ମହିଳାମାନଙ୍କୁ ବ୍ରେସ୍ଟ କ୍ୟାନ୍ସର ବିପଦରୁ ରକ୍ଷା କରେ ଅଣ୍ଡା, ଜାଣନ୍ତୁ କେମିତି କରିବେ ସେବନ

ଅଣ୍ଡା ପ୍ରୋଟିନର ସବୁଠୁ ଭଲ ସ୍ରୋତ ଅଟେ । ଏହା ଆମ ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ, କ୍ୟାଲସିୟମ, ଓମେଗା 3 ଫ୍ୟାଟି ଏସିଡ, ଭିଟାମିନ-ବି6, ଫୋଲେଟ୍, ଭିଟାମିନ-ବି ଓ ଅନ୍ୟ ପୋଷାକ ତତ୍ତ୍ଵ ରହିଛି ଯାହା ଶରୀରକୁ ଏନର୍ଜି ପ୍ରଦାନ କରିବା ସହିତ ମାଂସପେଶୀ ଓ ହାଡ଼କୁ ମଜବୁତ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାକୁ କେମିତି ଖାଇବା ଦ୍ଵାରା ମହିଳାମାନଙ୍କ ମଧ୍ୟରେ  ହେବନି ବ୍ରେଷ୍ଟ କ୍ୟାନ୍ସର ।

Image Courtesy: Google

ଅଣ୍ଡା ଖାଇବାର ଲାଭ

ଯଦି ଆପଣ ଆପଣଙ୍କ ଆଖିର ରଶ୍ମିକୁ ବଢେଇବାକୁ ଚାହାନ୍ତି ତ ନିଜ ଖାଦ୍ୟରେ ଅଣ୍ଡାଙ୍କୁ ସାମିଲ କରନ୍ତୁ । ଅଣ୍ଡାରେ ଭରପୁର ମାତ୍ରାରେ ଭିଟାମିନ A ଥିବାରୁ ଏହା ଆଖିର ରଶ୍ମି ବଢେଇବାରେ ସହାୟକ ହୋଇଥାଏ ।

ମହିଳାମାନଙ୍କ ପାଇଁ ଅଣ୍ଡା ସେବନ ବହୁତ ଲାଭଦାୟକ । ପ୍ରତିଦିନ ନାସ୍ତାରେ ଅଣ୍ଡା ସେବନ କଲେ ବେଷ୍ଟ କ୍ୟାନସର ବିପଦ କମ ହୋଇଯାଏ । ଗର୍ଭବତୀ ମହିଳା ନିଜ ଡାଇଟରେ ଏହାକୁ ସାମିଲ କରିବା ଉଚିତ । ଅଣ୍ଡା ମା ଓ ପେଟରେ ବଢୁଥିବା ପିଲା ଉଭୟଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

Image Courtesy: Google

ଯଦି ପ୍ରତିଦିନ ନାସ୍ତାରେ ଅଣ୍ଡା ସେବନ କରନ୍ତି ତ ପେଟ କିଛି ଡେରି ଯାଏ ଭରି ରହିଥାଏ । ଯାହା ଦ୍ଵାରା ଆପଣ ଓଭରଇଟିଂ କରିବା ରୁ ରକ୍ଷା ପାଇ ପାରିବେ । ଏହା ଦ୍ବାରା ଆପଣଙ୍କ ଓଜନ ମଧ୍ୟ କଣ୍ଟ୍ରୋଲ ରେ ରହିବ । ଏଥିରେ ଭରପୁର ମାତ୍ରାରେ ସେଲେନିୟମ ଥାୟରାଇଡ ହର୍ମୋନ ରହିଥାଏ । ପ୍ରତିଦିନ ଅଣ୍ଡା ସେବନ କଲେ ଶରୀରର ଇମ୍ୟୁନୀଟି ପାୱାର ବଢିଯାଏ । ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ, ଅଣ୍ଡା ସେବନ ଦ୍ଵାରା ଶରୀର ବହୁତ ପ୍ରକାର ରୋଗ ଦ୍ଵାରା ଲଢିବା ପାଇଁ ଶକ୍ତି ମିଳିଥାଏ ।

Image Courtesy: Google

ମହିଳାଙ୍କ ପାଇଁ ଅଣ୍ଡା ବହୁତ ଆବଶ୍ୟକ ପୋଷ୍ଟିକ ଖାଦ୍ୟ ଅଟେ, ଏହା ଦ୍ଵାରା ତାଙ୍କ ଶରୀରରେ ବହୁତ ପ୍ରକାର ଶକ୍ତି ପ୍ରାପ୍ତ ହୋଇଥାଏ । ଅଣ୍ଡା ଏମିତି ଗୋଟେ ଖାଦ୍ୟ ଅଟେ ଯାହା କୌଣସି ପ୍ରକାର ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ବିଶେଷ କରି ମହିଳାଙ୍କ ବୟସ ୩୦ ହେଲା ପରେ ଶାରୀରିକ ପରିବର୍ତନ ହୋଇଥାଏ ଏହା ଦୁର୍ବଳ ହବାକୁ ଲାଗିଥାଏ ସେହି ସମୟରେ ଅଣ୍ଡା ସେବନ ଅତି ଆବଶ୍ୟକ ଅଟେ ।

Image Courtesy: Google

ତେବେ କୌଣସି ଜିନିଷ ଅଧିକ ସେବନ କରିବା ଉଚିତ ନୁହ, ସେଥିପାଇଁ ପ୍ରତିଦିନ କେବଳ ଗୋଟେ ଅଣ୍ଡା ସେବନ କରନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲ;ଆଭକାରୀ ଅଟେ । ଅଣ୍ଡା ସମସ୍ତଙ୍କ ପାଇଁ ଲାଭକାରୀ ଏହା ଆମେ ଆପଣଙ୍କୁ କହିଅଛୁ, ତେବେ ଅଣ୍ଡାରେ କଣ ପୋଷ୍ଟିକ ଥାଏ ତାହା ମଧ୍ୟ ଆମେ ଆପଣଙ୍କୁ ଆଜି କହିଲୁ, ତେବେ ଆଜି ଠାରୁ ଅଣ୍ଡା ସେବନ କରିବା ଆରମ୍ଭ କରନ୍ତୁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *