ଆପଣ ମାନେ ନିମ୍ବ ଗଛ ବିଷୟରେ ବହୁତ କିଛି ଲାଭକାରୀ ଗୁଣ ବିଷୟରେ ଜାଣିଛନ୍ତି, ତେବେ ନିମ୍ବ ଏମିତି ଗୋଟେ ଔଷଧୀୟ ଗୁଣ ଗଛ ହୋଇଥାଏ ଯାହା ଦ୍ଵାରା ମଣିଷକୁ ବହୁତ ଲାଭ ପ୍ରାପ୍ତ ହୋଇଥାଏ, ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ନିମ୍ବ ଗଛରେ ଶନି ଓ କେତୁ ବାସ ହୋଇଥାଏ, ତେବେ ଜୀବନରେ ସମସ୍ଯା ମଧ୍ୟ ଶନି ଓ କେତୁଙ୍କ ପାଇଁ ହୋଇଥାଏ ଏହି ଦୁହେଁ ଶାନ୍ତ ରହିଲେ ଜୀବନରେ ସମସ୍ଯା କମିଯାଇଥାଏ ।
![](https://odiadunia.com/wp-content/uploads/2020/06/nim-3.jpg)
ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ହିନ୍ଦୁ ଧର୍ମରେ ନିମ୍ବ ଗଛକୁ ମା ଦୂର୍ଗାଙ୍କ ରୂପ କୁହା ଯାଏ ଏହା ଘରେ ବା କାର୍ଯ୍ୟସ୍ଥଳରେ ଲଗାଇଲେ ଆପଣଙ୍କ ସବୁ ପ୍ରକାର ବାସ୍ତୁ ଦୋଷ ସମାପ୍ତ ହୋଇଥାଏ ଓ ଏହା ପବନ ଦ୍ଵାରା ବା ଏହାକୁ ଜଳାଇଲେ ଏହା ଧୂଆଁ ଦ୍ଵାରା ସବୁ ପ୍ରକାର ନକାରାତ୍ମକ ଊର୍ଜା ଦୂର ହୋଇଥାଏ । ତେବେ ନିମ୍ବ ପତ୍ର ଘରେ ଲଗାଇବା ବହୁତ ଶୁଭ ହୋଇଥାଏ ସେଥିପାଇଁ ଘରେ ବା କାର୍ଯ୍ୟ ସ୍ଥଳରେ ନିମ୍ବ ଗଛ ଲଗାଇବା ଉଚିତ, ଏହା ବହୁତ ପ୍ରକାର ରୋଗ ନିବାରଣ କରିଥାଏ, ନିମ୍ବ ଗଛ ପବନ ନିଶ୍ଵାସ ନେଲେ ଆପଣଙ୍କ ଶରୀର ଭିତର ବହୁତ ପ୍ରକାର ଇନଫେକସନ ଭଲ ହୋଇଥାଏ ।
![](https://odiadunia.com/wp-content/uploads/2020/08/neem-1.jpg)
ନିମ୍ବ ଗଛ ଲଗାଇବା ଦ୍ଵାରା ପିତୃ ପ୍ରସନ୍ନ ହୁଅନ୍ତି ଓ ପିତୃ ଦୋଷ ଦୂର ହୋଇଥାଏ, ଏହା ଛଡା ନିମ୍ବ ଗଛକୁ ଦେବିକ ବାସସ୍ଥଳ କୁହାଯାଇଥାଏ, ତେବେ ମକର ଓ କୁମ୍ଭ ରାଶି ଲୋକଙ୍କ ପାଇଁ ନିମ୍ବ ଗଛ ବହୁତ ଲାଭକାରୀ ହୋଇଥାଏ, ଏହି ଗଛକୁ ଲଗାଇବା ଦ୍ଵାରା ଆମ ଜୀବନରେ ସବୁ ପ୍ରକାର ସୁଖ ଶାନ୍ତି ଆସିଥାଏ, ତେବେ ମକର ଓ କୁମ୍ଭ ରାଶି ନିଜ ଜୀବନରେ ଥରେ ଯାହା ହେଲେ ନିମ୍ବ ଗଛ ଲଗାନ୍ତୁ । ବାସ୍ତୁ ଶାସ୍ତ୍ର ଅନୁଯାଇ ଯେଉଁ ଲୋକ ନିମ୍ବ ଗଛ ଦ୍ଵାରା ନିର୍ମିତ ଖଟରେ ସୁଆନ୍ତି ତାଙ୍କୁ କୌଣସି ପ୍ରକାର ତ୍ଵଚା ରୋଗ ହୋଇନଥାଏ, ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ଲୋକ ନିମ୍ବ କାଠ ମାଳ ବେକରେ ଧାରଣ କରନ୍ତି ତାଙ୍କ ଉପରେ ଶନିଦଶା ରହିଲେ ମଧ୍ୟ କିଛି ଅଶୁଭ ହୋଇ ନଥାଏ ସବୁକିଛି ଭଲ ଚାଲିଥାଏ ।
![](https://odiadunia.com/wp-content/uploads/2020/08/neem-2.jpg)
ଯଦି ଆପଣ ମଧ୍ୟ ନିଜ ଘରେ ନିମ୍ବ ଗଛ ଲଗାଇବା ପାଇଁ ଇଛା କରନ୍ତି ତେବେ ନିଜ ଘର ଦକ୍ଷିଣ ଦିଶାରେ ନିମ୍ବ ଗଛ ଲଗାନ୍ତୁ ଓ ଏହାର ଦେଖା ଶୁଣା କରନ୍ତୁ, ଏହା ଆପଣଙ୍କ ଜୀବନ ଉପରେ ସକାରାତ୍ମକ ଊର୍ଜା ପ୍ରଭାବ ପକାଇଥାଏ । ଆପଣ ଚାହିଁଲେ ନିମ୍ବ ଗଛ ଉତ୍ତର ଦକ୍ଷିଣ ଦିଶାରେ ମଧ୍ୟ ଲଗାଇ ପାରିବେ, ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଫଳ ଦାଇ ହୋଇଥାଏ । ନିମ୍ବ ଗଛ ଛୋଟରେ ସାକ୍ଷାତ ମଙ୍ଗଳଦେବ ହୋଇଥାନ୍ତି ସେଥିପାଇଁ ଏହାର ଦେଖା ଶୁଣା ଭଲ ଭାବରେ କରିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।