ଚୀନର ବଦନାମ ସହର ବୁହାନ ରେ ଆଉ ଥରେ ଖୋଲିଲା ମାଂସ ବଜାର – ପୁଣି ବିକ୍ରି ହେଲା ବାଦୁଡି ମାଂସ

ଲାଗୁଛି ଚୀନ ନିଜ ଅସଭ୍ୟ କାମ ବନ୍ଦ କରିବ ନାହିଁ, ଦୁନିଆ ସାରା କରୋନା ଭଳି ଭୟଙ୍କର ଭାଇରସ ବ୍ୟାପ୍ତ କଲା ପରେ ଓ ହଜାର ହଜାର ଲୋକଙ୍କୁ ମୃତ୍ୟୁ ଦେଲା ପରେ ଓ ଲଖେ ଲଖେ ଲୋକଙ୍କୁ ସଂକ୍ରମିତ କଲା ପରେ ମଧ୍ୟ ଚୀନ ନିଜ ଅଭ୍ୟାସ ପରିବର୍ତ୍ତନ କରୁ ନାହିଁ, ଚୀନ ଶହର ଯେଉଁ ବୁହାନରୁ କରୋନା ଭାଇରସ ଆରମ୍ଭ ହୋଇଥିଲା ସେଠି ଆଉଥରେ ବାଦୁଡି ମାଂସ ବିକ୍ରି ହବା ଆରମ୍ଭ ହୋଇଯାଇଛି ।

କେବଳ ବାଦୁଡି ନୁହ ୧୨୦ ପ୍ରକାର ଜଙ୍ଗଲି ଜୀବମାନଙ୍କ ତାଜା ମାଂସ ବିକ୍ରି ହବା ଆରମ୍ଭ ହୋଇଯାଇଛି, ବଜାରରେ କୁକୁର, ବିଲେଇ ଓ ବାଦୁଡି ମାଂସ ସହ କେତେ ପ୍ରକାର ଜୀବ ମାଂସ ବିକ୍ରି ହଉଛି ।

କୁହା ଯାଉଛି ଯେ ଏମିତି ମାଂସ ମାର୍କେଟରୁ ତିନି ମାସ ଆଗେ କରୋନା ଭାଇରସ ବ୍ୟାପୀ ଥିଲା, ଏହି ଭାଇରସ ବାଦୁଡି ମାଂସ ଦ୍ଵାରା ମଣିଷ ଶରୀରକୁ ବ୍ୟାପୀଥିଲା । ଏପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ପୁରା ଦୁନିଆ ରେ ୩୭,୮୨୦ ଲୋକଙ୍କ ମୃତ୍ୟୁ ହୋଇଛି, ଏହା ଦ୍ଵାରା ପୁରା ୟୁରୋପ ସହ ପୁରା ଆମେରିକା ମଧ୍ୟ ପୀଡିତ ହୋଇଛି ।

ବଡ ମାତ୍ରାରେ ବିକ୍ରି ହଉଛି ବାଦୁଡି :

ଚୀନ ବାଜାରରେ ଆଉଥରେ ବାଦୁଡି ମାଂସ ବିକ୍ରି ହବା ଆରମ୍ଭ ହୋଇଛି, ଏହା ଛଡା କୁକୁର, ବିଲେଇ, ବିଛା ଓ ଅନ୍ୟ ଜୀବଜନ୍ତୁ ତାଜା ମାଂସ ବିକ୍ରି ଆରମ୍ଭ ହୋଇଯାଇଛି । ଚୀନ ସରକାର ଲୋକଙ୍କୁ ବାଜାରରେ ଆସି କିଣା କିଣି କରିବା ପାଇଁ ପ୍ରୋତସାହିତ କରୁଛନ୍ତି ଯାହା ଫଳରେ ତାଙ୍କ ଅର୍ଥବ୍ୟବସ୍ଥା ସାମାନ୍ୟ ହୋଇପାରୁ ।

ତିନି ମାସ ପର୍ଯ୍ୟନ୍ତ ବନ୍ଦ ଥିଲା ଏହି ମାଂସ ବଜାର :

ବୁହାନ ଶହରରେ କରୋନା ଭାଇରସ ପାଇଁ ୨୩ ଜାନୁୟାରୀ ଠାରୁ ଲକଡାଉନ କରା ଯାଇଥିଲା, ଦେଶ ସବୁ ପ୍ରକାର ସଂସ୍ଥା ସ୍କୁଲ, କଲେଜ, କମ୍ପାନୀ ବନ୍ଦ କରା ଯାଇଥିଲା । ଏବେ ତିନି ମାସ ପରେ ଚୀନରେ ଜୀବନ ସାମାନ୍ୟ ହୋଇଯାଇଛି, ବୁହାନ ବଦନାମ ମାଂସ ମାର୍କେଟ ଆଉଥରେ ଖୋଲା ହୋଇଯାଇଛି । ଯାହା ପାଇଁ ଏତେ ସବୁ ହେଲା ବର୍ତ୍ତମାନ ସେମାନେ ନିଜର ଜୀବନ ସାମନ୍ୟା ଭାବେ ଆରାମ୍ଭ କଲେଣି କିନ୍ତୁ ଅନ୍ୟ ଦେଶମାନେ ଏ ପର୍ଯ୍ୟନ୍ତ ଏଥିରୁ ବାହାରି ପାରୁ ନାହାନ୍ତି । ଭାରତରେ ମଧ୍ୟ ଏବେ ୧୨୫୧ ଜଣ ପୀଡିତ ଥିବା ବେଳେ ୩୨ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *