ପ୍ରକୃତି ଆମକୁ ଅନେକ ସମୟରେ ଏମିତି କିଛି ସଙ୍କେତ ଦେଇଥାଏ ଯାହା ଦ୍ଵାରା ଭବିଷ୍ୟତରେ କଣ ଘଟିବାକୁ ଯାଉଛି ତାହା ଆମେ ଜାଣିପାରି ଥାଉ । ଯଦି ମଣିଷ ଏହି ସଙ୍କେତ ବୁଝିଯାଏ ତେବେ ଏହା ଭଲ ହୋଇଥାଏ । କିନ୍ତୁ ଯଦି ନ ବୁଝିପାରନ୍ତି ତେବେ ଏହା ଆମ ପାଇଁ ବିପଦ ହୋଇଥାଏ । ଗଛଲତା, ପଶୁପକ୍ଷୀ ବା ଜୀବଜନ୍ତୁ ଦ୍ଵାରା ଆମେ ଆମର ଭବିଷ୍ୟତ ବିସାୟରେ ଜାଣିବାକୁ ପାଇଥାଉ । କିଛି ସଙ୍କେତ ରହସ୍ୟମୟ ହୋଇଥାଏ ଯାହା ବୁଝିବା ପାଇଁ କିଛି ତଥ୍ୟର ଆବଶ୍ୟକତା ରହିଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ବିଶେଷ ପକ୍ଷୀ ଦ୍ଵାରା କେଉଁ ସାମାନ୍ଯ ସଙ୍କେତ ମିଳିଥାଏ ଯାହାକୁ ଆମେ ସହଜରେ ବୁଝି ପାରିଥାଉ ଓ ଏହାର ଅର୍ଥ କଣ ସେହି ବିଷୟରେ କହିବାକୁ ଯାଉଛୁ ।
୧ – କାଉ : କାଉ ଏକ ଏମିତି ପକ୍ଷ ଯାହାକୁ କେହି ପସନ୍ଦ କରନ୍ତି ନାହି । କିନ୍ତୁ କାଉ ଭବିଷ୍ୟତ ବିଷୟରେ ଶୁଭ ବା ଅଶୁଭ ସଂକେତ ଦେଇଥାଏ । ଯଦି ଅନେକ କାଉ ଗୋଟିଏ ଜାଗାରେ ରାବିଥାନ୍ତି ତେବେ ଏହା ଅଶୁଭ ହୋଇଥାଏ । ଯଦି କାଉ ମାଂସ ଟୁକୁଡା ନେବାର ବା ପାଣି ପିଉ ଥିବାର ଦେଖାଯାଏ ତେବେ ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ ।
୨- ପେଚା : ଭାରତ ଛଡା ଅନ୍ୟ ଦେଶରେ ପେଚାର ଶୁଭ ଅଶୁଭ କଥା କୁହାଯାଏ । ଯଦି ଘର ଛାତ ଉପରେ ପେଚା ବସିଥାଏ ତାହା ଅଶୁଭ ହୋଇଥାଏ । ଏହାର ସଂକେତ ହେଉଛି ସେହି ଘରେ ବହୁତ ଜଲ୍ଦି ବିପଦ ଆସିବାକୁ ଯାଉଛି । ପେଚାର ଶବ୍ଦ ଶୁଣିବାକୁ ମିଳିଲେ ଏହା ମୃ-ତ୍ୟୁର ସଂକେତ ଦେଇଥାଏ । ଧଳା ରଙ୍ଗର ପେଚା ଦେଖାଗଲେ ଏହା ଧନ ମିଳିବାର ଶୁଭ ସଂକେତ ଦେଇଥାଏ ।
୩- ମୟୂର : ମୟୂରକୁ ଶୁଭ ଓ ପବିତ୍ର ପକ୍ଷୀ ମାନାଯାଏ । ଯଦି ଆପଣ କୌଣସି କାମରେ ଯିବା ସମୟରେ ମୟୁର ଦେଖନ୍ତି ବା ତାର ଶବ୍ଦ ଶୁଣନ୍ତି ତେବେ ଏହା ଶୁଭ ସଙ୍କେତ ହୋଇଥାଏ ।
୪- ପାରା : ସକାଳ ସମୟରେ ଘରକୁ ପାରା ଆସିଲେ ଏହାକୁ ପ୍ରେମର ପ୍ରତୀକ କୁହାଯାଏ । ଘରେ ସନ୍ଧ୍ୟା ସମୟରେ ପାରା ଗୁମୁରିବା ଶବ୍ଦ ହେଲେ ଏହା ବିପଦ ଓ ଚୋରୀ ହେବାର ସଙ୍କେତ ଦେଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଘରକୁ ପାରା ଆସିବା ଅଶୁଭ ହୋଇଥାଏ ।
୫- ବାଦୁଡି : ବାଦୁଡି ଏମିତି ଏକ ପକ୍ଷୀ ଯାହାକୁ ଦିନରେ ଦୃଶ୍ୟ ହୁଏ ନାହି । ଘରକୁ ବାଦୁଡି ଆସିବା ଅଶୁଭ ମାନାଯାଏ । ଘରକୁ ବାଦୁଡି ଆସିବା ମୃତ୍ୟୁର ସଙ୍କେତ ଦେଇଥାଏ ।
୬- ଚଢେଇ : ଯେଉଁ ଘରେ ଚଢେଇ ବସା କରିଥାଏ ସେହି ଘରେ ହସଖୁଶିର ପରିବେଶ ରହିଥାଏ । ଧନର ଆଗମନ ହୋଇଥାଏ । ଯଦି ଚଢେଇ ନିଜ ଶରୀରକୁ ଫୁଲାଇଥାଏ ତେବେ ଶୁଭ ସମାଚର ଶୁଣିବାକୁ ମିଳିଥାଏ । ଯଦି ଚଢେଇ ବିନା ଡରରେ ଘରକୁ ଆସେ ତେବେ ଏହା ଶୁଭ ହୋଇଥାଏ । ଚଢେଇ ଛାତ ଉପରେ ବସିଲେ ବିଶେଷ କାର୍ଯ୍ୟରେ ସଫଳତା ମିଳିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।