ଜାଣନ୍ତୁ କଣ ପାଇଁ ରାଜା ଦଶରଥଙ୍କ ମୃତ୍ୟୁ ରେ ବି କାନ୍ଦିଲେ ନାହିଁ ଊର୍ମିଳା, କାରଣ ଜାଣି ଆପଣ ମଧ୍ୟ ଚକିତ ରହିଯିବେ !

ଆମେ ସମସ୍ତେ ଯେବେ ବି ରାମାୟଣ ବିଷୟରେ କଥା ହେଉ ଆମ ମନ ରେ ପ୍ରଥମ ଧ୍ୟାନ ଶ୍ରୀ ରାମଙ୍କର ଆସିଥାଏ କାହିଁକିନା ରାମାୟଣ ରାମଙ୍କ ଜୀବନି ବୋଲି କୁହା ଯାଏ । ଏହାଛଡା ମାତା ସୀତା ଓ ଭାଇ ଲକ୍ଷ୍ମଣକୁ ମଧ୍ୟ ବିଶେଷ କୁହା ଯାଇଛି, ଏହା ଛଡା ହନୁମାନ ଠାକୁରଙ୍କ ରାମ ଭଗବାନ ପ୍ରତି ଭକ୍ତି ଭାବ ବିଷୟରେ ମଧ୍ୟ ବହୁତ କିଛି କୁହା ଯାଇଛି । ତେବେ ରାବଣ କଥା ସମସ୍ତେ ଜାଣିଛନ୍ତି ଯେ ସେ କେଉଁ ପ୍ରକାର ଚରିତ୍ର ର ଥିଲା ।

ଏହି ରାମାୟଣ କାହାଣୀ ରେ ସବୁ ଠାରୁ ଅଧିକ ଲକ୍ଷ୍ମଣ ସ୍ତ୍ରୀ ଊର୍ମିଳାଙ୍କୁ ଉପେକ୍ଷା କରାଯାଇଛି ।

ଏହା ଆପଣ ସମସ୍ତେ ଜାଣିଛନ୍ତି ଯେ ରାମାୟଣ ରାମ ଓ ସିତାଙ୍କ କାହାଣୀ ଅଟେ ଓ ତାଙ୍କ ବନବାସ ଉପରେ ଏହା ଲେଖା ହୋଇଛି ତେବେ ରାମ ସୀତା ସହ ଲକ୍ଷ୍ମଣ ମଧ୍ୟ ତାଙ୍କ ସହ ବନବାସ ଯିବା ପାଇଁ ଭାଇ ରାମଙ୍କୁ ମନେଇନେଲେ କିନ୍ତୁ ଯେତେବେଳେ ଊର୍ମିଳା ନିଜ ସ୍ଵାମୀ ସହ ବନବାସ ଯିବା ପାଇଁ କହିଲେ ସେତେବେଳେ ସ୍ଵାମୀ ଲକ୍ଷ୍ମଣ ତାଙ୍କୁ ଏହା କହି ଅଟକେଇ ଦେଲେ ଯେ ମୋ ପରେ ମାଁ ଓ ବାପାଙ୍କ ଡାଇତ୍ଵ ତମକୁ ଲାଗିଲା ।

ସ୍ତ୍ରୀ ଉପରେ ଏତେ ବଡ ଡାଇତ୍ଵ ଦେଇ ଲକ୍ଷ୍ମଣ ବନକୁ ଚାଲି ଗଲେ, ରାମଙ୍କ ଅନୁପସ୍ଥିତି ରେ ଖରାପ ସମୟରେ ମଧ୍ୟ ଊର୍ମିଳା କେବେ କାନ୍ଦି ନଥିଲେ କାହିଁକିନା ଲକ୍ଷ୍ମଣ ଊର୍ମିଳା ଠାରୁ ବଚନ ନେଇଥିଲେ ଯେ ମୋ ଅନୁପସ୍ଥିତି ରେ ତମେ କାଁଡିବା ନାହିଁ ତାଙ୍କ ଅନୁଯାଇ ଯଦି ଊର୍ମିଳା ଦୁଃଖ ରେ ବୁଡି ରହିବେ ତେବେ ସମସ୍ତଙ୍କୁ କିଏ ସମ୍ଭାଳିବ ସେଥିପାଇଁ ଲକ୍ଷ୍ମଣ ଊର୍ମିଳାଙ୍କୁ ଏହି ବଚନ ଦେଇ ବନ ପଳେଇଲେ ।

ନିଜ ସ୍ଵାମୀକୁ ୧୪ବର୍ଷ ପାଇଁ ବନ ଯିବା ବେଳେ ବହୁତ କଷ୍ଟରେ ଊର୍ମିଳା ନିଜ ଲୁହ ବାହାରିବାରୁ ଅଟକେଇଲେ ଓ ଏହା ପରେ ସେ ଏତେ କଠୋର ହୋଇ ଗଲେ ଯେ ସେ ସମସ୍ତଙ୍କୁ ସମ୍ଭାଳିଲେ କିନ୍ତୁ ନିଜେ କେବେ ଭାଙ୍ଗି ଯାଇ କାଣ୍ଡିଳେ ନାହିଁ । ଏତେ ସବୁ ପରେ ନିଜ ପିତା ସମାନ ଶାସୁରଙ୍କ ମୃତ୍ୟୁ ରେ ମଧ୍ୟ ଊର୍ମିଳା ନିଜ ସ୍ଵାମିକୁ ଦେଇଥିବା ବଚନ ସମାନ ରେ କାନ୍ଦିଲେ ନାହିଁ । ତେବେ ବନବାସ ସମୟ ରେ ଊର୍ମିଳା ପାଇଁ ମଧ୍ୟ ବହୁତ କଷ୍ଟକର ସମୟ ଥିଲା ଓ ତାହା ପରେ ମଧ୍ୟ ବଚନ ପାଇଁ ସେ କେବେ କାନ୍ଦି ପାଇଲେ ନାହିଁ ଏହା ବହୁତ ବଡ ତ୍ୟାଗ ଅଟେ ।

Leave a Reply

Your email address will not be published. Required fields are marked *