ପିତାଙ୍କ ମୃତ୍ୟ ପରେ ପୁତ୍ରକୁ ନିଜ ପିତାଙ୍କ ପାଇଁ କଣ କରିବା ଆବଶ୍ୟକ? Garuda Purana

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ, ପରଲୋକ ଗମନ କରିବା ପରେ ହିନ୍ଦୁ ଧର୍ମରେ ସେହି ବ୍ୟକ୍ତି ର ଶବ ସତ୍କାର କରା ଯାଇଥାଏ । ଏହା ସହିତ ୧୦ ଦିନ ପର୍ଯ୍ୟନ୍ତ ସେହି ବ୍ୟକ୍ତିକ ଙ୍କ ନିମନ୍ତେ ପିଣ୍ଡ ଦାନ ମଧ୍ୟ କରା ଯାଇଥାଏ । ଗରୁଡ଼ ପୁରାଣ ଅନୁସାରେ ସେହି ବ୍ୟକ୍ତିଙ୍କ ନିମନ୍ତେ ପିଣ୍ଡ ଦାନ କରିବା ଦ୍ୱାରା ତାଙ୍କ ଆତ୍ମା ଶରୀରରେ ନିର୍ମିତ ହୋଇଥାନ୍ତି ଏବଂ ସହଜରେ ଯମ ପୁର ପର୍ଯ୍ୟନ୍ତ ଯାଇ ପାରିଥାନ୍ତି । ଆପଣ ମାନେ ଅଧିକାଂଶ ଦେଖିଥିବେ ଯେ, ପିତା ଙ୍କ ପରଲୋକ ଗମନ କରିବା ପରେ ତାଙ୍କ ଶ୍ରାଦ୍ଧ କର୍ମ ପୁତ୍ର କରିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ପିତା ଙ୍କ ପରଲୋକ ଗମନ କରିବା ପରେ ପୁତ୍ରକୁ କଣ ସବୁ କରିବା ଉଚିତ ହୋଇଥାଏ ।

ବନ୍ଧୁଗଣ ଗରୁଡ଼ ପୁରାଣ ଅନୁସାରେ, ଯେତେବେଳେ ପୁତ୍ର ନିଜର ପିତା ଙ୍କ ପିଣ୍ଡ ଦାନ ର ବିଧି ବିଧାନ କୁ କରିଥାଏ ସେତେବେଳେ ସେ ଧର୍ଯ୍ୟ ର ସହିତ ସମସ୍ତ ବିଧି ବିଧାନ କୁ ପୂର୍ଣ୍ଣ କରିବ ଏବଂ ଏଥିପ୍ରତି ଧ୍ୟାନ ରଖିବା ଆବଶ୍ୟକ ଯେ, ପିତା ଙ୍କ ଦଶାହ କାର୍ଯ୍ୟ ସମୟରେ ଯେପରି ପୁତ୍ର ଙ୍କ ଆଖି ରୁ ଏକ ବୁନ୍ଦା ଅଶ୍ରୁ ନ ବାହାରୁ । କାରଣ ଏହି ଅଶ୍ରୁ ଙ୍କୁ ତାଙ୍କ ପିତା ରୂପୀ ପ୍ରେତ କୁ ପାନ କରିବାକୁ ପଡିଥାଏ । ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ଏହି ସଂସାର ରେ ପ୍ରତ୍ୟେକ ବ୍ୟକ୍ତି ର ପରଲୋକ ଗମନ କରିବା ସୁନିଶ୍ଚିତ ଅଟେ ।

ବ୍ୟକ୍ତି ପରଲୋକ ଗମନ କରିବା ପରେ ପୁନଃଜନ୍ମ ନେଇଥାଏ । ନିଜ ପିତା ଅଥବା ପରିବାର ସଦସ୍ୟ ଙ୍କ ପରଲୋକ ଗମନ କରିବା ରେ କେବେବି ଶୋକ ପ୍ରକାଶ କରିବା ଉଚିତ ନୁହେଁ ।କାରଣ ଆପଣ ଶୋକ କରିବା ଦ୍ୱାରା ଆପଣଙ୍କ ସେହି ବ୍ୟକ୍ତି ସମ୍ପର୍କୀୟ କେବେବି ଆପଣଙ୍କ ପାଖକୁ ଫେରି ଆସିବେ ନାହଁ, ଏହା କଦାପି ସମ୍ଭବ ନୁହେଁ । ତେଣୁ ପ୍ରତ୍ୟେକ ବ୍ୟକ୍ତି କୁ ଏହା ଜାଣିବା ଆବଶ୍ୟକ ଯେ, କୌଣସି ବ୍ୟକ୍ତି ସହିତ ଚୀର ଦିନ ରହିବା ଅସମ୍ଭବ ହୋଇଥାଏ ।

ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ଯେଉଁ ମାନେ ପୁତ୍ରହୀନ ଅଟନ୍ତି, ସେମାନଙ୍କ ପରଲୋକ ଗମନ କରିବା ପରେ ତାଙ୍କ ପିଣ୍ଡ ଦାନ ତାଙ୍କ ଭ୍ରାତା ଙ୍କ ପୁତ୍ର ମଧ୍ୟ କରି ପାରିବେ । ଯଦି ଜଣେ ଭାଇ ପୁତ୍ର ହୀନ ଅଟନ୍ତି ଏବଂ ଅନ୍ୟ ଜଣେ ପୁତ୍ରବନ୍ତ । ତେବେ ସେହି ପୁତ୍ର ମାଧ୍ୟମରେ ବି ପୁତ୍ରହୀନ ବ୍ୟକ୍ତି ପୁତ୍ରବନ୍ତ ସାଜିଥାଏ । ଯଦି ସମ୍ପୂର୍ଣ୍ଣ ପରିବାର ର ଭାଇ ମାନେ ପୁତ୍ର ହୀନ ଅଟନ୍ତି ତେବେ ଏହି କାର୍ଯ୍ୟ ମିତ୍ର ମାନେ ମଧ୍ୟ କରିପାରିବେ । ଏପରି କରିବା ଦ୍ୱାରା ତାଙ୍କୁ କୋଟି ପୂଣ୍ୟ ର ଫଳ ପ୍ରାପ୍ତ ହୋଇଥାଏ ।

ଯଦି କୌଣସି ବ୍ୟକ୍ତି ଏକ ରୁ ଅଧିକ ପୁତ୍ର ଙ୍କ ପିତା ଅଟନ୍ତି ତେବେ ପରଲୋକ ଗମନ କରିବା ପରେ ତାଙ୍କ ପିଣ୍ଡ ଦାନ ର ବିଧି ବିଧାନ ଜ୍ୟୋଷ୍ଠ ପୁତ୍ର ହିଁ ସମ୍ପନ୍ନ କରିବା ଉଚିତ ହୋଇଥାଏ । ପିତା ଙ୍କ ଦଶାହ କାର୍ଯ୍ୟ ସମ୍ପନ୍ନ କରିବା ସମୟରେ ପୁତ୍ରକୁ ଏକ ସମୟ ରେ ହିଁ ଭୋଜନ କରିବା ଏବଂ ଭୂମିରେ ଶୟନ କରିବା ଉଚିତ ହୋଇଥାଏ । ବ୍ରହ୍ମଚାରୀ ରୂପ ଗ୍ରହଣ କରି ଦଶାହ ବିଧି ବିଧାନ କୁ ସମ୍ପନ୍ନ କରିବା ଉଚିତ । ଏପରି କରିବା ଦ୍ୱାରା ହିଁ ପ୍ରେତ ରୂପୀ ପିତା ଙ୍କ ଆତ୍ମା କୁ ଶାନ୍ତି ମିଳିଥାଏ ।

ପିତା ଙ୍କ ପରଲୋକ ଗମନ କରିବା ର ପ୍ରଥମ ଦିନ ରେ ଯେଉଁ ଅନ୍ନ ରେ ପିଣ୍ଡ ଦାନ କରା ଯାଇଥାଏ, ସେହି ଅନ୍ନ ରେ ୯ ଦିନ ପର୍ଯ୍ୟନ୍ତ ବିଧି ପୂର୍ବକ ପିତା ଙ୍କୁ ପିଣ୍ଡ ଦାନ କରାଯାଇଥାଏ ।ପରଲୋକ ଗମନ କରିବାୁ ର ନବମ ଦିନ ରେ ସେହି ବ୍ୟକ୍ତି ପ୍ରାଣୀ ଙ୍କ ସ୍ବର୍ଗୀୟ କାମନା ନିମନ୍ତେ ସମ୍ପୂର୍ଣ୍ଣ ପରିବାର ଙ୍କୁ ପ୍ରାର୍ଥନା କରିବା ଉଚିତ । ଦଶମ ଦିନ ରେ ବନ୍ଧୁ ବାନ୍ଧବ ଏବଂ କ୍ରିୟା ଧରି ଥିବା ପୁତ୍ର ମୁଣ୍ଡନ ହୋଇଥାନ୍ତି । ଏହା ସହିତ ଦଶ ଦିନ ପର୍ଯ୍ୟନ୍ତ ବିଦ୍ୱାନ ଙ୍କୁ ମିଷ୍ଠ ଅନ୍ନ ଭୋଜନ କରାଇବା ଉଚିତ ।

ଏହା ସହିତ ପ୍ରେତ ରୂପୀ ପିତା ଙ୍କ ନିମନ୍ତେ ପ୍ରାର୍ଥନା କରି ସ୍ନାନ କରି ଘରକୁ ଫେରିବା ଉଚିତ ଏବଂ ଗୋମାତା ଙ୍କୁ ଭୋଜନ କରାଇବା ପରେ ସ୍ୱୟଂ ଭୋଜନ କରିବା ଉଚିତ । ପିତାଙ୍କ ପରଲୋକ ଗମନ କରିବା ପରେ ପୁତ୍ରକୁ ଏହି ସବୁ ବିଧି ବିଧାନର ପାଳନ କରିବା ଉଚିତ । ଏହାଦ୍ବାରା ପ୍ରେତ ରୂପୀ ପିତା ଙ୍କ ଆତ୍ମା କୁ ଶାନ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *