ଏହି ୫ଟି ଗଛ ଘରର ପବନ ଶୁଦ୍ଧ କରିଥାଏ, ନିଶ୍ଵାସ ଜନିତ ସମସ୍ୟା ବା ରୋଗ ଠାରୁ ବଞ୍ଚାଏ

କରୋନା ଭାଇରସ ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ଲୋକ ନିଜ ଘରେ ବନ୍ଦ ଅଛନ୍ତି, ଏମିତି ରେ କିଛି ଲୋକ ଘରେ ବସି ୱର୍କ ଫ୍ରମ ହୋମ କରୁଛନ୍ତି ତେବେ କିଛି ଲୋକ ଏହି ଖାଲି ସମୟରେ ଘରେ ବସି କ୍ରିଏଟିବ କାମ କରିବା ପାଇଁ ଚାହୁଁଛନ୍ତି ଏବଂ କରୁଛନ୍ତି । ଯେମିତିକା ସମୟ ଚାଲିଛି, ନିଶ୍ଵାସ ସମସ୍ଯା ବହୁତ ବଡ ସମସ୍ୟା ଅଟେ ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହା ନିଶ୍ଵାସ ରୋଗରୁ ବଞ୍ଚାଇଥାଏ ।

Image Courtesy: Google

ଏରେକା ପାମ :

ଏରେକା ପାମ ଏମିତି ଗୋଟେ ଗଛ ଯାହା କାର୍ବନ ଡାଇଅକ୍ସାଇଡକୁ ସିଧା ଅକ୍ସିଜନ ରେ ବଦଳିବା କ୍ଷମତା ରଖିଥାଏ, ଏହି ଗଛ ଗୋଟେ ବ୍ୟକ୍ତି କାନ୍ଧ ପର୍ଯ୍ୟନ୍ତ ବଢିଥାଏ, ଏହି ଗଛ ଧ୍ୟାନ ରଖିବା ପାଇଁ ଏହି ଗଛ ପତ୍ର ସବୁଦିନ ସଫା କରିବା ଉଚିତ, ଏହା ଛଡା ପ୍ରତିଦିନ ୩-୪ ମାସରେ ଏହି ଗଛକୁ ସୂର୍ଯ୍ୟ ରେ ରଖିବା ଉଚିତ ଏବଂ ଆବଶ୍ୟକ ହୋଇଥାଏ, ପବନକୁ ଫିଲଟର କରି ସୁଧ କରିବାରେ ସାହାଜ୍ଯ କରିଥାଏ ।

Image Courtesy: Google

ମନି ପ୍ଳାଣ୍ଟ :

ମନି ପ୍ଳାଣ୍ଟ ଗୋଟେ ଲତା ଅଟେ, ଏହାର ଗୋଟେ ପତ୍ର ଆକାର ୭ଠାରୁ ୧୦ସେଣ୍ଟିମିଟର ଲମ୍ବା ହୋଇଥାଏ, ଏହି ଗଛ ସବୁ ଜାଗାରେ ପ୍ରାପ୍ତ ହୋଇଥାନ୍ତି, ଏହି ଗଛ ବିଶେଷତା ଏହା ଯେ ଏହି ଗଛ ବହୁତ କମ ସୁର୍ଜ୍ୟ ଆଲୁଅରେ ମଧ୍ୟ ଜୀବିତ ଥାଏ, ଏହାକୁ ବିନା ମାଟି ରେ କେବଳ ଗୋଟେ ବୋତଲରେ ପାଣି ରଖି ସେଥିରେ ଏହାକୁ ଲଗା ଯାଇ ପାରିବ, ମାଟିରେ ନବଢି ମଧ୍ୟ ଏହି ଗଛ କାର୍ବନ ଡାଇକସାଇଡ ନେଇ ଏହାକୁ ଆକ୍ସିଜନ ରେ ପରିବର୍ତିତ କରିଥାଏ ।

Image Courtesy: Google

ଏଲୋଭେରା :

ଏଲୋଭେରା ରେ ବହୁତ ପ୍ରକାର ଔଷଧୀୟ ଗୁଣ ହୋଇଥାଏ, ଏହି ଗଛ ବଢେଇବା ପାଇଁ ପାଣି ବହୁତ କମ ଦରକାର ଥାଏ, ଏହାର ପତ୍ର ବହୁତ ମୋଟା ଏବଂ ମଜବୁତ ହୋଇଥାଏ । ପତ୍ର ଭିତରେ ଅଲଗା ପ୍ରକାର ରସ ଦେଖିବାକୁ ମିଳିଥାଏ । ଏହାକୁ ଘରେ ଲଗେଇବା ବହୁତ ସହଜ ଅଟେ, ଏବଂ ଏହା ଦ୍ଵାରା ପବନ ସୁଧ ହୋଇଥାଏ ।

Image Courtesy: Google

ମଦର ଇନ ଲା ଟଙ୍ଗ :

ଏହା ଏମିତି ଗୋଟେ ଗଛ ଯାହା କୌଣସି ପରିସ୍ଥିତି ରେ ଫଳ ଏବଂ ଫୁଲ ଦେଇଥାଏ, ଏହା ବହୁତ ମଜବୁତ ହୋଇଥାଏ, ଏହାର ବିଶେଷ କଥା ଏହାଯେ ଏହା ରାତିରେ ଆକ୍ସିଜନ ଦେଇଥାଏ, ଏବଂ ଅନ୍ୟ ଖରାପ ଗ୍ଯାସ ମଧ୍ୟ ଦୂର କରିଥାଏ ।

Image Courtesy: Google

ପାଇନ୍ ପ୍ଳାଣ୍ଟ :

ଘର ପବନ ସୁଧ ବନେଇବା ପାଇନ୍ ଦେବଦାର ଗଛ ବହୁତ ପ୍ରସିଦ୍ଧ ଅଟେ, ଏହି ଗଛ ପତ୍ର ଛୋଟ ଛୋଟ ହୋଇଥାଏ, ଏହାକୁ ବହୁତ ଧ୍ୟାନ ସହ ବଡ କରିବାକୁ ପଡିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *