LPG ସିଲିଣ୍ଡର ମୂଲ୍ୟ ଆଜି ₹ ୧୬୦ ରୁ ଅଧିକ ହ୍ରାସ ପାଇଛି, ଜାଣନ୍ତୁ ଓଡିଶାରେ କେତେ କମିଛି

ଆଜି ଏଲପିଜି ସିଲେଣ୍ଡର ଦାମ ଦିଲ୍ଲୀ ରେ ଗୋଟେ ୟୁନିଟ ପାଇଁ ୧୬୨.୫୦ କମିଲା, ତେଲ ମାରକେଟ କମ୍ପାନୀ ଦେଶ ଅଲଗା ଜାଗାରେ ମଧ୍ୟ ଏହି ଭଳି ରେଟ କମେଇବା ପାଇଁ ଜୋର କରି କହିଛନ୍ତି, ଦିଲ୍ଲୀ ଦାମ ଅନୁଯାଇ ୧୪.୨ କେଜି ନନ ସବସିଡି ଏଲପିଜି ଗ୍ୟାସ ସିଲେଣ୍ଡର ଦାମ ୭୪୪ ଠାରୁ କମିଯାଇ ୫୮୧.୫୦ ହୋଇଯାଇଛି ଯାହା ଆଜି ଠାରୁ ଲାଗୁ କରା ଯାଇଛି । ମୁମ୍ବାଇରେ ମଧ୍ୟ ଏଲପିଜି ଦାମ ୫୭୯ ହୋଇଯାଇଛି, ତେବେ ଏହା ଆଗରୁ ୭୧୪ ଟଙ୍କା ପ୍ରତି ୧୪.୨ କେଜି ଥିଲା ।

କୋଲକତା ରେ ମଧ୍ୟ ରୋଷେଇ କରୁଥିବା ଗ୍ୟାସ ଦାମ ୧୯୦ କମି ଯାଇଛି ଏବଂ ବର୍ତମାନ ରେଟ ୫୮୪.୫୦ ହୋଇଯାଇଛି । ଚେନେଇ ରେ ଏଲପିଜିଆଇ ଗ୍ୟାସ ଦାମ କମିଯାଇ ୫୬୯.୫୦ ହୋଇଯାଇଛି, ତେବେ ଓଡିଶାରେ ୭୭୪ରୁ କମି ୫୯୨.୫୦ ହୋଇଛି । ଏଲପିଜି ସିଲେଣ୍ଡର ରେଟ ସବୁ ମାସ ପ୍ରଥମ ଦିନ ରେ କୁହା ଯାଇଥାଏ ଏହାତ ଗତ ବର୍ଷ ଅଗଷ୍ଟ ମାସ ଠାରୁ ଲଗାତାର ବଢିବାକୁ ଲାଗିଥିଲା ।

ଯେବେ ଠାରୁ କରୋନା ଭଳି ଭୟଙ୍କର ସଂକ୍ରମଣ ପାଇଁ ସରକାର ଲକଡାଉନ କରିଛନ୍ତି ୨୫ ମାର୍ଚ ଠାରୁ ଲୋକ ଡଋ ଯାଇ ଏଲପିଜି ଗ୍ୟାସ କିଣିବାରେ ଲାଗିଛନ୍ତି ଏହାର ରିପୋର୍ଟ ଦେଶର ବହୁତ ଜାଗାକୁ ପ୍ରଭାବିତ କରିଛି, ରିଟେଲର କହିବା ଅନୁଯାଇ ଏଲପିଜି ଗ୍ୟାସ ଷ୍ଟକ କମ ନାହିଁ ଲୋକଙ୍କ ଆବଶ୍ୟକତା ଅନୁଯାଇ ଷ୍ଟକ ପର୍ଯ୍ୟାପ୍ତ ଅଟେ, ଦେଶ ରେ ମଧ୍ୟ ଏଲପିଜି ସିଲେଣ୍ଡର ଷ୍ଟକ ଲୋକଙ୍କ ପାଇଁ ଅଛି ।ଭାରତ ସବୁଠାରୁ ଅଧିକ ଫୁଏଲ ବିକ୍ରେତା ଇଣ୍ଡିଆନ ଅଏଲ କୋରପ ଲିମିଟେଡ ରିପୋଟ କରିଛନ୍ତି ଯେ ୨୦% ଏପ୍ରିଲ ମାସରେ ସେଲ ସ୍ପାଇକ ହୋଇଛି ।

ଏଲପିଜି ଦାମ ଭାରତରେ ଦୁଇ କାରଣ ଉପରେ ନିର୍ଭର କରିଥାଏ – ଅନ୍ତରରାଷ୍ଟ୍ରୀୟ ବେଞ୍ଚମାର୍କ ଏଲପିଜି ରେଟ ଏବଂ ଆମେରିକା ଏକ୍ସଚେଞ୍ଜ ୟୁଏସଡଲାର ଏବଂ ଆମ ଦେଶ ଟଙ୍କା ଉପରେ । ରୋଷେଇ କରିବା ଗ୍ୟାସ ଦେଶର ସବୁ ଜାଗାରେ ଦରକାର ଅଟେ, ତେବେ ସବୁ ଲୋକଙ୍କୁ ଗୋଟେ ବର୍ଷ ରେ ୧୨ଟି ସିଲେଣ୍ଡର ୧୪.୨କେଜି ଦିଆ ଯାଇଥାଏ । ଆଶା କରୁଛୁ ଆପଣଙ୍କୁ ଆମ ଦ୍ଵାରା ମିଳୁଥିବା ଖବର ସାହାଯ୍ୟ କରୁଥିବ । ଆଗକୁ ଆମ ସହ ରହିବା ପାଇଁ ଓ ହିଭଳି ଲାଟେଷ୍ଟ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *