ବାସ ଥରେ ଏହି କାହାଣୀ ପଢି ନିଅନ୍ତୁ, ଜୀବନରେ କ୍ରୋଧ କରିବା ଭୁଲିଯିବେ- Motivational Story

ବନ୍ଧୁଗଣ ଜାପାନର ଓସାକା ସହର ନିକଟସ୍ଥ କୌଣସି ଏକ ଗାଁ ରେ ଜେନି ମାଷ୍ଟର ରହୁଥିଲେ । ତାଙ୍କର ପ୍ରସିଦ୍ଧି ପୁରା ଦେଶରେ ବ୍ୟାପୀଥିଲା । ଲୋକ ଏମାନେ ଦୂର ଦୂରରୁ ତାଙ୍କୁ ଦେଖା କରିବା ପାଇଁ ଆସିବା ସହ ସମସ୍ୟାର ସମାଧାନ କରିବାର ନିବାରଣ ବିଷୟରେ ଜାଣି ପାରୁଥିଲେ । ଗୋଟିଏ ଦିନର କଥା ହେଉଛି ଜୈନ ମାଷ୍ଟର ନିଜ ଶିଷ୍ୟଙ୍କ ସହ ସକଳ ସମୟରେ ଭ୍ରମଣରେ ବାହାରିଥିଲେ । କିନ୍ତୁ ଯିବା ସମୟରେ ମାଷ୍ଟରଙ୍କ ପାଖକୁ ଏକ ଅଜଣା ବ୍ୟକ୍ତି ଆସି ତାଙ୍କୁ ଖରାପ ଭାଷାରେ କହିବାକୁ ଲାଗିଲେ ।

କିନ୍ତୁ ଜୈନ ମାଷ୍ଟର ବ୍ୟକ୍ତିଙ୍କ କଥା ନ ଶୁଣି ଆଗକୁ ଯିବାରେ ଲାଗିଲେ । ଏହା ଦେଖି ଅଜଣା ବ୍ୟକ୍ତି ଜଣକ ଆହୁରି ଅଧିକ ରାଗିବାକୁ ଲାଗିଲା । ସେହି ଅଜଣା ବ୍ୟକ୍ତି ଜଣକ ମାଷ୍ଟରଙ୍କ ପୂର୍ବଜଙ୍କୁ ମଧ୍ୟ ଅ-ପ-ମା-ନି-ତ କରିବାକୁ ଲାଗିଲା । ଏତେ ସବୁ ହେବା ପରେ ମଧ୍ୟ ମାଷ୍ଟର ହସି ହସି ଆଗକୁ ବଢିବାରେ ଲାଗିଲେ ।

ମାଷ୍ଟର ଜୈନଙ୍କ ଉପରେ କଥାର କୌଣସି ଫରକ ନ ପଡିବା ଦେଖି ଅଜଣା ବ୍ୟକ୍ତି ଜଣକ ସେଠାରୁ ଚାଲିଗଲା । ଏହା ପରେ ମାଷ୍ଟରଙ୍କ ଶିଷ୍ୟ ପ୍ରଶ୍ନ କରିଲେ ଯେ ମାଷ୍ଟର ଆପଣ କଣ ପାଇଁ ସେ ଦୁଷ୍ଟର କଥାର ଉତ୍ତର ଦେଲେ ନାହି ?

ଏହା ବ୍ୟତିତ ଶିଷ୍ୟ କହିଲେ ଯେ ଆପଣ କେବଳ ହସୁଥିଲେ ସେହିଁ ବ୍ୟକ୍ତିର କଥା ଶୁଣିବା ପରେ । କଣ ଆପଣଙ୍କ ଉପରେ ସେହି ବ୍ୟକ୍ତିର କଥାର କୌଣସି ଫରକ ପଡିଲା ନାହି ? ଶିଷ୍ୟର ପ୍ରଶ୍ନ ଶୁଣିବା ପରେ ମଧ୍ୟ ମାଷ୍ଟର ଜୈନ କିଛି ଉତ୍ତର ନ କହି ନିଜ କକ୍ଷକୁ ଆସିଲେ ।

ଏହା ପରେ ସେ ତାଙ୍କ ଶିଷ୍ୟକୁ କକ୍ଷ ବାହାରେ ଠିଆ କରି ଦେଇ ନିଜେ ଭିତରକୁ ଚାଲିଗଲେ । କିଛି କ୍ଷଣ ପରେ ମାଷ୍ଟର ଜୈନ ମଇଳା କପଡା ଆଣି ନିଜ ଶିଷ୍ୟକୁ ପିନ୍ଧିବାକୁ କହିଲେ । କପଡାରୁ ଏତେ ଦୁର୍ଗନ୍ଧ ଆସୁଥିଲା କି ଶିଷ୍ୟ କପଡା ହାତରେ ନେବା କ୍ଷଣି ଦୂରକୁ ଫୋପାଡି ଦେଲା ।

ଏହା ପରେ ମାଷ୍ଟର ଜୈନ କହିଲେ ଯେ ତୁମେ ଯେପରି ଏହି ମଇଳା କପଡାକୁ ଗ୍ରହଣ କରି ପାରିଲା ନାହି ଠିକ ସେହିପରି ମୁଁ ସେହି ବ୍ୟକ୍ତିର ଅପଶବ୍ଦକୁ ଗ୍ରହଣ କରି ପାରିଲି ନାହି । ଯଦି କେହି ଆପଣଙ୍କୁ ରାଗରେ କିଛି କହୁଛି ଓ ପ୍ରତି ଉତ୍ତରରେ ଆପଣ ଏହାର ଜବାବ ଦେଉଛନ୍ତି ତେବେ ଆପଣ ସେହି ବ୍ୟକ୍ତିର ଶବ୍ଦକୁ ଗ୍ରହଣ କରୁଛନ୍ତି ବୋଲି ମାନାଯାଏ ।

ଏହି ଘଟଣାରୁ ସ୍ପଷ୍ଟ ହେଲା ଯେ ଜୈନ ମାଷ୍ଟର ନିଜ ଉପରେ କାବୁ ରଖି ନିଜ ବିଚାର ଉପରେ ନିୟନ୍ତ୍ରଣ କରିଲେ । ତେଣୁ ଅନ୍ୟ କାହାର ଅ-ପ-ଶ-ବ୍ଦ ରେ ଆମକୁ ବିଚଳିତ ହେବା ଉଚିତ ନୁହେଁ ବୋଲି ଏହି କାହାଣୀ ରୁ ଜଣା ପଡିଲା ।

ପ୍ରତେକ ବ୍ୟକ୍ତିର ମନ ଓ ତନ ଉପରେ ନିଜର ହିଁ ନିୟନ୍ତ୍ରଣ ରହିବା ଉଚିତ ବୋଲି ଏହି କାହାଣୀ ରୁ ଶିକ୍ଷା ଲାଭ ହେଲା । ତେଣୁ ବ୍ୟକ୍ତି ନିଜର କ୍ରୋଧ ଉପରେ ସର୍ବଦା କାବୁ କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *