ଘରେ ଯେଉଁ ସବୁ ବସ୍ତୁ ରହିଛି ତାହାର ବିଶେଷ ମହତ୍ଵ ରହିଛି । କିଛି ଜିନିଷର ସାକାରାତ୍ମକ ଊର୍ଜା ରହିଥାଏ ତ ଆଉ କିଛି ଜିନିଷର ନାକାରାତ୍ମକ ଊର୍ଜା ଆମ ଘର ଉପରେ ପଡିଥାଏ । ଘରେ ଏମିତି କିଛି ବସ୍ତୁ ରହିଛି ଯାହାର କୌଣସି ଅର୍ଥ ନ ଥାଏ କି ଆମ ଜୀବନ ଉପରେ ଏହାର କୌଣସି ପ୍ରଭାବ ପଡେ ନାହି । ଘରେ ପଡି ପଡି ଏହି ବସ୍ତୁ ଗୁଡିକ ଆମ ଜୀବନ ଉପରେ ଅଶୁଭ ପ୍ରଭାବ ପକାଇଥାଏ । ଏହାର କାରଣ ହେଉଛି ସୃଷ୍ଟିରେ ଥିବା ସମସ୍ତ ସଜୀବ ଓ ନିର୍ଜୀବ ବସ୍ତୁର ଭିନ୍ନ ଊର୍ଜା ରହିଛି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ବସ୍ତୁ ବିଷୟରେ କହିବାକୁ ଯାଉଛୁ ଯାହାର ଆମ ଜୀବନ ଉପରେ ଭଲ ପ୍ରଭାବ ରହିବା ସହ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
୧- ଭଗବାନ କୃଷ୍ଣଙ୍କ ମତରେ ଏମିତି କିଛି ବସ୍ତୁ ରହିଛି ଯାହା ଘରେ ରହିବା ଦ୍ଵାରା ଜୀବନରେ ସୁଖ ଶାନ୍ତି ରହିଥାଏ । ପ୍ରଥମ ଜିନିଷ ହେଉଛି ତୁଳସୀ ଗଛ । ଘରେ ତୁଳସୀ ଗଛ ରହିବା ଦ୍ଵାରା ଘରେ ଶାନ୍ତିର ବାତାବରଣ ରହିଥାଏ । ଏହା ସହ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର କୃପା ଲାଭ ହୋଇଥାଏ । ଘରର ପୂର୍ବ ଦିଗରେ ତୁଳସୀ ଗଛ ରହିବା ଉଚିତ ।

୨- ଘରେ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ ଫୋଟୋ ଲଗାଇବା ଉଚିତ । ଏହା ସହ ମା ଲକ୍ଷ୍ମୀଙ୍କ ଫୋଟୋ ରେ ପଦ୍ମା ଫୁଲ ସହ ଟଙ୍କା ବର୍ଷା କରୁଥିବାର ହୋଇଥିବା ଆବଶ୍ୟକ । ଏହା ସହ ଧନର ଦେବତା କୁବେରଙ୍କ ଫୋଟୋ ଘରେ ରହିଲେ ଧାନର ଅଭାବ ରହିବ ନାହି । ଏପରି କରିବା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।
୩- ଘର ଉତ୍ତର ଦିଗରେ ପିରାମିଡ, କଇଁଛ ଫୋଟୋ ବା ମାଛ ଥିବା ଫୋଟୋ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ରହିଥାଏ । ଏହା ସହ ଘରେ ଥିବା ଅଶୁଭ ଶକ୍ତିର ପ୍ରଭାବ କମିଯାଏ ।

୪- ଲୁଣ ଓ ସୋରିଷ ଘରେ ରହିଲେ ଘରେ ଥିବା ଶୁଭ ଶକ୍ତିର ନାସ ହୋଇଥାଏ । କେବେ ବି ଘରେ ଲୁଣ ଓ ସୋରିଷ ଶେଷ କରିବେ ନାହି । ଏହା ବ୍ଯତୀତ ଘରର ମୁଖ୍ୟ ଦ୍ଵାରାରେ ଲୁଣ ଓ ସୋରିଷ ମିଶାଇ ଏକ ନାଲି ରଙ୍ଗର କପଡାରେ ଟଙ୍ଗାଇ ଦିଅନ୍ତୁ । ଏହା ଦ୍ଵାରା ଘରୁ ନାକାରାତ୍ମକ ଶକ୍ତିର ଅନ୍ତ ହୋଇଥାଏ ।
୫- ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଉତ୍ତର ଦିଶାରେ ପାଣିରେ ଭରା ମାଠିଆ ରଖିବା ଉଚିତ । ପାଣିରେ ଭରା ମାଠିଆ ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ । ଘରର ମୁଖ୍ୟ ଦ୍ଵାରାରେ ଘୋଡାନାଲ ଲଗାଇବା ଦ୍ଵାରା ଅଶୁଭ ଶକ୍ତିର ଅନ୍ତ ହୋଇଥାଏ ।

୬- ଘର ପୂର୍ବ ଦିଶାରେ ମୟୂର ପର ରଖିବା ଶୁଭ ହୋଇଥାଏ । ଘରେ ମୟୁର ପର ଲଗାଇବା ଦ୍ଵାରା ବାସ୍ତୁ ସମସ୍ଯା ଦୂର ହେବା ସହ ଧନ ସମସ୍ଯା ମଧ୍ୟ ଦୂର ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।
