ପୁରା ଦୁନିଆ ରେ ୭,୮୬, ୬୧୭୦୦ ଠାରୁ ଅଧିକ ଲୋକଙ୍କୁ କରୋନା ସଂକ୍ରମଣ ହୋଇ ଯାଇଛି, ଭାରତରେ ମଧ୍ୟ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ବଢି ଯାଇ ୧୨୫୧ ହୋଇଯାଇଛି, ଏହି ଭୟଙ୍କର ଭାଇରସ ଡରରେ ସବୁ ସ୍କୁଲ କଲେଜ, ଅଫିସ ବନ୍ଦ କରା ଯାଇଛି । ସରକାର ଏହି ସମୟରେ ଲୋକଙ୍କୁ ଲକଡାଉନ ହୋଇ ନିଜ ନିଜ ଘରେ ରହିବା ପାଇଁ ଅନୁରୋଧ କରୁଛନ୍ତି । ଘରେ ବନ୍ଦ ରହିବା କାରଣ ପାଇଁ କେତେ ଲୋକଙ୍କୁ ମାନସିକ ଚିନ୍ତା ହୋଇ ଯାଇଛି ।
ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଫଳରେ ଆପଣ ଏହି ମାନସିକ ଚିନ୍ତା ଠାରୁ ଆରାମ ପାଇ ପାରିବେ ।
ମ୍ୟୁଜିକ, ରିଡିଙ୍ଗ, ପେଣ୍ଟିଙ୍ଗ :
ଯଦି ଆପଣଙ୍କୁ ଏକା ରହିବାରେ ଚିନ୍ତା ହଉଛି ବା ମାନସିକ ଚିନ୍ତା ଆପଣଙ୍କୁ ହଇରାଣ କରୁଛି ତେବେ କିଚିୟ ଭଲ ପଢିବା ଆରମ୍ଭ କରନ୍ତୁ । ଆପଣ ନିଜ ଇଛା ଅନୁଯାଇ ଚିତ୍ର ମଧ୍ୟ କରି ପାରନ୍ତି ବା ମ୍ୟୁଜିକ ମଧ୍ୟ ଶୁଣି ପାରନ୍ତି ଏହା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ଓ ଆରାମ ପ୍ରାପ୍ତ ହବ ।
ସକାଳେ ବୁଲିବାକୁ ଯାନ୍ତୁ :
ସକାଳେ ମର୍ନିଙ୍ଗ ୱକ ଆରମ୍ଭ କରି ଦିଅନ୍ତୁ, ତାଜା ପବନ ରେ ନିଶ୍ଵାସ ନେଲେ ଆପଣଙ୍କୁ ବହୁତ ଭଲ ଅନୁଭବ ହବ ଆପଣଙ୍କ ମାନସିକ ଚିନ୍ତା ଦୂର ହବ ।
ସାଙ୍ଗମାନଙ୍କ ସହ କଥା ହୁଅନ୍ତୁ :
ଯଦି ଆପଣଙ୍କୁ ସାଙ୍ଗମାନଙ୍କ କଥା ବହୁତ ମାନେ ପଡୁଛି ଓ ଆପଣ ନିଜ ସାଙ୍ଗମାନଙ୍କ ବିନା ବହୁତ ଏକୁଟିଆ ମାନେ କରୁଛନ୍ତି ତେବେ ଭିଡିଓ କଂଫରେନ୍ସ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ଭଲ ଉପାୟ ଅଟେ ।
ଏକ୍ସରସାଇଜ କରନ୍ତୁ :
ଏକସରସାଇଜ କଲେ ଆପଣଙ୍କ ସ୍ୱାସ୍ଥ୍ୟ ସହ ଆପଣଙ୍କ ଚିନ୍ତା ମଧ୍ୟ ଦୂର ହୋଇଥାଏ, ଏକ୍ସରସାଇଜ କରିବା ଦ୍ଵାରା ଆମ ଶରୀରରୁ ହେପି ହର୍ମୋନ ରିଲିଜ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ଓ ଶରୀରକୁ ଆରାମ ମିଳିଥାଏ ।