ କରିବା ଦରକାର କାରଣ ଧର୍ମ ହିଁ ମଣିଷକୁ ସଂମ୍ମାନ ଦେଇଥାଏ । ଧର୍ମ ମାର୍ଗରେ ଚାଲୁଥିବା ଲୋକ କେବେ ହାର ମାନନ୍ତି ନାହିଁ ।

ନୀତି-ତ୍ୟଜେଦ ଦୁର୍ଜନସଙ୍ଗତମ

ଗୁରୁ ଶୁକ୍ରାଚାର୍ଜ୍ୟ ଙ୍କ ଅନୁସାରେ ଖରାପ କାମ କରୁଥିବା ଲୋକ ଠାରୁ ଦୂରେଇ ରହିବା ଭଲ ହେବ ।ଖରାପ କାମ କରୁଥିବା ଲୋକ ଯେତେବି ପ୍ରିୟ ହେଲେ ବି ତାକୁ ଛାଡିଦେବା ଦରକାର । ଯଦି ଆପଣ ଏମିତି ନ କରନ୍ତି ତାହେଲେ ତାଙ୍କ କାରଣରୁ ଆପଣ ଅସୁବିଧାରେ ପଡିଯାଇ ପାରନ୍ତି ।

Leave a Reply

Your email address will not be published. Required fields are marked *