ଘର ଏହି କଣ ରେ ଚୁପଚାପ୍ ଆଣି ଲଟକେଇ ଦିଅନ୍ତୁ ଘୋଡା ନାଲ, ଦରିଦ୍ରତା ଘର ଛାଡି ପଳେଇବ

ମଣିଷ ଯଦି କେତେକ ବର୍ଷ ଦରିଦ୍ର ରୁହେ ତେବେ ତାଙ୍କୁ ଦରିଦ୍ରତା ରେ ରହିବା ଆସି ଯାଏ ଓ ସେ ନିଜ ଦରିଦ୍ରତା ସହ ଖାପ ଖାଇ ଚଳିବା ଶିଖି ଜାଆନ୍ତି, କିନ୍ତୁ ଗୋଟେ ମଧ୍ୟମ ବର୍ଗ ମଣିଷ ବା ଉଚ୍ଚ ବର୍ଗ ଲୋକ ହଟାତ ଦରିଦ୍ରତାର ଶିକାର ହୋଇଥାଏ ତାଙ୍କୁ ଦରିଦ୍ରତା ବହୁତ କଷ୍ଟ ଦେଇଥାଏ । ଭଲ ଭାଗ୍ୟ ଦ୍ଵାରା ଯଦି କୌଣସି ଦରିଦ୍ର ଧନୀ ହୋଇଥାଏ, ତେବେ ସେହି ଭାଗ୍ୟ ଦ୍ଵାରା ମଧ୍ୟ ଗୋଟେ ଧନୀ ଦରିଦ୍ର ହୋଇ ଯାଏ ।

କେତେକ ଥର ଆପଣ ଏହା ମଧ୍ୟ ଦେଖି ଥିବେ ଯେ କୌଣସି ଦୁର୍ଘଟଣା ପାଇଁ ଧନୀ ଲୋକ ବି ଉଧାରୀ ରେ ବୁଡି ଯାଏ ଓ ସେ ବହୁତ ଦରିଦ୍ର ହୋଇଯାଏ ।

ଘୋଡା ନାଲର ଏହି ଉପାୟ, କେବେ ବି ଲକର ଖାଲି ହବାକୁ ଦବ ନାହିଁ :

ଏହି ଉପାୟ ପାଇଁ ଆମକୁ ଘୋଡା ନାଲ ଦରକାର ଅଟେ, ଘୋଡା ନାଲ ଆପଣଙ୍କୁ ପୂଜା ଦୋକାନ ରେ ବା ଘୋଡା ଜିନିଷ ବିକୁଥିବା ଦୋକାନ ରେ ସହଜ ରେ ପ୍ରାପ୍ତ ହୋଇଯିବ । ଆପଣ ଚାହିଁଲେ ଏହାକୁ ଲୋହାର ଦ୍ଵାରା ବନେଇ ପାରିବେ, ଆପଣ ଯେଉଁ ଦିନ ଚାହିଁଲେ ଏହାକୁ କରି ପାରିବେ କିନ୍ତୁ ଯଦି ଆପଣ ଏହି ଉପାୟ ଶୁକ୍ରବାର ବା ରବିବାର ଦିନ କରନ୍ତି ତେବେ ଏହାର ପ୍ରଭାବ ଅଧିକ ପଡିଥାଏ ।

ତେବେ ଆସନ୍ତୁ ଆପଣଙ୍କୁ ଏହି ଉପାୟ ବିଧି କହିଦଉଛୁ, ସର୍ବ ପ୍ରଥମେ ସୂର୍ଯ୍ୟ ଉଦୟ ହବା ଆଗରୁ ସ୍ନାନ କରି ନିଅନ୍ତୁ, ଆପଣ ଯେଉଁ ପାଣିରେ ଗାଧେଇବେ ସେଥିରେ ଗଙ୍ଗା ଜଳ କିଛି ବୁନ୍ଦା ପକେଇ ନିଅନ୍ତୁ । ଏହା ପରେ ଘୋଡା ନାଲ ନିଅନ୍ତୁ ଓ ଏହାକୁ ମଧ୍ୟ ଗଙ୍ଗା ଜଳ ପାଣିରେ ବୁଡାଇ ପବିତ୍ର କରି ନିଅନ୍ତୁ । ଏହା ପରେ ସୂର୍ଯ୍ୟ ଉଦୟ ହେଲା ପରେ ଯେଉଁ ଜାଗାରେ ସିଧା ସୂର୍ଯ୍ୟ କିରଣ ପଡୁଛି ସେହି ଜାଗାରେ ଠିଆ ହୁଅନ୍ତୁ ଓ ନାଲ ସୂର୍ଯ୍ୟ ସାମ୍ନା ରେ ରଖନ୍ତୁ ।

ଯେଉଁ ପର୍ଯ୍ୟନ୍ତ ଘୋଡା ନାଲ ସୁଖୀ ଯାଉ ନାହିଁ ସେଇ ପର୍ଯ୍ୟନ୍ତ ଖରା ରେ ଠିଆ ରୁହନ୍ତୁ, ଏହି ପ୍ରକ୍ରିୟାର ସମୟରେ ଆପଣଙ୍କ ଆଖି ବନ୍ଦ ରହିବା ଉଚିତ ଓ ଏହି ପ୍ରକ୍ରିୟା ଦ୍ଵାରା ଘୋଡା ନାଲ ରେ ସକାରାତ୍ମକ ଊର୍ଜା ଭରି ଯାଇଥାଏ । ନାଲ ସୁଖୀ ଗଲା ପରେ ଏହାକୁ ମାଁ ଲକ୍ଷ୍ମୀଙ୍କ ସାମ୍ନା ରେ ରଖି ଦିଅନ୍ତୁ ଓ ଏହାକୁ ଚାଉଳ ଓ କୁକୁମ ଲଗେଇ ପୂଜା କରନ୍ତୁ । ଏହା ପରେ ଆରତୀ କରନ୍ତୁ ଓ ମନେ ରଖନ୍ତୁ ଆଗ ଆରତୀ ମାଁ ଲକ୍ଷ୍ମୀଙ୍କୁ ଦିଅନ୍ତୁ ଏହା ପରେ ନାଲ ଆରତୀ କରନ୍ତୁ । ଏଥର ଏହି ନାଲରେ କଳା ସୂତା ବା ରାସୀ ବାନ୍ଧନ୍ତୁ ଓ ଏହାକୁ ଘର ପୂର୍ବ ବା ଉତ୍ତର ଦିଶା ରେ ଲଟକେଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *